ଗୁପ୍ତଗିରି ମଠ ହେବ ତାଳବଣ

ମହାକାଳପଡ଼ା,୫ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ପରିବେଶ ଅସନ୍ତୁଳିତ ହେବାର ଆଶଙ୍କା କରାଯାଉଛି। ପ୍ରାକୃତିକ ପରିବେଶ ସୃଷ୍ଟି କରିବା ପାଇଁ ତାଳ ଓ ହେନ୍ତାଳ ବଣର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି। ରବିବାର ଚିତାଲାଗି ଅମାବାସ୍ୟା ପୂର୍ବାହ୍ନରେ ଗୁପ୍ତଗିରି ମଠରେ ପରିବେଶବିତ୍‌ ମାହାଳି ୩ ଶହ ତାଳମଞ୍ଜି ରୋପଣ କରି ସମାଜ ପାଇଁ ନୂଆ ବାର୍ତ୍ତା ଦେଇଛନ୍ତି। ଏହି ପ୍ରାଚୀନ ଗୁପ୍ତଗିରି ମଠର ବହୁ ମାହାତ୍ମ୍ୟ ରହିଛି ବୋଲି ସାମାଜିକ କର୍ମୀ […] The post ଗୁପ୍ତଗିରି ମଠ ହେବ ତାଳବଣ appeared first on Dharitri Odia News.

ଗୁପ୍ତଗିରି ମଠ ହେବ ତାଳବଣ

ମହାକାଳପଡ଼ା,୫ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ପରିବେଶ ଅସନ୍ତୁଳିତ ହେବାର ଆଶଙ୍କା କରାଯାଉଛି। ପ୍ରାକୃତିକ ପରିବେଶ ସୃଷ୍ଟି କରିବା ପାଇଁ ତାଳ ଓ ହେନ୍ତାଳ ବଣର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି।
ରବିବାର ଚିତାଲାଗି ଅମାବାସ୍ୟା ପୂର୍ବାହ୍ନରେ ଗୁପ୍ତଗିରି ମଠରେ ପରିବେଶବିତ୍‌ ମାହାଳି ୩ ଶହ ତାଳମଞ୍ଜି ରୋପଣ କରି ସମାଜ ପାଇଁ ନୂଆ ବାର୍ତ୍ତା ଦେଇଛନ୍ତି। ଏହି ପ୍ରାଚୀନ ଗୁପ୍ତଗିରି ମଠର ବହୁ ମାହାତ୍ମ୍ୟ ରହିଛି ବୋଲି ସାମାଜିକ କର୍ମୀ ଲକ୍ଷ୍ମୀକାନ୍ତ ସ୍ବାଇଁ ଓ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଦିନ ଥିଲା ଶ୍ରଦ୍ଧାଳୁମାନେ ମାନସିକ କରିବା ପାଇଁ ଏହି ମଠରେ ଶରଣାପନ୍ନ ହୋଇଥାନ୍ତି। କେଉଁ ଆବହମାନ କାଳରୁ ଗୁପ୍ତଗିରି ମଠରେ ମହାପୁରୁଷଙ୍କ ଦର୍ଶନ ଲାଭ କରିବା ପାଇଁ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଆସନ୍ତି। ବହୁ ଶ୍ରଦ୍ଧାଳୁମାନଙ୍କର ମାନସିକ ବ୍ରତ ପୂରଣ ହେଲେ ଭୋଗ ଅର୍ପଣ କରାଯିବାର ପରମ୍ପରା ରହିଛି। ମଠର ମାହାତ୍ମ୍ୟ ରହିଛି। ମହାପୁରୁଷ ଗୁପ୍ତଗିରି ନଦୀ ତଟରେ ସାଧନା କରି ଈଶ୍ୱରପ୍ରାପ୍ତ ହୋଇଥିବା କିମ୍ବଦନ୍ତୀ ରହିଛି। ତେବେ ପରିବେଶବିତ୍‌ ମାହାଳି ଏହି ଗୁପ୍ତକ୍ଷେତ୍ରରେ ତାଳଚାରା ରୋପଣ କରି ଅଞ୍ଚଳରେ ଦୁର୍ବିପାକରୁ ରକ୍ଷା କରିପାରିବେ ବୋଲି ପ୍ରୟାସ ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗଁାର ପଡ଼ିଆ ଜମି, ନଦୀବନ୍ଧ ପାର୍ଶ୍ୱରେ ତାଳ ଚାରାରୋପଣ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ତାଳଗଛ ଝଡ଼ବାତ୍ୟା ହେଉ କି ବଜ୍ରପାତ ଦାଉରୁ ରକ୍ଷାକରିବ। ଏହି ଗଛ ଡେଙ୍ଗା ହୋଇଥିବାରୁ ପ୍ରଥମେ ବଜ୍ରପାତ ପହଞ୍ଚତ୍ଥାଏ। ଏହାର ଅନ୍ୟ ଏକ କାରଣ ହେଉଛି ଗଣ୍ଡିରେ ଅଧିକ ଜଳୀୟ ଅଂଶ ଥାଏ। ଫଳରେ ଏହାର ବିଦ୍ୟୁତ୍‌ ପ୍ରତିରୋଧ କ୍ଷମତା କମ୍‌ ହୋଇଥାଏ ଓ ବିଦ୍ୟୁତ୍‌ ସହଜରେ ଭୁଇଁକୁ ଚାଲିଯାଏ। ଫଳରେ ତାଳ ଗଛ ନିଜେ ଜଳି ଯାଇ ଅନ୍ୟମାନଙ୍କୁ ରକ୍ଷା କରିଥାଏ ବୋଲି ସାମାଜିକ କର୍ମୀ ବିରଞ୍ଚତ୍ ନାରାୟଣ ଦାସ କହିଛନ୍ତି। ଆଗାମୀ ଦିନରେ ବ୍ଲକର ବିଭିନ୍ନ ଅଞ୍ଚଳର ନଦୀବନ୍ଧ, ପଡ଼ିଆ ଜମିରେ ତାଳଚାରା ରୋପଣ କରାଯିବ ବୋଲି ମାହାଳି କହିଛନ୍ତି। ଏହି ତାଳଚାରା ରୋପଣ କାର୍ଯ୍ୟକ୍ରମରେ ଅଞ୍ଚଳର ଯୁବକମାନେ ସାମିଲ ହୋଇଥିଲେ।

The post ଗୁପ୍ତଗିରି ମଠ ହେବ ତାଳବଣ appeared first on Dharitri Odia News.