ଗୁଣ୍ଡିଚା ଯାତ୍ରାରେ ରଥରେ ଚଢିଥିବା ୨ ଅଧିକାରୀଙ୍କ ବିରୋଧରେ ଏତଲା

ରଥଯାତ୍ରା ଦିନ ୨ ଜଣ ଅଣ ସେବାୟତ ରଥକୁ ଚଢ଼ିଥିଲେ। ଜଣେ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦସ୍ତ କର୍ମଚାରୀ ଓ ଅନ୍ୟ ଜଣେ ବେସରକାରୀ ସଂସ୍ଥାରେ ଥିବା ଜଣେ ଅଧିକାରୀ।

ଗୁଣ୍ଡିଚା ଯାତ୍ରାରେ ରଥରେ ଚଢିଥିବା ୨ ଅଧିକାରୀଙ୍କ ବିରୋଧରେ ଏତଲା

ଗୁଣ୍ଡିଚା ଯାତ୍ରାରେ ରଥରେ ଚଢିଥିବା ୨ ଅଧିକାରୀଙ୍କ ବିରୋଧରେ ଏତଲା ହୋଇଛି। ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ଶ୍ରୀମନ୍ଦିର ସ୍ୱତନ୍ତ୍ର ଅଧିକାରୀ ଅଜୟ କୁମାର ଜେନା। ଏତଲା ପରେ ଫଟୋ ଓ ଭିଡିଓ ଫୁଟେଜ୍ ସିଂହଦ୍ୱାର ଥାନାକୁ ହସ୍ତାନ୍ତର କରାଯାଇଛି। ପେନ୍ ଡ୍ରାଇଭରେ ପୁଲିସକୁ ଫୁଟେଜ୍ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ରଥଯାତ୍ରା ଦିନ ୨ ଜଣ ଅଣ ସେବାୟତ ରଥକୁ ଚଢ଼ିଥିଲେ। ଜଣେ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦସ୍ତ କର୍ମଚାରୀ ଓ ଅନ୍ୟ ଜଣେ ବେସରକାରୀ ସଂସ୍ଥାରେ ଥିବା ଜଣେ ଅଧିକାରୀ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସିଂହଦ୍ୱାର ଥାନାରେ ଅଭିଯୋଗ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

ସେହିପରି ଗତକାଲି ବାହୁଡ଼ା ଯାତ୍ରାରେ ରଥ ଉପରେ ଚଢ଼ିଥିବା ଜଣେ ଅଣସେବାୟତଙ୍କୁ ହାତ ଧରି ତଳକୁ ଓହ୍ଲାଇ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।