ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ମୁଥ ମାରିଲେ ପତ୍ନୀ

ହନୋଇ: ଭିଏତନାମା ଗସ୍ତରେ ପହଞ୍ଚି ଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ନୋଇ ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅସହଜ ସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। ଏଠାରେ ମାକ୍ରନ ଏବଂ ତାଙ୍କ ପତ୍ନୀ ବ୍ରିଗିଟ ମାକ୍ରନଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ସ୍ଥିତି ଏଭଳି ହୋଇଥିଲା ଯେ ମାକ୍ରନଙ୍କ ମୁହଁକୁ ପତ୍ନୀ ମୁଥମାରି ଦେଇଥିଲେ। ଏବେ ଏହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଆସୋସିଏଟେଡ ପ୍ରେସ ରବିବାର ଏହି ଭିଡିଓ ରେକର୍ଡ କରିଥିଲା। ଉଭୟେ ପତିପତ୍ନୀ ବିମାନରୁ ଓହ୍ଲାଇବା […]

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ମୁଥ ମାରିଲେ ପତ୍ନୀ
12 3

ହନୋଇ: ଭିଏତନାମା ଗସ୍ତରେ ପହଞ୍ଚି ଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ନୋଇ ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅସହଜ ସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। ଏଠାରେ ମାକ୍ରନ ଏବଂ ତାଙ୍କ ପତ୍ନୀ ବ୍ରିଗିଟ ମାକ୍ରନଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ସ୍ଥିତି ଏଭଳି ହୋଇଥିଲା ଯେ ମାକ୍ରନଙ୍କ ମୁହଁକୁ ପତ୍ନୀ ମୁଥମାରି ଦେଇଥିଲେ। ଏବେ ଏହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଆସୋସିଏଟେଡ ପ୍ରେସ ରବିବାର ଏହି ଭିଡିଓ ରେକର୍ଡ କରିଥିଲା। ଉଭୟେ ପତିପତ୍ନୀ ବିମାନରୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହି ଘଟଣା ଘଟିଥିଲା। ଭିଡିଓରେ ଦେଖିବାକୁ ମିଳୁଛି ଯେ ମାକ୍ରନ ବିମାନର ଫାଟକ ଖୋଲିବା ପରେ ବ୍ରିଗିଟ ତାଙ୍କ ମୁହଁକୁ ମୁଥ ମାରି ଠେଲି ଦେଉଛନ୍ତି। ଏହା ଦେଖିବା ପରେ ମାକ୍ରନ ଚକିତ ହେଇ ଯାଉଛନ୍ତି। ପରେ ନିଜକୁ ସମ୍ଭାଳି ବାହାରେ ଛିଡ଼ା ହୋଇଥିବା ଲୋକଙ୍କୁ ଅଭିବାଦନ କରିବା ପାଇଁ ହାତ ହଲାଉଛନ୍ତି। ଏହା ପରେ ବିଗ୍ରିଟ ସ୍ବାମୀଙ୍କ ସହ ବାହାରକୁ ଆସୁଛନ୍ତି। ମାକ୍ରନଙ୍କ ସହ ବିମାନରୁ ଓହ୍ଲାଉଛନ୍ତି। ଏହି ସମୟରେ ମାକ୍ରନ ନିଜ ହାତ ତାଙ୍କ ଅଭିମୁଖେ ବଢାଇବାକୁ ପ୍ରୟାସ କରୁଛନ୍ତି। କିନ୍ତୁ ସେ ଏହାକୁ ଅଣଦେଖା କରିଦେଉଛନ୍ତି।

ପ୍ରଥମେ ମାକ୍ରନଙ୍କ ଅଫିସ ପକ୍ଷରୁ ଏହା ଉପରେ କୌଣସି ଟିପ୍ପଣୀ ଦେବାକୁ ମନା କରିଦିଆଯାଇଥିଲା। ପରେ ଉଭୟଙ୍କ ମଧ୍ୟରେ ସାମାନ୍ୟ ବିବାଦ ଥିବା ସ୍ବୀକାର କରାଯାଇଥିଲା। ତେବେ ମାକ୍ରନ ଏହାକୁ ଥଟ୍ଟା ପରିହାସ କହିଥିଲେ।