ଗୁଡ୍‌ନ୍ୟୁଜ୍‌ ଦେବେ ଭାରତୀ ସିଂ, କହିଲେ-ଖୁବ୍ ଶୀଘ୍ର ଆସିବ ନୂଆ ଅତିଥି

ମୁମ୍ଵାଇ ୧୯।୦୮; କମେଡି କ୍ଵିନ୍‌ ଭାରତୀ ସିଂ । ସେ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ବୃତ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚାରେ ରୁହନ୍ତି। ସେ ନିଜ ବ୍ଲଗ୍ ମାଧ୍ୟମରେ ତାଙ୍କ ଲାଇଫ୍‌ର ସମସ୍ତ ଅପଡେଟ୍‌ ଫ୍ୟାନ୍ସଙ୍କୁ ସେୟାର କରନ୍ତି। ବର୍ତ୍ତମାନ ସେ ଆଉ ଏକ ଖବର ପାଇଁ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି। କୁହାଯାଉଛି କି ଭାରତୀ ଦ୍ଵିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି । ନିକଟରେ, ଦେବିନା ବାନାର୍ଜିଙ୍କ ପୋଡକାଷ୍ଟରେ ସେ ନିଜେ କହିଛନ୍ତି ଯେ ସେ ୬ମାସର ଗର୍ଭବତୀ ଅଟନ୍ତି। ଦ୍ୱିତୀୟ ଥର ଗର୍ଭବତୀ ହେବା ବିଷୟରେ ଭାରତୀ ଅନେକ ଥର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସେ ଗୋଲାଙ୍କ ଭଉଣୀ କିମ୍ବା ଭାଇକୁ ଖୁବ୍‌ ଶୀଘ୍ର ଦୁନିଆକୁ ଆଣିବେ। ଥରେ ସେ ଏହା ଉପରେ ଥଟ୍ଟା କରିଥିଲେ, ଯାହାକୁ ପ୍ରଶଂସକମାନେ ସତ୍ୟ ଭାବରେ ଗ୍ରହଣ କରୁଛନ୍ତି । ଦେବିନା ବାନାର୍ଜୀଙ୍କ ପୋଡକାଷ୍ଟ ଦୁହେଁ ନିଜ ପିଲା ଏବଂ ସେମାନଙ୍କ କାର୍ଯ୍ୟ ବିଷୟରେ କଥାବାର୍ତ୍ତା କରିଥିଲେ । ଏହି ସମୟରେ ଭାରତ ଥଟ୍ଟା କରି କହିଥିଲେ ଯେ ସେ ୬ମାସର ଗର୍ଭବତୀ ଅଛନ୍ତି। ହେଲେ ଏହା କେବଳ ଥଟ୍ଟା ଥିଲା ।କହିବାକୁ ଗଲେ ଭାରତୀ ୨୦୧୭ରେ ହର୍ଷ ଲିମ୍ବାଚିୟାଙ୍କୁ ବିବାହ କରିଥିଲେ। ୨୦୨୨ରେ, ସେ ମାଆ ହୋଇଥିଲେ। ଯାହାର ନାମ ଗୋଲା । ଭାରତୀ ତାଙ୍କ ପୁଅର ପ୍ରତ୍ୟେକ କାର୍ଯ୍ୟକୁ ନିଜ ବ୍ଲଗରେ ସେୟାର କରନ୍ତି।  ତାଙ୍କୁ ଅନ୍ୟ ସେଲିବ୍ରେଟିମାନଙ୍କ ପରି ପ୍ରଶଂସକଙ୍କଠାରୁ ଦୂରେଇ ରଖନ୍ତି ନ

ଗୁଡ୍‌ନ୍ୟୁଜ୍‌ ଦେବେ ଭାରତୀ ସିଂ, କହିଲେ-ଖୁବ୍ ଶୀଘ୍ର ଆସିବ ନୂଆ ଅତିଥି

ମୁମ୍ଵାଇ ୧୯।୦୮; କମେଡି କ୍ଵିନ୍‌ ଭାରତୀ ସିଂ । ସେ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ବୃତ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚାରେ ରୁହନ୍ତି। ସେ ନିଜ ବ୍ଲଗ୍ ମାଧ୍ୟମରେ ତାଙ୍କ ଲାଇଫ୍‌ର ସମସ୍ତ ଅପଡେଟ୍‌ ଫ୍ୟାନ୍ସଙ୍କୁ ସେୟାର କରନ୍ତି। ବର୍ତ୍ତମାନ ସେ ଆଉ ଏକ ଖବର ପାଇଁ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି। କୁହାଯାଉଛି କି ଭାରତୀ ଦ୍ଵିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି । ନିକଟରେ, ଦେବିନା ବାନାର୍ଜିଙ୍କ ପୋଡକାଷ୍ଟରେ ସେ ନିଜେ କହିଛନ୍ତି ଯେ ସେ ୬ମାସର ଗର୍ଭବତୀ ଅଟନ୍ତି। 

ଦ୍ୱିତୀୟ ଥର ଗର୍ଭବତୀ ହେବା ବିଷୟରେ ଭାରତୀ ଅନେକ ଥର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସେ ଗୋଲାଙ୍କ ଭଉଣୀ କିମ୍ବା ଭାଇକୁ ଖୁବ୍‌ ଶୀଘ୍ର ଦୁନିଆକୁ ଆଣିବେ। ଥରେ ସେ ଏହା ଉପରେ ଥଟ୍ଟା କରିଥିଲେ, ଯାହାକୁ ପ୍ରଶଂସକମାନେ ସତ୍ୟ ଭାବରେ ଗ୍ରହଣ କରୁଛନ୍ତି । ଦେବିନା ବାନାର୍ଜୀଙ୍କ ପୋଡକାଷ୍ଟ ଦୁହେଁ ନିଜ ପିଲା ଏବଂ ସେମାନଙ୍କ କାର୍ଯ୍ୟ ବିଷୟରେ କଥାବାର୍ତ୍ତା କରିଥିଲେ । ଏହି ସମୟରେ ଭାରତ ଥଟ୍ଟା କରି କହିଥିଲେ ଯେ ସେ ୬ମାସର ଗର୍ଭବତୀ ଅଛନ୍ତି। ହେଲେ ଏହା କେବଳ ଥଟ୍ଟା ଥିଲା ।

କହିବାକୁ ଗଲେ ଭାରତୀ ୨୦୧୭ରେ ହର୍ଷ ଲିମ୍ବାଚିୟାଙ୍କୁ ବିବାହ କରିଥିଲେ। ୨୦୨୨ରେ, ସେ ମାଆ ହୋଇଥିଲେ। ଯାହାର ନାମ ଗୋଲା । ଭାରତୀ ତାଙ୍କ ପୁଅର ପ୍ରତ୍ୟେକ କାର୍ଯ୍ୟକୁ ନିଜ ବ୍ଲଗରେ ସେୟାର କରନ୍ତି।  ତାଙ୍କୁ ଅନ୍ୟ ସେଲିବ୍ରେଟିମାନଙ୍କ ପରି ପ୍ରଶଂସକଙ୍କଠାରୁ ଦୂରେଇ ରଖନ୍ତି ନାହିଁ । ଭାରତର ସବୁଠାରୁ ଲୋକପ୍ରିୟ ହାସ୍ୟ କଳାକାରମାନଙ୍କ ମଧ୍ୟରୁ ଭାରତୀ ସିଂ ଅନ୍ୟତମ। ସେ ନିଜର ଚମତ୍କାର କମେଡି ସହିତ ଟିଭି ଜଗତରେ ଏକ ବଡ଼ ସ୍ଥାନ ହାସଲ କରିଛନ୍ତି ।