ଗୁଣିଗାରେଡ଼ି ସନ୍ଦେହ: ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ
କୋକସରା,୩।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଧଅଁରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣରେ ସେମାନେ ଗୁରୁତର ଅବସ୍ଥାରେ ପର୍ଲା ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ଏନେଇ ଦମ୍ପତି କୋକସରା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଶନିବାର ଅପରାହ୍ନ ୪ଟା ସମୟରେ ଧଅଁରପୁର ଗ୍ରାମର ଗଜାନନ ସେଠିଆ ଓ ତାଙ୍କ ପରିବାରର ତାରିଣୀ ସେଠିଆ, ସୁଲୋଚନା ସେଠିଆ, ସଞ୍ଜୟ ସେଠିଆ, ଧନଞ୍ଜୟ ସେଠିଆ ଗ୍ରାମର […] The post ଗୁଣିଗାରେଡ଼ି ସନ୍ଦେହ: ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ appeared first on Dharitri Odia News.
କୋକସରା,୩।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଧଅଁରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣରେ ସେମାନେ ଗୁରୁତର ଅବସ୍ଥାରେ ପର୍ଲା ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ଏନେଇ ଦମ୍ପତି କୋକସରା ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ଶନିବାର ଅପରାହ୍ନ ୪ଟା ସମୟରେ ଧଅଁରପୁର ଗ୍ରାମର ଗଜାନନ ସେଠିଆ ଓ ତାଙ୍କ ପରିବାରର ତାରିଣୀ ସେଠିଆ, ସୁଲୋଚନା ସେଠିଆ, ସଞ୍ଜୟ ସେଠିଆ, ଧନଞ୍ଜୟ ସେଠିଆ ଗ୍ରାମର ଦଶରଥ ସେଠିଆଙ୍କ ଘର କବାଟ ଭାଙ୍ଗି ପଶିଥିଲେ। ପରେ ସେମାନେ ଦଶରଥ ଏବଂ ତାଙ୍କ ସ୍ତ୍ରୀ ଗାୟତ୍ରୀ ସେଠିଆଙ୍କୁ ଗାଳିଗୁଳଜ କରିଥିଲେ। ଏପରିକି ସେମାନେ ତାଙ୍କ ଝିଅକୁ ଗୁଣିଗାରେଡ଼ି କରିବା ଅଭିଯୋଗରେ ସ୍ବାମୀ-ସ୍ତ୍ରୀଙ୍କୁ ମାଡ଼ ମାରି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ସ୍ବାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ। ଏ ସଂକ୍ରାନ୍ତରେ ସ୍ବାମୀ-ସ୍ତ୍ରୀ କୋକସରା ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ହେଲେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ।
The post ଗୁଣିଗାରେଡ଼ି ସନ୍ଦେହ: ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ appeared first on Dharitri Odia News.