'ଗୁରୁ' ରାହୁଲ ଦ୍ରାବିଡ଼ଙ୍କ ପାଇଁ ଭାବୁକ ହେଲେ ରୋହିତ୍ ଶର୍ମା, ଇନଷ୍ଟାରେ ଲେଖିଲେ-ଇମୋସ୍‌ନାଲ୍‌ ମେସେଜ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ସହ ରାହୁଲ ଦ୍ରାବିଡ଼ଙ୍କ ଯାତ୍ରା ଶେଷ ହୋଇଛି । ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଟି-୨୦ ବିଶ୍ୱକପ ୨୦୨୪ ଦ୍ରାବିଡ଼ଙ୍କ ଶେଷ ବଡ଼ ଟୁର୍ଣ୍ଣାମେଣ୍ଟ ଥିଲା । ସେପଟେ ରୋହିତ ଶର୍ମା ଟି-୨୦ ଇଣ୍ଟରନ୍ୟାସନାଲରୁ ଅବସର ନେଇ ସାରିଛନ୍ତି । ନୂଆ କୋଚଙ୍କ ନିଯୁକ୍ତି ହେବା ବାକି ରହିଛି । ଏହାରି ଭିତରେ ନିଜ ଗୁରୁ, ମେଣ୍ଟର ଏବଂ ଜଣେ ଭଲ ମଣିଷ ରାହୁଲ ଦ୍ରାବିଡ଼ଙ୍କ ପାଇଁ ଅଧିନାୟକ ରୋହିତ ଶର୍ମା ଏକ ଇମୋସନାଲ୍ ମେସେଜ୍ ସେୟାର କରିଛନ୍ତି । ରୋହିତ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି- 'ପ୍ରିୟ ରାହୁଲ ଭାଇ, ମୁଁ ଏହା ଉପରେ (ଅଲଗା ହେବା ଉପରେ) ନିଜ ଭାବନାକୁ ସଠିକ୍ ଭାବେ ବ୍ୟକ୍ତ କରିବା ପାଇଁ ଶବ୍ଦ ଖୋଜୁଛି, କିନ୍ତୁ ମୋତେ ବିଶ୍ୱାସ ଯେ ମୁଁ ଏହା କରିପାରିବି ନାହିଁ । ତଥାପି ପ୍ରୟାସ କରୁଛି । ପିଲାଟି ଦିନରୁ ମୁଁ ଆପଣଙ୍କୁ କୋଟି କୋଟି ଅନ୍ୟ ଲୋକଙ୍କ ପରି ଦେଖି ଆସୁଛି, କିନ୍ତୁ ମୁଁ ଭାଗ୍ୟଶାଳୀ ଥିଲି ଯେ ମୁଁ ଆପଣଙ୍କ ସହ ଏତେ ନିକଟରେ କାମ କରିବାର ସୁଯୋଗ ପାଇଲି ।View this post on InstagramA post shared by Rohit Sharma (@rohitsharma45)ରୋହିତ୍ ଲେଖିଛନ୍ତି, 'ଆପଣ ଏପରି ଭାବେ ଆମ ସହ ସାମିଲ ହେଲେ ଯେ ଆପଣଙ୍କୁ କିଛି ବି କହିବାରେ ଆତ୍ମୀୟତା ଅନୁଭବ ହେଲା । ଏହା ଆପଣଙ୍କ ଉପହାର ଅଟେ, ଆପଣଙ୍କ ବିନମ୍ରତା ଏବଂ ଏତେ ସମୟ ପରେ

'ଗୁରୁ' ରାହୁଲ ଦ୍ରାବିଡ଼ଙ୍କ ପାଇଁ ଭାବୁକ ହେଲେ ରୋହିତ୍ ଶର୍ମା, ଇନଷ୍ଟାରେ ଲେଖିଲେ-ଇମୋସ୍‌ନାଲ୍‌ ମେସେଜ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ସହ ରାହୁଲ ଦ୍ରାବିଡ଼ଙ୍କ ଯାତ୍ରା ଶେଷ ହୋଇଛି । ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଟି-୨୦ ବିଶ୍ୱକପ ୨୦୨୪ ଦ୍ରାବିଡ଼ଙ୍କ ଶେଷ ବଡ଼ ଟୁର୍ଣ୍ଣାମେଣ୍ଟ ଥିଲା । ସେପଟେ ରୋହିତ ଶର୍ମା ଟି-୨୦ ଇଣ୍ଟରନ୍ୟାସନାଲରୁ ଅବସର ନେଇ ସାରିଛନ୍ତି । ନୂଆ କୋଚଙ୍କ ନିଯୁକ୍ତି ହେବା ବାକି ରହିଛି । ଏହାରି ଭିତରେ ନିଜ ଗୁରୁ, ମେଣ୍ଟର ଏବଂ ଜଣେ ଭଲ ମଣିଷ ରାହୁଲ ଦ୍ରାବିଡ଼ଙ୍କ ପାଇଁ ଅଧିନାୟକ ରୋହିତ ଶର୍ମା ଏକ ଇମୋସନାଲ୍ ମେସେଜ୍ ସେୟାର କରିଛନ୍ତି । 

ରୋହିତ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି- 'ପ୍ରିୟ ରାହୁଲ ଭାଇ, ମୁଁ ଏହା ଉପରେ (ଅଲଗା ହେବା ଉପରେ) ନିଜ ଭାବନାକୁ ସଠିକ୍ ଭାବେ ବ୍ୟକ୍ତ କରିବା ପାଇଁ ଶବ୍ଦ ଖୋଜୁଛି, କିନ୍ତୁ ମୋତେ ବିଶ୍ୱାସ ଯେ ମୁଁ ଏହା କରିପାରିବି ନାହିଁ । ତଥାପି ପ୍ରୟାସ କରୁଛି । ପିଲାଟି ଦିନରୁ ମୁଁ ଆପଣଙ୍କୁ କୋଟି କୋଟି ଅନ୍ୟ ଲୋକଙ୍କ ପରି ଦେଖି ଆସୁଛି, କିନ୍ତୁ ମୁଁ ଭାଗ୍ୟଶାଳୀ ଥିଲି ଯେ ମୁଁ ଆପଣଙ୍କ ସହ ଏତେ ନିକଟରେ କାମ କରିବାର ସୁଯୋଗ ପାଇଲି ।




ରୋହିତ୍ ଲେଖିଛନ୍ତି, 'ଆପଣ ଏପରି ଭାବେ ଆମ ସହ ସାମିଲ ହେଲେ ଯେ ଆପଣଙ୍କୁ କିଛି ବି କହିବାରେ ଆତ୍ମୀୟତା ଅନୁଭବ ହେଲା । ଏହା ଆପଣଙ୍କ ଉପହାର ଅଟେ, ଆପଣଙ୍କ ବିନମ୍ରତା ଏବଂ ଏତେ ସମୟ ପରେ ବି ଏହି ଖେଳ ପାଇଁ ଆପଣଙ୍କ ଭଲ ପାଇବା । ମୁଁ ଆପଣଙ୍କଠାରୁ ଅନେକ କିଛି ଶିଖିଛି ଏବଂ ସବୁ ସ୍ମୃତିକୁ ସାଉଁଟି ରଖିବି । ମୋ ପତ୍ନୀ ଆପଣଙ୍କୁ ମୋର ୱାର୍କ ୱାଇଫ୍ କୁହେ ଏବଂ ମୁଁ ମଧ୍ୟ ଆପଣଙ୍କୁ ଏହା କହି ନିଜକୁ ଭାଗ୍ୟଶାଳୀ ଭାବୁଛି । ଆପଣଙ୍କ ଖଜଣାରେ ଏହି ଗୋଟିଏ ଜିନିଷର ଅଭାବ ଥିଲା (ୱାର୍ଲଡ କପ୍ ଟ୍ରଫି) ଏବଂ ମୁଁ ବହୁତ ଖୁସି ଯେ ଆମେ ମିଳିମିଶି ଏହାକୁ ହାସଲ କରିପାରିଲେ । ରାହୁଲ ଭାଇ, ଆପଣଙ୍କୁ ନିଜର ବିଶ୍ୱାସପାତ୍ର, ନିଜ କୋଚ୍ ଏବଂ ନିଜ ବନ୍ଧୁ ଭାବେ ପାଇବା ମୋ ପାଇଁ ସୌଭାଗ୍ୟ ଅଟେ ।'