ବିବାହ ବନ୍ଧନରେ ବାନ୍ଧି ହେଲେ ନାଗା ଓ ଶୋଭିତା, ସାମ୍ନାକୁ ଆସିଲା ଫଟୋ
ହାଇଦ୍ରାବାଦ: ବିବାହ ବନ୍ଧନରେ ବାନ୍ଧି ହେଲେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତା ନାଗା ଚୈତନ୍ୟ ଓ ଶୋଭିତା ଧୂଲିପାଲା। ଉଭୟ ବୁଧବାର ଘନିଷ୍ଠ ସଂପର୍କୀୟ ଓ ବନ୍ଧୁମାନଙ୍କ ଉପସ୍ଥିତିରେ ତେଲୁଗୁ ବ୍ରାହ୍ମଣ ରୀତିନୀତିରେ ବିବାହ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ବିବାହର ଫଟୋ ଭାଇରାଲ୍ ହୋଇଛି। ଏଥିରେ ଶୋଭିତା କାଞ୍ଜିବରମ ସିଲ୍କ ଶାଢୀ ଓ ସୁନାର ପାରମ୍ପରିକ ଆଭୂଷଣରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି। ଅନ୍ୟପଟେ ନାଗା ଚୈତନ୍ୟ ନିଜ ଦାଦା ଅକ୍କିନେନି ନାଗେଶ୍ଵର ରାଓଙ୍କ ଧଳା ପାଞ୍ଚା ପିନ୍ଧିଥିବା ଦେଖିବାକୁ ମିଳିଛି।ନାଗା ଚୈତନ୍ୟ ଓ ଶୋଭିତା ଧୁଲିପାଲାଙ୍କ ବିବାହ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡ଼ିଓରେ ସଂପନ୍ନ ହୋଇଛି। ଏହି ବିବାହ ସମାରୋହରେ ଚିରଞ୍ଜିବୀ ଓ ତାଙ୍କ ପୁଅ ରାମ ଚରଣ ଯୋଗ ଦେଇଥିଲେ। ଅଲ୍ଲୁ ଅର୍ଜୁନ ପୁଷ୍ପା ୨ର ସ୍କ୍ରିନିଂ ପରେ ନାଗା ଓ ଶୋଭିତାଙ୍କୁ ଶୁଭେଚ୍ଛା ଦେବା ପାଇଁ ପହଞ୍ଚିବେ। ପ୍ରଭାସ ଓ ଏସଏସ ରାଜାମୌଲୀ କୌଣସି ବି ସମୟରେ ଦମ୍ପତ୍ତିକୁ ଆଶୀର୍ବାଦ ଦେବା ପାଇଁ ଅନ୍ନପୂର୍ଣ୍ଣା ଷ୍ଟୁଡିଓ ପହଞ୍ଚି ପାରନ୍ତି। Watching Sobhita and Chay begin this beautiful chapter together has been a special and emotional moment for me. ???????? Congratulations to my beloved Chay, and welcome to the family dear Sobhita—you’ve already brought so much ha
ହାଇଦ୍ରାବାଦ: ବିବାହ ବନ୍ଧନରେ ବାନ୍ଧି ହେଲେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତା ନାଗା ଚୈତନ୍ୟ ଓ ଶୋଭିତା ଧୂଲିପାଲା। ଉଭୟ ବୁଧବାର ଘନିଷ୍ଠ ସଂପର୍କୀୟ ଓ ବନ୍ଧୁମାନଙ୍କ ଉପସ୍ଥିତିରେ ତେଲୁଗୁ ବ୍ରାହ୍ମଣ ରୀତିନୀତିରେ ବିବାହ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ବିବାହର ଫଟୋ ଭାଇରାଲ୍ ହୋଇଛି। ଏଥିରେ ଶୋଭିତା କାଞ୍ଜିବରମ ସିଲ୍କ ଶାଢୀ ଓ ସୁନାର ପାରମ୍ପରିକ ଆଭୂଷଣରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି। ଅନ୍ୟପଟେ ନାଗା ଚୈତନ୍ୟ ନିଜ ଦାଦା ଅକ୍କିନେନି ନାଗେଶ୍ଵର ରାଓଙ୍କ ଧଳା ପାଞ୍ଚା ପିନ୍ଧିଥିବା ଦେଖିବାକୁ ମିଳିଛି।
ନାଗା ଚୈତନ୍ୟ ଓ ଶୋଭିତା ଧୁଲିପାଲାଙ୍କ ବିବାହ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡ଼ିଓରେ ସଂପନ୍ନ ହୋଇଛି। ଏହି ବିବାହ ସମାରୋହରେ ଚିରଞ୍ଜିବୀ ଓ ତାଙ୍କ ପୁଅ ରାମ ଚରଣ ଯୋଗ ଦେଇଥିଲେ। ଅଲ୍ଲୁ ଅର୍ଜୁନ ପୁଷ୍ପା ୨ର ସ୍କ୍ରିନିଂ ପରେ ନାଗା ଓ ଶୋଭିତାଙ୍କୁ ଶୁଭେଚ୍ଛା ଦେବା ପାଇଁ ପହଞ୍ଚିବେ। ପ୍ରଭାସ ଓ ଏସଏସ ରାଜାମୌଲୀ କୌଣସି ବି ସମୟରେ ଦମ୍ପତ୍ତିକୁ ଆଶୀର୍ବାଦ ଦେବା ପାଇଁ ଅନ୍ନପୂର୍ଣ୍ଣା ଷ୍ଟୁଡିଓ ପହଞ୍ଚି ପାରନ୍ତି।
Watching Sobhita and Chay begin this beautiful chapter together has been a special and emotional moment for me. ???????? Congratulations to my beloved Chay, and welcome to the family dear Sobhita—you’ve already brought so much happiness into our lives. ????
This celebration holds… pic.twitter.com/oBy83Q9qNm— Nagarjuna Akkineni (@iamnagarjuna) December 4, 2024
ବିବାହର ସମସ୍ତ ରୀତିନୀତି ପୂରା ହେବା ପରେ ନବ ଦମ୍ପତ୍ତି ଆଶୀର୍ବାଦ ନେବା ପାଇଁ ମନ୍ଦିର ଯିବେ। ପରିବାର ଲୋକ କହିଛନ୍ତି ଯେ, ପାରମ୍ପରିକ ରୀତିନୀତିରେ ବିବାହର ସବୁ ରୀତି ସଂପନ୍ନ ପରେ ଦମ୍ପତ୍ତି ସର୍ବ ପ୍ରଥମେ ମନ୍ଦିର ଯାଇଥାନ୍ତି ଏବଂ ଭଗବାନଙ୍କ ଆଶୀର୍ବାଦ ନେଇଥାନ୍ତି। ଶୋଭିତା ଓ ନାଗା ଚୈତନ୍ୟ ଏହାର ପାଳନ କରିବେ ଓ ତିରୁପତି ବାଲାଜୀ ମନ୍ଦିର କିମ୍ବା ଶ୍ରୀଶୈଲମ ମନ୍ଦିର ଯାଇ ଭଗବାନଙ୍କ ଆଶୀର୍ବାଦ ନେବେ।