ଗୁଜରାଟରେ ବର୍ଷା ବିତ୍ପାତ: ୧୫ ମୃତ, ୧୧ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର
ଗୁଜରାଟ ୨୮/୦୮: ଗୁଜରାଟରେ ଜଳପ୍ରଳୟ । ବର୍ଷା ପାଇଁ ସବୁଠି ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି । ରେକର୍ଡ ବର୍ଷା ହେତୁ ଗୁଜୁରାଟର ୨୭ଟି ଜିଲ୍ଲାରେ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି । ପୂର୍ବ ୪୮ ଘଣ୍ଟାର ପ୍ରବଳ ବର୍ଷା ଗୁଜୁରାଟର ଅନେକ ଜିଲ୍ଲାରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି । ଆଗାମା ଦୁଇ ଦିନ ଅର୍ଥାତ୍ ୨୮ ଓ ୨୯ ପାଇଁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି । ରାଜ୍ୟର ଅଧିକାଂଶ ଡ୍ୟାମ୍ରେ ଓଭରଫ୍ଲୋ ଅବସ୍ଥାରେ ଅଛି । ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସବୁ ଅଞ୍ଚଳ କୃତ୍ରିମ ଦ୍ୱୀପରେ ପରିଣତ ହୋଇଛି । ପ୍ରବଳ ବର୍ଷା ପରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିବାରୁ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କହିବାକୁ ଗଲେ ଗୁଜୁରାଟ ଉପରେ ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ଜାମନଗରରୁ ଜୁନାଗଡ, ଭଦୋଦରା ଠାରୁ ବନାସ୍କାନ୍ତ ଏବଂ ଅରବାଲି ଠାରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଜଳ ସଙ୍କଟ ଦୃଶ୍ୟମାନ ହେଉଛି। ଏମିତିକି ପାର୍କିଂ ହୋଇଥିବା ଗାଡି ମଟର ସବୁ ପାଣିରା ଭାସୁଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ହେତୁ ଶ୍ମଶାନ ଘାଟ ବି ଜଲମଗ୍ନ ହୋଇପଡିଛି । ସେହଭଳି ଭଦୋଦରାରେ ବର୍ଷା ପାଇଁ ସମାନ ସ୍ଥିତି ଦେଖିବାକୁ ମିଳିଛି । ଗତ ୪୮ଘଣ୍ଟା ଧରି ଭଦୋଦରାରେ ପ୍ରବଳ ବର୍ଷା ସହରର ଯାତାୟତ ଉପରେ ଏକପ୍ରକାର ରୋକ ଲଗାଇଛି । ପ୍ରଶାସନ ଏବଂ ADRF ଦଳ ନିମ୍ନମାନର ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଦ୍ଧ
ଗୁଜରାଟ ୨୮/୦୮: ଗୁଜରାଟରେ ଜଳପ୍ରଳୟ । ବର୍ଷା ପାଇଁ ସବୁଠି ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି । ରେକର୍ଡ ବର୍ଷା ହେତୁ ଗୁଜୁରାଟର ୨୭ଟି ଜିଲ୍ଲାରେ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି । ପୂର୍ବ ୪୮ ଘଣ୍ଟାର ପ୍ରବଳ ବର୍ଷା ଗୁଜୁରାଟର ଅନେକ ଜିଲ୍ଲାରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି । ଆଗାମା ଦୁଇ ଦିନ ଅର୍ଥାତ୍ ୨୮ ଓ ୨୯ ପାଇଁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି । ରାଜ୍ୟର ଅଧିକାଂଶ ଡ୍ୟାମ୍ରେ ଓଭରଫ୍ଲୋ ଅବସ୍ଥାରେ ଅଛି ।
ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସବୁ ଅଞ୍ଚଳ କୃତ୍ରିମ ଦ୍ୱୀପରେ ପରିଣତ ହୋଇଛି । ପ୍ରବଳ ବର୍ଷା ପରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିବାରୁ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କହିବାକୁ ଗଲେ ଗୁଜୁରାଟ ଉପରେ ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ଜାମନଗରରୁ ଜୁନାଗଡ, ଭଦୋଦରା ଠାରୁ ବନାସ୍କାନ୍ତ ଏବଂ ଅରବାଲି ଠାରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଜଳ ସଙ୍କଟ ଦୃଶ୍ୟମାନ ହେଉଛି। ଏମିତିକି ପାର୍କିଂ ହୋଇଥିବା ଗାଡି ମଟର ସବୁ ପାଣିରା ଭାସୁଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ହେତୁ ଶ୍ମଶାନ ଘାଟ ବି ଜଲମଗ୍ନ ହୋଇପଡିଛି । ସେହଭଳି ଭଦୋଦରାରେ ବର୍ଷା ପାଇଁ ସମାନ ସ୍ଥିତି ଦେଖିବାକୁ ମିଳିଛି । ଗତ ୪୮ଘଣ୍ଟା ଧରି ଭଦୋଦରାରେ ପ୍ରବଳ ବର୍ଷା ସହରର ଯାତାୟତ ଉପରେ ଏକପ୍ରକାର ରୋକ ଲଗାଇଛି ।
ପ୍ରଶାସନ ଏବଂ ADRF ଦଳ ନିମ୍ନମାନର ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି। ବାସ୍ତବରେ ଅଜୱା ସରୋବରରୁ ଭଦୋଦରାର ବିଶ୍ୱାମିତ୍ର ନଦୀକୁ ଜଳ ପ୍ରବାହ ହେଉଛି । ଯେଉଁଥିପାଇଁ ବିଶ୍ୱାମିତ୍ର ନଦୀ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ଏହି ନଦୀ ବିପଦ ସ୍ତରଠାରୁ ୮ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି। ଯେଉଁଥିପାଇଁ ତଳି ଅଞ୍ଚଳ ବୁଡ଼ିଯାଇଛି । ପ୍ରଶାସନ ଦଳ ଏପର୍ଯ୍ୟନ୍ତ ୪ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି ।