ଗୁଜରାଟରେ ଭାଜପାକୁ ଡବଲ ଝଟ୍କା
ଗାନ୍ଧିନଗର,୨୩।୩: ଗୁଜୁରାଟରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଗୋଟିଏ ପରେ ଗୋଟିଏ ବଡ ଝଟ୍କା ଲାଗିଛି। ସାବରକାଂଠ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭିକାଜୀ ଠାକୁର ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି। ଏଥି ସହ ଭଦୋଦରାରୁ ଭାଜପା ଏମପି ରଂଜନବେନ ଧନଞ୍ଜୟ ଭଟ୍ଟବି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତୃତୀୟ ଥର ପାଇଁ ଗୁଜୁରାଟର ଭଦୋଦରା ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାରତୀୟ ଜନତା ପାର୍ଟି (ଭାଜପା) ଏମପି […] The post ଗୁଜରାଟରେ ଭାଜପାକୁ ଡବଲ ଝଟ୍କା appeared first on Dharitri Odia News.
ଗାନ୍ଧିନଗର,୨୩।୩: ଗୁଜୁରାଟରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଗୋଟିଏ ପରେ ଗୋଟିଏ ବଡ ଝଟ୍କା ଲାଗିଛି। ସାବରକାଂଠ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭିକାଜୀ ଠାକୁର ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି। ଏଥି ସହ ଭଦୋଦରାରୁ ଭାଜପା ଏମପି ରଂଜନବେନ ଧନଞ୍ଜୟ ଭଟ୍ଟବି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ତୃତୀୟ ଥର ପାଇଁ ଗୁଜୁରାଟର ଭଦୋଦରା ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାରତୀୟ ଜନତା ପାର୍ଟି (ଭାଜପା) ଏମପି ରଂଜନ ଭଟ୍ଟ ବ୍ୟକ୍ତିଗତ କାରଣରୁ ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥୀ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଘୋଷଣା କରିଛନ୍ତି।
ରଂଜନବେନ ଧନଞ୍ଜୟ ଭଟ୍ଟ ଟୁଇଟରରେ କହିଛନ୍ତି ଯେ ମୋର ବ୍ୟକ୍ତିଗତ କାରଣରୁ ମୁଁ ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁ ନାହିଁ। ଜଣେ ଭାଜପା ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ଭଟ୍ଟଙ୍କ ପ୍ରାର୍ଥୀ ପ୍ରତ୍ୟାହାର ନିଷ୍ପତ୍ତି ନିଶ୍ଚିତ କରିଛନ୍ତି।
ଏଥି ସହିତ ଠାକୁର ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଘୋଷଣା କରିଛନ୍ତି ଯେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁନାହାଁନ୍ତି। ସେ ଲେଖିଛନ୍ତି, ମୁଁ, ଭିକାଜୀ ଠାକୁର, ବ୍ୟକ୍ତିଗତ କାରଣରୁ ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁ ନାହିଁ।
The post ଗୁଜରାଟରେ ଭାଜପାକୁ ଡବଲ ଝଟ୍କା appeared first on Dharitri Odia News.