ଯଶପ୍ରୀତ ବୁମରାଙ୍କ ବଡ଼ ରେକର୍ଡ : କପିଲ ଦେବ, ଜାହିର ଖାନଙ୍କ ଲିଷ୍ଟରେ ହେଲେ ସାମିଲ…

ଚେନ୍ନାଇ : ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟର ୨ୟ ଦିନ ଖେଳ ଶେଷ ହୋଇଛି। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୦୮ ରନରେ ଆଗୁଆ ରହିବା ସହ ପ୍ରଥମ ଟେଷ୍ଟକୁ ନିଜ ନିୟନ୍ତ୍ରଣରେ ରଖିଛି। ତେବେ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ୪ ୱିକେଟ ଦଖଲ କରିଥିବା ବୁମରା […]

ଯଶପ୍ରୀତ ବୁମରାଙ୍କ ବଡ଼ ରେକର୍ଡ : କପିଲ ଦେବ, ଜାହିର ଖାନଙ୍କ ଲିଷ୍ଟରେ ହେଲେ ସାମିଲ…
Jasprit Bumrah becomes sixth Indian pacer to take 400 wickets

ଚେନ୍ନାଇ : ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟର ୨ୟ ଦିନ ଖେଳ ଶେଷ ହୋଇଛି। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୦୮ ରନରେ ଆଗୁଆ ରହିବା ସହ ପ୍ରଥମ ଟେଷ୍ଟକୁ ନିଜ ନିୟନ୍ତ୍ରଣରେ ରଖିଛି। ତେବେ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି।

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ୪ ୱିକେଟ ଦଖଲ କରିଥିବା ବୁମରା ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ୱିକେଟ ପୂରଣ କରିଛନ୍ତି। ଏହି ସଫଳତା ହାସଲ କରିବାରେ ଯଶପ୍ରୀତ ବୁମରା ହେଉଛନ୍ତି ଦଶମ ଭାରତୀୟ ବୋଲର, ଏହା ବ୍ୟତୀତ ବୁମରା ହେଉଛନ୍ତି ଷଷ୍ଠ ଭାରତୀୟ ଦ୍ରୁତ ବୋଲର ଯିଏ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ୱିକେଟ୍ ପୂରଣ କରିବାରେ ସଫଳତା ହାସଲ କରିଛନ୍ତି।


ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା କ୍ରିକେଟର ୩ଟି ଯାକ ଫର୍ମାଟରେ କମାଲ କରି ଚାଲିଛନ୍ତି। ପ୍ରଥମେ ସେ ସୀମିତ ଓଭର କ୍ରିକେଟରେ ନିଜର ବୋଲିଂ ଯାଦୁ ଦେଖାଇଥିଲେ। ବୁମରା ଦିନିକିଆରେ ୧୦୦ ୱିକେଟ ନେବାରେ ଭାରତର ଦ୍ରୁତତମ ବୋଲର। ସେହିପରି ଟି-୨୦ରେ ସେ ଦ୍ରୁତତମ ବୋଲର ଭାବେ ୫୦ଟି ୱିକେଟ ନେବାର ରେକର୍ଡ ମଧ୍ୟ କରିଛନ୍ତି। ଯଶପ୍ରୀତ ବୁମରା ବର୍ତ୍ତମାନ ପର୍ଯ୍ୟନ୍ତ ଟେଷ୍ଟରେ ୧୬୩, ଦିନିକିଆରେ ୧୪୯ ଓ ଟି-୨୦ରେ ୮୯ ୱିକେଟ ନେଇଛନ୍ତି।

ବୁମରା କପିଲ ଦେବ ଓ ଜାହିରଙ୍କ ଲିଷ୍ଟରେ ହେଲେ ସାମିଲ

ବୁମରା ଟେଷ୍ଟ କ୍ରିକେଟରେ ଭାରତ ପାଇଁ  ୧୬୩ ୱିକେଟ୍ ପୂରଣ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ୱିକେଟ୍ ପୂରଣ କରିବା ପରେ କପିଲ ଦେବ, ଜାଭାଗଲ ଶ୍ରୀନାଥ, ଜହିର ଖାନ, ଇଶାନ୍ତ ଶର୍ମା ଏବଂ ମହମ୍ମଦ ଶାମିଙ୍କ ଭଳି ଦ୍ରୁତ ବୋଲର ତାଲିକାରେ ଯୋଗ ଦେଇଛନ୍ତି। ବୁମରା ୨୨୭ ତମ ଇନିଂସରେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ୱିକେଟ୍ ସଫଳତା ପୂରଣ କରିଛନ୍ତି।

ଯଶପ୍ରୀତ ବୁମରାଙ୍କ ପୂର୍ବରୁ କପିଲ ଦେବ ୬୮୭ ୱିକେଟ, ଜହିର ଖାନ ୫୯୭ ୱିକେଟ, ଜବାଗଲ ଶ୍ରୀନାଥ ୫୫୧ ୱିକେଟ, ମହମ୍ମଦ ଶାମି ୪୪୮ ୱିକେଟ ଓ ଈଶାନ୍ତ ଶର୍ମା ଦ୍ରୁତ ବୋଲର ଭାବେ ୪୩୪ଟି ୱିକେଟ ଭାରତ ପାଇଁ ନେଇଥିଲେ। ତେବେ କମ ମ୍ୟାଚ୍‌ରେ ୪୦୦ ୱିକେଟ ଦଖଲ କରିଥିବା ଭାରତୀୟଙ୍କ ମଧ୍ୟରେ ବୁମ୍ରା ୫ମ ସ୍ଥାନରେ ଅଛନ୍ତି। ବୁମ୍ରା ୨୨୭ଟି ଇନିଂସରେ ୪୦୦ ୱିକେଟ ନେଇଥିବା ବେଳେ ତାଲିକାର ୧ନଂ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନ ରହିଛନ୍ତି। ସେ ୨୧୬ଟି ଇନିଂସରେ ୪୦୦ ୱିକେଟ ନେଇଥିବା ବେଳେ କପିଲ ଦେବ ୨୨୦ଟି, ମହମ୍ମଦ ଶାମି ୨୨୪ଟି, ଅନୀଲ କୁମ୍ବଲେ ୨୨୬ଟି ଇନିଂସରେ ୪୦୦ ୱିକେଟ ପୂରଣ କରିଥିଲେ।

ଭାରତର ଟପ୍‌ ବୋଲର ଯଶପ୍ରୀତ ବୁମରା

୨୦୧୮ରେ ଟେଷ୍ଟ ଡେବ୍ୟୁ କରିଥିବା ଯଶପ୍ରୀତ ବୁମରା ରେଡ୍ ବଲ୍ ଫର୍ମାଟରେ ମଧ୍ୟ ପ୍ରଭାବ ପକାଇଛନ୍ତି। ସେ ବର୍ତ୍ତମାନ ବିଶ୍ବର ସମସ୍ତ ଫର୍ମାଟରେ ଶ୍ରେଷ୍ଠ ବୋଲର ଭାବରେ ବିବେଚିତ ହୋଇଛନ୍ତି । ଆଇପିଏଲରେ ପ୍ରଭାବ ପକାଇବା ପରେ ତାଙ୍କୁ ପ୍ରଥମେ ସୀମିତ ଓଭରର ଜଣେ ଟପ୍‌ ବୋଲର ଭାବରେ ବିବେଚନା କରାଯାଉଥିଲା, କିନ୍ତୁ ଖୁବ୍ ଶୀଘ୍ର ସେ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୋଲର ଭାବରେ ଉଭା ହୋଇଥିଲେ। ଆଉ ଏବେ ସେ ଭାରତ ପାଇଁ ମ୍ୟାଚ୍‌ ବିଜୟୀ ବୋଲର ଭାବେ ପରିଚୟ ପାଇଛନ୍ତି।