ଗୁରୁତର ରୋଗରେ ପୀଡିତ ସଟଲ କୁଇନ, ଖୁବଶୀଘ୍ର ନେଇପାରନ୍ତି ଅବସର
ନୂଆଦିଲ୍ଲୀ ୦୪/୦୯: ବ୍ୟାଡମିଣ୍ଟନ କ୍ଷେତ୍ରରେ ଅଲିମ୍ପିକ ପଦକ ଜିତିଥିବା ପ୍ରଥମ ମହିଳା ଖେଳାଳି ସାଇନା ନେହଓ୍ୱାଲ୍ । ଇତିହାସ ସୃଷ୍ଟି କରିଥିବା ସାଇନା ନେହୱାଲ ଲଣ୍ଡନ ଅଲିମ୍ପିକ୍ସ ୨୦୧୨ରେ ଏକକ ବର୍ଗରେ ଜିତିଥିଲେ ବ୍ରୋଞ୍ଜ ପଦକ । ତେବେ କହିବାକୁ ଗଲେ ତାଙ୍କ କ୍ୟାରିୟରରେ ଅନେକ ମାଇଲଖୁଣ୍ଟ ହାସଲ କରିଥିଲେ ସାଇନା । କିନ୍ତୁ ବ୍ୟାଡମିଣ୍ଟନ ତାରକାଙ୍କ କ୍ୟାରିୟର ସାଇନା ନେହୱାଲ ବର୍ତ୍ତମାନ ସଙ୍କଟ ଦେଖାଦେଇଛି । କହିବାକୁ ଗଲେ ସେ ଏବେ ଗମ୍ଭୀର ରୋଗ (ଆର୍ଥ୍ରାଇଟିସ୍)ରେ ପୀଡ଼ିତ । ଯେଉଁଥିପାଇଁ ସେ ତାଙ୍କ ବ୍ୟାଡମିଣ୍ଟନ କ୍ୟାରିୟର ଜାରି ରଖିବାକୁ ଅସମର୍ଥ । ନିକଟରେ ସେ ଖୁଲାସା କରି କହିଛନ୍ତି ଯେ ଏହି ସମସ୍ୟା ହେତୁ ସେ ଅବସର ନେବାକୁ ମଧ୍ୟ ଚିନ୍ତା କରିପାରନ୍ତି । ସାଇନା ନେହୱାଲ କେଉଁ ରୋଗରେ ପୀଡିତ?ନିକଟରେ ଏକ ପୋଡକାଷ୍ଟ ସମୟରେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ପ୍ରକାଶ କରିଥିଲେ ଯେ ସେ ଆର୍ଥ୍ରାଇଟିସରେ ପୀଡିତ । ଏହି କାରଣରୁ, ତାଙ୍କ କ୍ୟାରିୟର ମଧ୍ୟ ବିପଦରେ ପଡିପାରେ । ସେ କହିଛନ୍ତି ଯେ ତାଙ୍କ ଆଣ୍ଠୁଗଣ୍ଠି ସମସ୍ୟା ବର୍ତ୍ତମାନ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ବ୍ୟାଡମିଣ୍ଟନ ପ୍ରାକ୍ଟିସ୍ କରିବାରେ ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଷ୍ଟାର ସଟଲର ମଧ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ଅବସର ନେବାକୁ ଜିଦ୍ ଧରିଥିଲେ । ସେ କହିଥିଲେ ଯେ ମୋର କ୍ୟାରିୟର ଦୀର୍ଘ ହୋଇସାରିଛି ଏବଂ ମୁଁ ଏଥିପାଇଁ ଗର୍ବିତ,
ନୂଆଦିଲ୍ଲୀ ୦୪/୦୯: ବ୍ୟାଡମିଣ୍ଟନ କ୍ଷେତ୍ରରେ ଅଲିମ୍ପିକ ପଦକ ଜିତିଥିବା ପ୍ରଥମ ମହିଳା ଖେଳାଳି ସାଇନା ନେହଓ୍ୱାଲ୍ । ଇତିହାସ ସୃଷ୍ଟି କରିଥିବା ସାଇନା ନେହୱାଲ ଲଣ୍ଡନ ଅଲିମ୍ପିକ୍ସ ୨୦୧୨ରେ ଏକକ ବର୍ଗରେ ଜିତିଥିଲେ ବ୍ରୋଞ୍ଜ ପଦକ । ତେବେ କହିବାକୁ ଗଲେ ତାଙ୍କ କ୍ୟାରିୟରରେ ଅନେକ ମାଇଲଖୁଣ୍ଟ ହାସଲ କରିଥିଲେ ସାଇନା ।
କିନ୍ତୁ ବ୍ୟାଡମିଣ୍ଟନ ତାରକାଙ୍କ କ୍ୟାରିୟର ସାଇନା ନେହୱାଲ ବର୍ତ୍ତମାନ ସଙ୍କଟ ଦେଖାଦେଇଛି । କହିବାକୁ ଗଲେ ସେ ଏବେ ଗମ୍ଭୀର ରୋଗ (ଆର୍ଥ୍ରାଇଟିସ୍)ରେ ପୀଡ଼ିତ । ଯେଉଁଥିପାଇଁ ସେ ତାଙ୍କ ବ୍ୟାଡମିଣ୍ଟନ କ୍ୟାରିୟର ଜାରି ରଖିବାକୁ ଅସମର୍ଥ । ନିକଟରେ ସେ ଖୁଲାସା କରି କହିଛନ୍ତି ଯେ ଏହି ସମସ୍ୟା ହେତୁ ସେ ଅବସର ନେବାକୁ ମଧ୍ୟ ଚିନ୍ତା କରିପାରନ୍ତି ।
ସାଇନା ନେହୱାଲ କେଉଁ ରୋଗରେ ପୀଡିତ?
ନିକଟରେ ଏକ ପୋଡକାଷ୍ଟ ସମୟରେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ପ୍ରକାଶ କରିଥିଲେ ଯେ ସେ ଆର୍ଥ୍ରାଇଟିସରେ ପୀଡିତ । ଏହି କାରଣରୁ, ତାଙ୍କ କ୍ୟାରିୟର ମଧ୍ୟ ବିପଦରେ ପଡିପାରେ । ସେ କହିଛନ୍ତି ଯେ ତାଙ୍କ ଆଣ୍ଠୁଗଣ୍ଠି ସମସ୍ୟା ବର୍ତ୍ତମାନ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ବ୍ୟାଡମିଣ୍ଟନ ପ୍ରାକ୍ଟିସ୍ କରିବାରେ ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଷ୍ଟାର ସଟଲର ମଧ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ଅବସର ନେବାକୁ ଜିଦ୍ ଧରିଥିଲେ । ସେ କହିଥିଲେ ଯେ ମୋର କ୍ୟାରିୟର ଦୀର୍ଘ ହୋଇସାରିଛି ଏବଂ ମୁଁ ଏଥିପାଇଁ ଗର୍ବିତ, ମୁଁ ଯାହା ହାସଲ କରିଛି ସେଥିରେ ମୁଁ ଖୁସି ଅଟେ । ଏହି ବର୍ଷ ଶେଷ ସୁଦ୍ଧା ମୁଁ କିପରି ଅନୁଭବ କରୁଛି ତାହାର ମୂଲ୍ୟାଙ୍କନ କରିବି ।