ନିଲମ୍ବନ ହଟୁ ହଟୁ ଡିଏସ କୁଟ୍ଟେଙ୍କୁ ଦାୟିତ୍ଵ, ଗୃହ ବିଭାଗର ଓଏସଡି ପଦରେ ନିଯୁକ୍ତ
ଭୁବନେଶ୍ଵର: ନିର୍ବାଚନ ସମୟରେ ପୂର୍ବର ବିଜେଡି ସରକାର ପାଇଁ ଦଳୀୟ କାର୍ଯ୍ୟ କରିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ବିବାଦୀୟ ଆଇପିଏସ୍ ଡିଏସ କୁଟ୍ଟେଙ୍କୁ ଓଏସ୍ଡି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଆଜି ତାଙ୍କ ଉପରୁ ନିଲମ୍ବନ ହଟାଇ କୁଟ୍ଟେଙ୍କୁ ଗୃହ ବିଭାଗର ଓଏସଡି ପଦରେ ନିଯୁକ୍ତ କରାଯାଇଛି। ନିର୍ବାଚନ ସମୟରେ କୁଟ୍ଟେଙ୍କୁ ନିଲମ୍ବିତ କରାଯାଇଥିଲା। Also read: 'ଯିଏ ଦୋଷୀ ବା ଯଦି କେହି ପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ସହ ଖେଳ ଖେଳିଛି ସେ ଦଣ୍ଡ ପାଇବା ଉଚିତ' : ଅମର ଶତପଥୀଗୃହ ବିଭାଗ ପକ୍ଷରୁ ସୋମବାର ଜାରି ବଜ୍ଞପ୍ତି ଅନୁସାରେ, ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ କୁଟ୍ଟେଙ୍କ ଉପରୁ ସର୍ତ୍ତମୂଳକ ଭାବେ ନିଲମ୍ବନ ହଟାଇବା ପାଇଁ ନିର୍ବାଚନ ଆୟୋଗ ଗତ ମାସ ଜୁନ୍ ୬ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ କମିଶନଙ୍କ ମେ’ ୨୮ତାରିଖର ନିର୍ଦ୍ଦେଶ ଓ ଜୁନ୍ ୬ ତାରିଖର ସୁପାରିଶକୁ ଆଧାର କରି ଆଜି ତତ୍କାଳ ପ୍ରଭାବରୁ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି । କିନ୍ତୁ ତାଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରହିବ ବୋଲି ସ୍ପଷ୍ଟ କରାଯାଇଛି। କୁଟ୍ଟେଙ୍କୁ ମିଶାଇ ଗୃହ ବିଭାଗରେ ଓଏସଡିଙ୍କ ସଂଖ୍ୟା ୫କୁ ବୃଦ୍ଧି ଘଟିଛି। ଏହା ପୂର୍ବରୁ ଗୃହ ବିଭାଗର ଓଏସଡି ଭାବେ ୧୯୯୮ ବ୍ୟାଚ୍ ଆଇପିଏ୍ ରବିକାନ୍ତଙ୍କୁ ନିଯୁକ୍ତି ଦିଆଯାଇଛି। ସେ ନୂଆଦିଲ୍ଲୀ
ଭୁବନେଶ୍ଵର: ନିର୍ବାଚନ ସମୟରେ ପୂର୍ବର ବିଜେଡି ସରକାର ପାଇଁ ଦଳୀୟ କାର୍ଯ୍ୟ କରିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ବିବାଦୀୟ ଆଇପିଏସ୍ ଡିଏସ କୁଟ୍ଟେଙ୍କୁ ଓଏସ୍ଡି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଆଜି ତାଙ୍କ ଉପରୁ ନିଲମ୍ବନ ହଟାଇ କୁଟ୍ଟେଙ୍କୁ ଗୃହ ବିଭାଗର ଓଏସଡି ପଦରେ ନିଯୁକ୍ତ କରାଯାଇଛି। ନିର୍ବାଚନ ସମୟରେ କୁଟ୍ଟେଙ୍କୁ ନିଲମ୍ବିତ କରାଯାଇଥିଲା।
Also read: 'ଯିଏ ଦୋଷୀ ବା ଯଦି କେହି ପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ସହ ଖେଳ ଖେଳିଛି ସେ ଦଣ୍ଡ ପାଇବା ଉଚିତ' : ଅମର ଶତପଥୀ
ଗୃହ ବିଭାଗ ପକ୍ଷରୁ ସୋମବାର ଜାରି ବଜ୍ଞପ୍ତି ଅନୁସାରେ, ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ କୁଟ୍ଟେଙ୍କ ଉପରୁ ସର୍ତ୍ତମୂଳକ ଭାବେ ନିଲମ୍ବନ ହଟାଇବା ପାଇଁ ନିର୍ବାଚନ ଆୟୋଗ ଗତ ମାସ ଜୁନ୍ ୬ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ କମିଶନଙ୍କ ମେ’ ୨୮ତାରିଖର ନିର୍ଦ୍ଦେଶ ଓ ଜୁନ୍ ୬ ତାରିଖର ସୁପାରିଶକୁ ଆଧାର କରି ଆଜି ତତ୍କାଳ ପ୍ରଭାବରୁ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି । କିନ୍ତୁ ତାଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରହିବ ବୋଲି ସ୍ପଷ୍ଟ କରାଯାଇଛି। କୁଟ୍ଟେଙ୍କୁ ମିଶାଇ ଗୃହ ବିଭାଗରେ ଓଏସଡିଙ୍କ ସଂଖ୍ୟା ୫କୁ ବୃଦ୍ଧି ଘଟିଛି।

ଏହା ପୂର୍ବରୁ ଗୃହ ବିଭାଗର ଓଏସଡି ଭାବେ ୧୯୯୮ ବ୍ୟାଚ୍ ଆଇପିଏ୍ ରବିକାନ୍ତଙ୍କୁ ନିଯୁକ୍ତି ଦିଆଯାଇଛି। ସେ ନୂଆଦିଲ୍ଲୀ ସ୍ଥିତ ଆବାସିକ କମିଶନର ପଦବୀରେ କାର୍ଯ୍ୟରତ ଥିଲେ। ତାଙ୍କୁ ତତ୍କାଳ ପ୍ରଭାବରୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି । ସେ ଦୀର୍ଘବର୍ଷ ଧରି ଦିଲ୍ଲୀରେ ଡେପୁଟେସନରେ ଥିଲେ। କେନ୍ଦ୍ରୀୟ ଡେପୁଟେସନ ସରିବା ପରେ ତାଙ୍କୁ ପୂର୍ବର ବିଜେଡି ସରକାର ଆବାସିକ କମିଶନର ଭାବେ ଅବସ୍ଥାପିତ କରିଥିଲା । କୁଟ୍ଟେଙ୍କ ସହ ପାଣ୍ଡିଆନଙ୍କ ଅନ୍ୟତମ ଖାସ୍ କୁହାଯାଉଥିବା ଆଇପିଏସ୍ ଆଶିଷ ସିଂଙ୍କୁ ଗତ ସପ୍ତାହରେ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିଲା।