ଗୁଜରାଟରେ ମର୍ମଦନ୍ତୁ ଦୁର୍ଘଟଣା; ଓଲଟିଲା ବାଲି ବୋଝେଇ ଟ୍ରକ, ଚାଲିଗଲା ୪ ଜୀବନ
ନୂଆଦିଲ୍ଲୀ ୦୯।୦୨; ଗୁଜରାଟ ଅହମ୍ମଦାବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଓଲଟିଲା ବାଲି ବୋଝେଇ ଟ୍ରକ । ଚାଲିଗଲା ୪ ଜୀବନ। ଏନଏଚ ଉପରେ ଏକ ବାଲି ବୋଝେଇ ଟ୍ରକ ବନାସାକାଣ୍ଠା ରାସ୍ତା କଡ଼କୁ ଓଲଟି ପାଡିଥିଲା । ସେଠାରେ କାମ କରୁଥିବା କିଛି ଦିନ ମଜୁରିଆ ଟ୍ରକ ତଳେ ଚାପି ହୋଇଥିଲେ। ସମସ୍ତ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ୪ ଜଣଙ୍କର ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଜଣେ ଶିଶୁ ଥିବା ଜଣାପଡିଛି । ଡେପୁଟି ପୋଲିସ ସୁପରିଟେଣ୍ଡଣ୍ଟ ଏସଏମ ଭାର୍ତୋରିୟା କହିଛନ୍ତି, ଭାରସାମ୍ୟା ହରାଇ ଟ୍ରକଟି ରାସ୍ତା କଡକୁ ଓଲଟି ପଡିଥିଲା । ସେଠାରେ ରାସ୍ତା କାମ କରୁଥିବା ଶ୍ରମିକ ଟ୍ରକ ତଳେ ଚାପି ହୋଇଯାଇଥିଲେ । ମୃତ ୪ ଜଣ ହେଲେ ରେଣୁକାବେନ ଗାନାୱା (୨୪), ସୋନାଲବେନ ନିନାମା(୨୨), ଇଲାବେନ ଭାବୋର(୪୦), ରୁଦ୍ର (୨) । ଦୀର୍ଘ ୨ ଘଣ୍ଟା ପରେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଜଣେ ଶିଶୁ ରହିଛନ୍ତି । ସମସ୍ତଙ୍କୁ ତୁରନ୍ତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଗୁଜୁରାଟରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗତ ଫେବୃଆରୀ ୨ ତାରିଖରେ ସାପୁତାରା ହିଲ ଷ୍ଟେସନରେ ଏକ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ହୋଇଥିଲା ।
ନୂଆଦିଲ୍ଲୀ ୦୯।୦୨; ଗୁଜରାଟ ଅହମ୍ମଦାବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଓଲଟିଲା ବାଲି ବୋଝେଇ ଟ୍ରକ । ଚାଲିଗଲା ୪ ଜୀବନ। ଏନଏଚ ଉପରେ ଏକ ବାଲି ବୋଝେଇ ଟ୍ରକ ବନାସାକାଣ୍ଠା ରାସ୍ତା କଡ଼କୁ ଓଲଟି ପାଡିଥିଲା । ସେଠାରେ କାମ କରୁଥିବା କିଛି ଦିନ ମଜୁରିଆ ଟ୍ରକ ତଳେ ଚାପି ହୋଇଥିଲେ। ସମସ୍ତ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ୪ ଜଣଙ୍କର ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଜଣେ ଶିଶୁ ଥିବା ଜଣାପଡିଛି ।
ଡେପୁଟି ପୋଲିସ ସୁପରିଟେଣ୍ଡଣ୍ଟ ଏସଏମ ଭାର୍ତୋରିୟା କହିଛନ୍ତି, ଭାରସାମ୍ୟା ହରାଇ ଟ୍ରକଟି ରାସ୍ତା କଡକୁ ଓଲଟି ପଡିଥିଲା । ସେଠାରେ ରାସ୍ତା କାମ କରୁଥିବା ଶ୍ରମିକ ଟ୍ରକ ତଳେ ଚାପି ହୋଇଯାଇଥିଲେ । ମୃତ ୪ ଜଣ ହେଲେ ରେଣୁକାବେନ ଗାନାୱା (୨୪), ସୋନାଲବେନ ନିନାମା(୨୨), ଇଲାବେନ ଭାବୋର(୪୦), ରୁଦ୍ର (୨) । ଦୀର୍ଘ ୨ ଘଣ୍ଟା ପରେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଜଣେ ଶିଶୁ ରହିଛନ୍ତି ।
ସମସ୍ତଙ୍କୁ ତୁରନ୍ତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଗୁଜୁରାଟରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗତ ଫେବୃଆରୀ ୨ ତାରିଖରେ ସାପୁତାରା ହିଲ ଷ୍ଟେସନରେ ଏକ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ହୋଇଥିଲା ।