ଗୁରୁ ଗ୍ରନ୍ଥ ସାହିବର ଦୁଇଟି କପି ଜବତ କଲେ କତାର ସରକାର, ଆକ୍ସନରେ ଭାରତ
ନୂଆଦିଲ୍ଲୀ: କତାରରେ ଗୁରୁଗ୍ରନ୍ଥ ସାହିବର ଦୁଇଟି କପି ଜବତ ଘଟଣାରେ ଆକ୍ସନକୁ ଆସିଛନ୍ତି ଭାରତ ସରକାର। ଭାରତ ସରକାର ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି। ପ୍ରସଙ୍ଗରେ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରଣଧୀର ଜୟସ୍ବାଲ କହିଛନ୍ତି ‘ଆମେ କତାର ଅଧିକାରୀଙ୍କ ଦ୍ବାରା ଜବତ କରାଯାଇଥିବା ଗୁରୁ ଗ୍ରନ୍ଥ ସାହିବ ଏବଂ ଗୋଟିଏ କପି ଶିଖ୍ ସମୁଦାୟକୁ ଫେରାଇବା ଘଟଣାରେ ଅବଗତ ଅଛୁ। ଭାରତ ସରକାର କତାର ସମ୍ମୁଖରେ ପୂର୍ବରୁ ହିଁ ମାମଲା ଉଠାସାରିଛନ୍ତି ଏବଂ ଦୋହା ସ୍ଥିତ ଭାରତୀୟ ଦୂତାବାସ ସେଠାରେ ଥିବା ଶିଖ୍ ସମୁଦାୟଙ୍କୁ ଘଟଣା ବିଷୟରେ ଅବଗତ କରାଇଛନ୍ତି।’’ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜୟସ୍ବାଲ କହିଛନ୍ତି ‘କତାରର ଅଧିକାରୀମାନେ ଦୁଇ ସମୂହରୁ ଗୁରୁ ଗ୍ରନ୍ଥ ସାହିବର ଦୁଇଟି କପି ଜବତ କରିଥିଲେ। କୁହାଯାଉଛି ଉକ୍ତ ସମୂହ ଉପରେ କତାର ସରକାରଙ୍କ ବିନା ଅନୁମତିରେ ଧାର୍ମିକ ପ୍ରତିଷ୍ଠାନ ଚଳାଇବାର ଅଭିଯୋଗ ଲଗାଯାଇଥିଲା।’ ସେ ଆହୁରି କହିଛନ୍ତି ‘ଆମର ଦୂତାବାସ ସ୍ଥାନୀୟ ଆଇନ କାନୁନ ଅନୁଯାୟୀ ସବୁ ପ୍ରକାର ସହାୟତା ପ୍ରଦାନ କରୁଛି।’’ଜୟସ୍ବାଲ କହିଛନ୍ତି ପବିତ୍ର ଗ୍ରନ୍ଥର ଗୋଟିଏ କପିକୁ କତାର ଅଧିକାରୀ ଫେରାଇଛନ୍ତି ଏବଂ ଅନ୍ୟ ଦୁଇଟି କପି ମଧ୍ୟ ସମ୍ମାନର ସହ ଫେରାଇଦେବାକୁ ଆଶ୍ବସନା ଦେଇଛନ୍ତି।’’ ଏହା ପୂର୍ବରୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଏବଂ ଭଟିଣ୍ଡା ସାଂସଦ ହରସିମରତ ହରସିମରତ କୌର ବାଦଲ ମଧ୍ୟ ଏହି ପ୍ରସଙ୍ଗରେ ବିଦେଶ
ନୂଆଦିଲ୍ଲୀ: କତାରରେ ଗୁରୁଗ୍ରନ୍ଥ ସାହିବର ଦୁଇଟି କପି ଜବତ ଘଟଣାରେ ଆକ୍ସନକୁ ଆସିଛନ୍ତି ଭାରତ ସରକାର। ଭାରତ ସରକାର ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି। ପ୍ରସଙ୍ଗରେ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରଣଧୀର ଜୟସ୍ବାଲ କହିଛନ୍ତି ‘ଆମେ କତାର ଅଧିକାରୀଙ୍କ ଦ୍ବାରା ଜବତ କରାଯାଇଥିବା ଗୁରୁ ଗ୍ରନ୍ଥ ସାହିବ ଏବଂ ଗୋଟିଏ କପି ଶିଖ୍ ସମୁଦାୟକୁ ଫେରାଇବା ଘଟଣାରେ ଅବଗତ ଅଛୁ। ଭାରତ ସରକାର କତାର ସମ୍ମୁଖରେ ପୂର୍ବରୁ ହିଁ ମାମଲା ଉଠାସାରିଛନ୍ତି ଏବଂ ଦୋହା ସ୍ଥିତ ଭାରତୀୟ ଦୂତାବାସ ସେଠାରେ ଥିବା ଶିଖ୍ ସମୁଦାୟଙ୍କୁ ଘଟଣା ବିଷୟରେ ଅବଗତ କରାଇଛନ୍ତି।’’
ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜୟସ୍ବାଲ କହିଛନ୍ତି ‘କତାରର ଅଧିକାରୀମାନେ ଦୁଇ ସମୂହରୁ ଗୁରୁ ଗ୍ରନ୍ଥ ସାହିବର ଦୁଇଟି କପି ଜବତ କରିଥିଲେ। କୁହାଯାଉଛି ଉକ୍ତ ସମୂହ ଉପରେ କତାର ସରକାରଙ୍କ ବିନା ଅନୁମତିରେ ଧାର୍ମିକ ପ୍ରତିଷ୍ଠାନ ଚଳାଇବାର ଅଭିଯୋଗ ଲଗାଯାଇଥିଲା।’ ସେ ଆହୁରି କହିଛନ୍ତି ‘ଆମର ଦୂତାବାସ ସ୍ଥାନୀୟ ଆଇନ କାନୁନ ଅନୁଯାୟୀ ସବୁ ପ୍ରକାର ସହାୟତା ପ୍ରଦାନ କରୁଛି।’’
ଜୟସ୍ବାଲ କହିଛନ୍ତି ପବିତ୍ର ଗ୍ରନ୍ଥର ଗୋଟିଏ କପିକୁ କତାର ଅଧିକାରୀ ଫେରାଇଛନ୍ତି ଏବଂ ଅନ୍ୟ ଦୁଇଟି କପି ମଧ୍ୟ ସମ୍ମାନର ସହ ଫେରାଇଦେବାକୁ ଆଶ୍ବସନା ଦେଇଛନ୍ତି।’’ ଏହା ପୂର୍ବରୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଏବଂ ଭଟିଣ୍ଡା ସାଂସଦ ହରସିମରତ ହରସିମରତ କୌର ବାଦଲ ମଧ୍ୟ ଏହି ପ୍ରସଙ୍ଗରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ସେ କତାର ପୋଲିସ ହେପାଜତରୁ ଶ୍ରୀ ଗୁରୁ ସାହିବର ଦୁଇଟି କପି ମୁକ୍ତ କରିବା ପ୍ରସଙ୍ଗ ଉଠାଇବାକୁ ଅନୁରୋଧ ବିଦେଶ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।