ଛତିଶଗଡ଼ ଅବୁଝମାଡ଼ ଏନକାଉଣ୍ଟରରେ ୨ ମହିଳା ନକ୍ସଲ ନିହତ, ଥିଲା ୬ଲକ୍ଷ ଟଙ୍କାର ପୁରସ୍କାର

ନାରାୟଣପୁର ୨୬।୬: ଛତିଶଗଡ଼ ନାରାୟଣପୁର ଜିଲ୍ଲା କୋହକାମେଟା ଥାନା ଅବୁଝମାଡ଼ ଅଞ୍ଚଳରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ପୋଷାକଧାରୀ ମହିଳା ମାଓବାଦୀ ପ୍ରାଣ ହରାଇଛନ୍ତି। ମୃତ ମହିଳା ନକ୍ସଲଙ୍କ ଶବ ଜବତ କରାଯାଇଛି। ଶବ ସହ ଘଟଣାସ୍ଥଳରୁ ଗୋଟିଏ ଇନସାସ ରାଇଫଲ, ୮ ରାଉଣ୍ଡ ଗୁଳି ଓ ଏକ ମ୍ୟାଗଜିନ, ଏକ ହାତ ତିଆରି ପଏଣ୍ଟ ୩୧୫ ବୋର ରାଇଫଲ, ୪ ରାଉଣ୍ଡ ଗୁଳି ୩୦୩ ରାଇଫଲ ଓ ୧୫ ରାଉଣ୍ଡ ଗୁଳି ଜବତ ହୋଇଛି। ଗୁଳିବିନିମୟ କାଳରେ ଘନ ଜଙ୍ଗଲର ଲାଭ ଉଠାଇ ପଳାୟନ କରିଥିବା ଅନ୍ୟ ନକ୍ସଲ କ୍ୟାଡରଙ୍କ ସନ୍ଧାନ ନିମନ୍ତେ ଆଖପାଖ ଜଙ୍ଗଲରେ ତଲାସ ଅଭିଯାନ ଚଳା ଯାଇଛି। ନାରାୟଣପୁର ଅତିରିକ୍ତ ପୋଲିସ ଅଧିକ୍ଷକ ରବିନସନ ଗୁରିୟା ପ୍ରାଣ ହରାଇଥିବା ନକ୍ସଲ କ୍ୟାଡରଙ୍କ ପରିଚୟ ପୁଷ୍ଟି କରିଛନ୍ତି। ଏଥିରେ ପ୍ରାଣ ହରାଇଥିବା ପ୍ରଥମ ମହିଳା ନକ୍ସଲ କ୍ୟାଡରଙ୍କ ନାମ ସୀମା ଓ ସେ କୁଟଲୁ ଏରିୟା କମିଟିର ମେମ୍ବର ହୋଇଥିବା ବେଳେ ସୁକମା ଜିଲ୍ଲା ଜଗରଗୁଣ୍ଡ ଗାଁର ବାସିନ୍ଦା ବୋଲି କହିଛନ୍ତି। ସୀମାଙ୍କ ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ଥିଲା। ସେହପରି ଦ୍ୱିତୀୟ ମୃତକ ଲିଙ୍ଗେ ଓରଫ ରାଂଝୁ। ସେ ସୁକମା ଜିଲ୍ଲା ଜାଗରଗୁଣ୍ଡା କାୟେଡୁରାଡର ବାସିନ୍ଦା। ରାଂଝୁ ପାର୍ଟି ମେମ୍ବର (ପିଏମ) ଥିଲା। ତା ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ଥିଲା ବୋଲି କହିଛନ୍ତି। ଏହି ଅଭିଯାନରେ ଡିଆରଜି ନାରାୟଣପୁର, କୋଡଗାଁବ, ଏସଟିଏଫ ଓ ଆଇଟିବିପିର ୪

ଛତିଶଗଡ଼ ଅବୁଝମାଡ଼ ଏନକାଉଣ୍ଟରରେ ୨ ମହିଳା ନକ୍ସଲ ନିହତ, ଥିଲା ୬ଲକ୍ଷ ଟଙ୍କାର ପୁରସ୍କାର

ନାରାୟଣପୁର ୨୬।୬: ଛତିଶଗଡ଼ ନାରାୟଣପୁର ଜିଲ୍ଲା କୋହକାମେଟା ଥାନା ଅବୁଝମାଡ଼ ଅଞ୍ଚଳରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ପୋଷାକଧାରୀ ମହିଳା ମାଓବାଦୀ ପ୍ରାଣ ହରାଇଛନ୍ତି। ମୃତ ମହିଳା ନକ୍ସଲଙ୍କ ଶବ ଜବତ କରାଯାଇଛି। ଶବ ସହ ଘଟଣାସ୍ଥଳରୁ ଗୋଟିଏ ଇନସାସ ରାଇଫଲ, ୮ ରାଉଣ୍ଡ ଗୁଳି ଓ ଏକ ମ୍ୟାଗଜିନ, ଏକ ହାତ ତିଆରି ପଏଣ୍ଟ ୩୧୫ ବୋର ରାଇଫଲ, ୪ ରାଉଣ୍ଡ ଗୁଳି ୩୦୩ ରାଇଫଲ ଓ ୧୫ ରାଉଣ୍ଡ ଗୁଳି ଜବତ ହୋଇଛି। 

ଗୁଳିବିନିମୟ କାଳରେ ଘନ ଜଙ୍ଗଲର ଲାଭ ଉଠାଇ ପଳାୟନ କରିଥିବା ଅନ୍ୟ ନକ୍ସଲ କ୍ୟାଡରଙ୍କ ସନ୍ଧାନ ନିମନ୍ତେ ଆଖପାଖ ଜଙ୍ଗଲରେ ତଲାସ ଅଭିଯାନ ଚଳା ଯାଇଛି। ନାରାୟଣପୁର ଅତିରିକ୍ତ ପୋଲିସ ଅଧିକ୍ଷକ ରବିନସନ ଗୁରିୟା ପ୍ରାଣ ହରାଇଥିବା ନକ୍ସଲ କ୍ୟାଡରଙ୍କ ପରିଚୟ ପୁଷ୍ଟି କରିଛନ୍ତି। ଏଥିରେ ପ୍ରାଣ ହରାଇଥିବା ପ୍ରଥମ ମହିଳା ନକ୍ସଲ କ୍ୟାଡରଙ୍କ ନାମ ସୀମା ଓ ସେ କୁଟଲୁ ଏରିୟା କମିଟିର ମେମ୍ବର ହୋଇଥିବା ବେଳେ ସୁକମା ଜିଲ୍ଲା ଜଗରଗୁଣ୍ଡ ଗାଁର ବାସିନ୍ଦା ବୋଲି କହିଛନ୍ତି। ସୀମାଙ୍କ ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ଥିଲା। 

ସେହପରି ଦ୍ୱିତୀୟ ମୃତକ ଲିଙ୍ଗେ ଓରଫ ରାଂଝୁ। ସେ ସୁକମା ଜିଲ୍ଲା ଜାଗରଗୁଣ୍ଡା କାୟେଡୁରାଡର ବାସିନ୍ଦା। ରାଂଝୁ ପାର୍ଟି ମେମ୍ବର (ପିଏମ) ଥିଲା। ତା ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ଥିଲା ବୋଲି କହିଛନ୍ତି। ଏହି ଅଭିଯାନରେ ଡିଆରଜି ନାରାୟଣପୁର, କୋଡଗାଁବ, ଏସଟିଏଫ ଓ ଆଇଟିବିପିର ୪୧ ଏବଂ ୪୫ତମ ବଟାଲିୟନର ମିଳିତ ଅଂଶଗ୍ରହଣ କରିଥିଲେ। ଫୋର୍ସ ନକ୍ସଲଙ୍କ ଆଡ୍ଡା ନିକଟବର୍ତ୍ତି ହେବାରୁ ସେମାନେ ଗୁଳି ମାଡ଼ କରିଥିଲେ। ମିଳିତ ବଳ ଏହାର ଜବାବ ଦେଇଥିବା ବେଳେ ୨ ଜଣ ମହିଳା ନକ୍ସଲ କ୍ୟାଡର ପ୍ରାଣ ହରାଇଛନ୍ତି।