ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳଚକଟାରେ ମୃତ୍ୟୁ : ନବୀନଙ୍କ କ୍ଷୋଭ

ପୁରୀ: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ତୃତୀୟ ଦିନରେ ଏକ ବଡ଼ଧରଣର ଅଘଟଣ ଘଟିଛି। ପ୍ରଶାସନର ଦାୟିତ୍ୱହୀନତା କାରଣରୁ ଅନେକ ଭକ୍ତ ଆହତ ହୋଇଥିବା ବେଳେ ଠେଲାପେଲାରେ ଗୁଣ୍ଡିଚା ମନ୍ଦରି ସମ୍ମୁଖରେ ୩ ଭକ୍ତଙ୍କ ମୃତ୍ୟୁ ଘଟିଛି।  ଗଭୀର କ୍ଷୋଭ ପ୍ରକାଶ କଲେ ନବୀନ। ୩ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ନବୀନ। ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ। ଭିଡ ନିୟନ୍ତ୍ରଣ କରିବାରେ ସରକାର ସଂପୂର୍ଣ୍ଣ ବିଫଳ। ଏହା ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି […]

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳଚକଟାରେ ମୃତ୍ୟୁ : ନବୀନଙ୍କ କ୍ଷୋଭ
Three chariots in Sharadhabali Chaturdhamurti will visit the Edap Mandap today

ପୁରୀ: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ତୃତୀୟ ଦିନରେ ଏକ ବଡ଼ଧରଣର ଅଘଟଣ ଘଟିଛି। ପ୍ରଶାସନର ଦାୟିତ୍ୱହୀନତା କାରଣରୁ ଅନେକ ଭକ୍ତ ଆହତ ହୋଇଥିବା ବେଳେ ଠେଲାପେଲାରେ ଗୁଣ୍ଡିଚା ମନ୍ଦରି ସମ୍ମୁଖରେ ୩ ଭକ୍ତଙ୍କ ମୃତ୍ୟୁ ଘଟିଛି।  ଗଭୀର କ୍ଷୋଭ ପ୍ରକାଶ କଲେ ନବୀନ। ୩ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ନବୀନ। ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ। ଭିଡ ନିୟନ୍ତ୍ରଣ କରିବାରେ ସରକାର ସଂପୂର୍ଣ୍ଣ ବିଫଳ। ଏହା ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି ବୋଲି କହିଛନ୍ତି ନବୀନ । ଦଳାଚକଟା ଘଟଣାରେ ପ୍ରତ୍ୟକ୍ଷଦର୍ଶୀ ଓ ମୃତକଙ୍କ ସମ୍ପର୍କୀୟଙ୍କ ପ୍ରତିକ୍ରିୟା ଅନୁଯାୟୀ ଭିଡ ନିୟନ୍ତ୍ରଣ କରିବାକୁ ଯାଇ କୌଣସି ପ୍ରଶାସନିକ ଅଧିକାରୀ ଉପସ୍ଥିତ ନଥିଲେ  । ଏହା ଅତ୍ୟନ୍ତ କର୍ତ୍ତବ୍ୟରେ ଦାୟିତ୍ବହିନ ଅବହେଳା । ମୁଁ ସରକାରଙ୍କୁ ନିବେଦନ କରୁଛି, ତୁରନ୍ତ ସୁଧାର ଆଣିବାକୁ ଉଦ୍ୟମ କରନ୍ତୁ । ଆଗକୁ ଆଡପବିଜେ, ବାହୁଡା, ସୁନାବେଶ ଥିବାରୁ ଭିଡ ନିୟନ୍ତ୍ରଣ ଯେଭଳି ଶାନ୍ତି ଶୃଙ୍ଖଳାର ସହ ହେବ ଏବେଠୁ ପଦକ୍ଷେପ ନିଅନ୍ତୁ ।