ଗୁମ୍ଫା ଭିତରେ ରହସ୍ୟମୟ ସେତୁ
ମାଡ୍ରିଡ୍: ସ୍ପେନ୍ର ମାଲୋର୍କା ଦ୍ୱୀପରେ ଥିବା ଜେନୋଭେସା ଗୁମ୍ଫାର ଗଭୀରରେ ପୋତି ହୋଇ ରହିଥିବା ଏକ ପ୍ରାଚୀନ ସେତୁକୁ ନେଇ ଜର୍ନାଲ କମ୍ୟୁନିକେଶନ ଆର୍ଥ୍ ଆଣ୍ଡ୍ ଏନ୍ଭାଇରନ୍ମେଣ୍ଟ ପତ୍ରିକାରେ ଗୋଟିଏ ନୂତନ ଅଧ୍ୟୟନ ପ୍ରକାଶିତ ହୋଇଛି। ଉକ୍ତ ଅଧ୍ୟୟନରୁ ପଶ୍ଚିମ ଭୂମଧ୍ୟସାଗର ଅଞ୍ଚଳରେ ମାନବ ବସତିର ସମୟକୁ ନେଇ ବିସ୍ତୃତ ଅନୁସନ୍ଧାନ ମିଳିପାରିଛି। ରେକର୍ଡର ଅଭାବ ଏବଂ ସୀମିତ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଯୋଗୁ ମଣିଷ ପ୍ରଥମେ କେତେବେଳେ ଭୂମଧ୍ୟସାଗରୀୟ ଦ୍ୱୀପପୁଞ୍ଜରେ ବସବାସ କରୁଥିଲା ସେ ନେଇ ନିର୍ଣ୍ଣୟ କରିବା […] The post ଗୁମ୍ଫା ଭିତରେ ରହସ୍ୟମୟ ସେତୁ appeared first on Dharitri Odia News.
ମାଡ୍ରିଡ୍: ସ୍ପେନ୍ର ମାଲୋର୍କା ଦ୍ୱୀପରେ ଥିବା ଜେନୋଭେସା ଗୁମ୍ଫାର ଗଭୀରରେ ପୋତି ହୋଇ ରହିଥିବା ଏକ ପ୍ରାଚୀନ ସେତୁକୁ ନେଇ ଜର୍ନାଲ କମ୍ୟୁନିକେଶନ ଆର୍ଥ୍ ଆଣ୍ଡ୍ ଏନ୍ଭାଇରନ୍ମେଣ୍ଟ ପତ୍ରିକାରେ ଗୋଟିଏ ନୂତନ ଅଧ୍ୟୟନ ପ୍ରକାଶିତ ହୋଇଛି। ଉକ୍ତ ଅଧ୍ୟୟନରୁ ପଶ୍ଚିମ ଭୂମଧ୍ୟସାଗର ଅଞ୍ଚଳରେ ମାନବ ବସତିର ସମୟକୁ ନେଇ ବିସ୍ତୃତ ଅନୁସନ୍ଧାନ ମିଳିପାରିଛି।
ରେକର୍ଡର ଅଭାବ ଏବଂ ସୀମିତ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଯୋଗୁ ମଣିଷ ପ୍ରଥମେ କେତେବେଳେ ଭୂମଧ୍ୟସାଗରୀୟ ଦ୍ୱୀପପୁଞ୍ଜରେ ବସବାସ କରୁଥିଲା ସେ ନେଇ ନିର୍ଣ୍ଣୟ କରିବା ବୈଜ୍ଞାନିକଙ୍କ ପାଇଁ କଷ୍ଟକର ହୋଇପଡୁଥିଲା। ତେବେ ବର୍ତ୍ତମାନ ବୁଡ଼ି ଯାଇଥିବା ଉକ୍ତ ପ୍ରାଚୀନ ସେତୁରୁ ମାଲୋର୍କା ଦ୍ୱୀପପୁଞ୍ଜରେ ମାନବ ସଭ୍ୟତା କେଉଁ ସମୟରେ ବସବାସ କରୁଥିଲେ ତାହା ଜଣାପଡ଼ିଛି। ଅଧ୍ୟୟନ ଅନୁଯାୟୀ, ପ୍ରାଚୀନ ସେତୁରୁ ମିଳିଥିବା ଖଣିଜ ଗଠନରୁ ଏହି ସଂରଚନା ପ୍ରାୟ ୬,୦୦୦ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା ବୋଲି ଅଧ୍ୟୟନରେ କୁହାଯାଇଛି। ଅଧ୍ୟୟନ ଅନୁଯାୟୀ, ଏହି ପ୍ରାଚୀନ ସେତୁ ବଡ଼ ଏବଂ ଭାରୀ ଚୂନପଥର ଖଣ୍ଡରେ ନିର୍ମିତ ହୋଇଥିବାବେଳେ ଏହାର ପ୍ରସ୍ଥ ୪.୨ ଫୁଟ ରହିଛି।
The post ଗୁମ୍ଫା ଭିତରେ ରହସ୍ୟମୟ ସେତୁ appeared first on Dharitri Odia News.