ବିଆରଏସ ନେତ୍ରୀ କେ. କବିତା ନିରାଶ

ନନ୍ଦିଘୋଷ ବ୍ୟୁରୋ: ବିଆରଏସ ନେତ୍ରୀ କେ. କବିତା ନିରାଶ। ଅନ୍ତରୀଣ ଜାମିନ ପ୍ରସଙ୍ଗରେ କରିଥିବା ଆବେଦନ ସମ୍ପର୍କିତ ରାୟ ସଂରକ୍ଷିତ।... The post ବିଆରଏସ ନେତ୍ରୀ କେ. କବିତା ନିରାଶ appeared first on .

ବିଆରଏସ ନେତ୍ରୀ କେ. କବିତା ନିରାଶ

ନନ୍ଦିଘୋଷ ବ୍ୟୁରୋ: ବିଆରଏସ ନେତ୍ରୀ କେ. କବିତା ନିରାଶ। ଅନ୍ତରୀଣ ଜାମିନ ପ୍ରସଙ୍ଗରେ କରିଥିବା ଆବେଦନ ସମ୍ପର୍କିତ ରାୟ ସଂରକ୍ଷିତ। ଆସନ୍ତା ଏପ୍ରିଲ ୮ରେ ହେବ ପରବର୍ତ୍ତୀ ଶୁଣାଣି। ଆଜି ଆବେଦନର ଶୁଣାଣି କରିଥିଲେ ଦିଲ୍ଲୀ ରାଉସ ଆଭେନ୍ଯୁ କୋର୍ଟ । କବିତାଙ୍କ ଲାଗି ମାମଲା ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଗଭି। ଆସନ୍ତା ଏପ୍ରିଲ ୧୬ରେ ପୁଅଙ୍କର ପରୀକ୍ଷା ଥିବାରୁ ତାଙ୍କୁ ଅନ୍ତରୀଣ ଜାମିନରେ ଯିବା ଲାଗି ଅନୁମତି ଦିଆଯାଉ ବୋଲି ଆବେଦନ କରିଥିଲେ। ଦିଲ୍ଲୀ ମଦନୀତି ମାମଲାରେ କବିତାଙ୍କୁ ଏପ୍ରିଲ 9ଯାଏ ବିଚାର ବିଭାଗୀୟ ହେପାଜତକୁ ପଠାଇଥିଲେ ସ୍ବତନ୍ତ୍ର ଜଜ କାବେରୀ ବାଓ୍ବେଜା । ପୂର୍ବରୁ ମାର୍ଚ୍ଚ ୨୨ରେ କବିତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଗତ ମାର୍ଚ୍ଚ ୧୫ ତାରିଖରେ ମଦନୀତି ମାମଲାରେ କବିତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଣ୍ଡୋସ୍ପିରିଟି କମ୍ପାନୀ ଜରିଆରେ ଏହି କିକବ୍ଯାକ ଗ୍ରହଣ କରାଯାଇଥିଲା ଏବଂ କିକବ୍ଯାକ ଅର୍ଥରୁ ୧୦୦ କୋଟି ଟଙ୍କା ଆପ୍ ନେତାଙ୍କ ନିକଟକୁ ଯାଇଥିଲା ବୋଲି ଇଡି ଅଭିଯୋଗ କରିଛି । ବର୍ତ୍ତମାନ ତିହାର ଜେଲରେ ୧୪ ଦିନି ବିଚାର ବିଭାଗୀୟ ହେପାଜତରେ ଅଛନ୍ତି କବିତା ।

The post ବିଆରଏସ ନେତ୍ରୀ କେ. କବିତା ନିରାଶ appeared first on .