ଗୁଣକାରୀ ଡାଳିମ୍ବ ଜୁସ୍‌

ଡାଳିମ୍ବ ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଇନଫ୍ଲେମେଟରୀ ଗୁଣ ଭରି ରହିଥିବା ଯୋଗୁ ଏହା ବିଭିନ୍ନ ରୋଗରୁ ଆମକୁ ସୁରକ୍ଷା ପ୍ରଦାନ କରିଥାଏ। ବିଶେଷକରି ଖରାଦିନେ ଯଦି ପ୍ରତିଦିନ ଏକ ଗ୍ଲାସ୍‌ ଡାଳିମ୍ବ ଜୁସ୍‌ ପିଆଯାଏ, ତା’ହେଲେ ସ୍ବାସ୍ଥ୍ୟ ଭଲ ରହିବା ସହ ତ୍ୱଚାରେ ବି ବେଶ୍‌ ଚମକ ଦେଖିବାକୁ ମିଳିଥାଏ। ଡାଳିମ୍ବ ଜୁସ୍‌ ପିଇଲେ ଗ୍ୟାସ୍‌ ଯୋଗୁ ଛାତିରେ ହେଉଥିବା ଜ୍ୱଳନରୁ ଅନେକାଂଶରେ ମୁକ୍ତି ମିଳିଥାଏ। ହୃଦ୍‌ ସମ୍ବନ୍ଧୀୟ […] The post ଗୁଣକାରୀ ଡାଳିମ୍ବ ଜୁସ୍‌ appeared first on Dharitri Odia News.

ଗୁଣକାରୀ ଡାଳିମ୍ବ ଜୁସ୍‌

ଡାଳିମ୍ବ ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଇନଫ୍ଲେମେଟରୀ ଗୁଣ ଭରି ରହିଥିବା ଯୋଗୁ ଏହା ବିଭିନ୍ନ ରୋଗରୁ ଆମକୁ ସୁରକ୍ଷା ପ୍ରଦାନ କରିଥାଏ। ବିଶେଷକରି ଖରାଦିନେ ଯଦି ପ୍ରତିଦିନ ଏକ ଗ୍ଲାସ୍‌ ଡାଳିମ୍ବ ଜୁସ୍‌ ପିଆଯାଏ, ତା’ହେଲେ ସ୍ବାସ୍ଥ୍ୟ ଭଲ ରହିବା ସହ ତ୍ୱଚାରେ ବି ବେଶ୍‌ ଚମକ ଦେଖିବାକୁ ମିଳିଥାଏ। ଡାଳିମ୍ବ ଜୁସ୍‌ ପିଇଲେ ଗ୍ୟାସ୍‌ ଯୋଗୁ ଛାତିରେ ହେଉଥିବା ଜ୍ୱଳନରୁ ଅନେକାଂଶରେ ମୁକ୍ତି ମିଳିଥାଏ। ହୃଦ୍‌ ସମ୍ବନ୍ଧୀୟ ରୋଗରୁ ବି ଉପଶମ ମିଳେ। ସେହିପରି ଡାଳିମ୍ବ ଜୁସ୍‌ ପିଇବା ଦ୍ୱାରା ବେଶ୍‌ କିଛି ସମୟ ପର୍ଯ୍ୟନ୍ତ ଭୋକ ହୁଏନାହିଁ। ଯଦ୍ଦ୍ବାରା ଆମେ ଅତ୍ୟଧିକ ଖାଇବାର ଅଭ୍ୟାସରୁ ବଞ୍ଚତ୍ୟାଉ। ଯାହାକି ଆମକୁ ଶରୀରର ଓଜନ କମାଇବାରେ ସାହାଯ୍ୟ କରିଥାଏ। ଅନ୍ୟପକ୍ଷେ ପ୍ରତିଦିନ ଡାଳିମ୍ବ ଜୁସ୍‌ ପିଇବା ଦ୍ୱାରା କ୍ୟାନସର୍‌ ହେବାର ଆଶଙ୍କା ଅପେକ୍ଷାକୃତ କମ୍‌ ରହିଥାଏ ବୋଲି ବିଶ୍ୱାସ କରାଯାଏ। ଯେହେତୁ ଡାଳିମ୍ବରେ ଭିଟାମିନ୍‌ ସି’ର କିଛି ମାତ୍ରା ରହିଥାଏ, ତେଣୁ ଏହାର ଜୁସ୍‌ ପିଇବା ଦ୍ୱାରା ତ୍ୱଚାରେ ଥିବା ଡାର୍କ ସ୍ପଟ୍‌ କମିଥାଏ। ସନ୍‌ ବର୍ନରୁ ବି ଏହା ରକ୍ଷା କରି ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ। ସବୁଠୁ ବଡ଼ କଥା ହେଲା ନିୟମିତ ଡାଳିମ୍ବ ଜୁସ୍‌ ପିଇଲେ ଶରୀରରେ ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ପାଇ ଶାରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

The post ଗୁଣକାରୀ ଡାଳିମ୍ବ ଜୁସ୍‌ appeared first on Dharitri Odia News.