ଗୁରୁ ପୂର୍ଣ୍ଣିମାରେ ସତ୍ୟସାଇ ସଙ୍ଘ ତରଫରୁ ବୃକ୍ଷରୋପଣ

ଲଡୁଗାଁ: ଗୁରୁ ପୂର୍ଣ୍ଣିମା ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆଇଁଲି ଠାରେ ଶ୍ରୀ ସତ୍ୟ ସାଇ ସେବା ସଙ୍ଗଠନ କଳାହାଣ୍ଡି ଆନୁକୁଲ୍ୟରେ ଜୟପାଟଣା ସମିତି ଆଇଁଲି ଭଜନ ମଣ୍ଡଳୀ ୧ ହଜାର ବୃକ୍ଷରୋପଣ କରିଛି। ବୃକ୍ଷ ତ୍ୟାଗ ଓ ସମର୍ପଣର ଜଗତଗୁରୁ, ଗୁରୁପୂର୍ଣ୍ଣିମାରେ ଆସ ଲଗାଇବା ପ୍ରେମତରୁ ସ୍ଲୋଗାନ ଦେଇ ଆଜିରୁ ୨୦୨୫ ବାବାଙ୍କ ଜନ୍ମଦିନ ପର୍ଯ୍ୟନ୍ତ ଆଗକୁ ୧ କୋଟି ବୃକ୍ଷ ରୋପଣ କରାଯିବା ନେଇ ଓଡ଼ିଶା ସତ୍ୟ ସାଇ ଟ୍ରଷ୍ଟ ସରକାର ସହ […]

ଗୁରୁ ପୂର୍ଣ୍ଣିମାରେ ସତ୍ୟସାଇ ସଙ୍ଘ ତରଫରୁ ବୃକ୍ଷରୋପଣ

ଲଡୁଗାଁ: ଗୁରୁ ପୂର୍ଣ୍ଣିମା ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆଇଁଲି ଠାରେ ଶ୍ରୀ ସତ୍ୟ ସାଇ ସେବା ସଙ୍ଗଠନ କଳାହାଣ୍ଡି ଆନୁକୁଲ୍ୟରେ ଜୟପାଟଣା ସମିତି ଆଇଁଲି ଭଜନ ମଣ୍ଡଳୀ ୧ ହଜାର ବୃକ୍ଷରୋପଣ କରିଛି। ବୃକ୍ଷ ତ୍ୟାଗ ଓ ସମର୍ପଣର ଜଗତଗୁରୁ, ଗୁରୁପୂର୍ଣ୍ଣିମାରେ ଆସ ଲଗାଇବା ପ୍ରେମତରୁ ସ୍ଲୋଗାନ ଦେଇ ଆଜିରୁ ୨୦୨୫ ବାବାଙ୍କ ଜନ୍ମଦିନ ପର୍ଯ୍ୟନ୍ତ ଆଗକୁ ୧ କୋଟି ବୃକ୍ଷ ରୋପଣ କରାଯିବା ନେଇ ଓଡ଼ିଶା ସତ୍ୟ ସାଇ ଟ୍ରଷ୍ଟ ସରକାର ସହ ଏହି କାର୍ଯ୍ୟକ୍ରମ ଧାର୍ଯ୍ୟ କରିଥିବା ଜଣାପଡିଛି। କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବେଣୁଧର କୁମାର, ରାଜ୍ୟ ଉପସଭାପତି ପ୍ରତାପ ଚନ୍ଦ୍ର ମହାନ୍ତି, କୋକସରା ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଏବଂ ଜିଲ୍ଲାର ବିଭିନ୍ନ ସମିତିର କନଭେନର ଓ ଜିଲ୍ଲା ସତ୍ୟସାଇ ଅନୁଷ୍ଠାନର ଭାଇ ଭଉଣୀ ଉପସ୍ଥିତି ଥିଲେ।