୧୫ କୋଟି ବର୍ଷ ପୁରୁଣା ‘ଭୁଲକାନ୍’ ଡାଇନାସୋର କଙ୍କାଳର ହେବ ବିକ୍ରି, ପ୍ୟାରିସ୍‌ରେ ଐତାହାସିକ ନିଲାମୀ

ନୂଆଦିଲ୍ଲୀ: ପୃଥିବୀରେ ୧୫ କୋଟି ବର୍ଷ ପୂର୍ବେ ବିଚରଣ କରୁଥିବା ସବୁଠାରୁ ବଡ଼ ଡାଇନାସୋରଙ୍କ ମଧ୍ୟରୁ ଗୋଟିଏ ଭୁଲକାନ୍‌ କଙ୍କାଳର ନିଲାମୀ ନଭେମ୍ୱର ୧୬ରେ ହେବ । ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଏହି ନିଲାମୀ ହେବ । ଫ୍ରାନ୍ସର ନିଲାମୀ କମ୍ପାନି କୋଲିନ ଡୁ ବୋକେଜ ଏବଂ ବାରବ୍ରୋସା ଏହି ଐତିହାସିକ ନିଲାମୀର ଘୋଷଣା କରିଛନ୍ତି । ଏହି ନିଲାମୀ ପାଇଁ ଜୁଲାଇରେ ପ୍ରି-ରେଜିଷ୍ଟାର ଆବେଦନ ଖୋଲିବା ପରେ ଭୁଲକାନ୍‌ର ଆନୁମାନିକ ମୂଲ୍ୟ ୧.୧ରୁ ୨.୨ କୋଟି ଆମେରିକୀୟ ଡଲାର (ପ୍ରାୟ ୯୨-୧୮୫ କୋଟି ଟଙ୍କା) ପାର କରିଛି । କଙ୍କାଳକୁ ଆମେରିକାର ବ୍ୟାୋମିଂରେ ୨୦୧୮ରେ ସନ୍ଧାନ କରାଯାଇଥିଲା । ଏହାର ମୋଟ ଉଚ୍ଚତା ୨୦.୫୦ ମିଟର । ଏହି କଙ୍କାଳର ପ୍ରାୟ ୮୦ ପ୍ରତିଶତ ହାଡ଼ ଗୋଟିଏ ଡାଇନାସୋରର ଅଟେ, ଯାହା ଏହାର ଅଦ୍ୱିତୀୟ ସଂରଚନାକୁ ଦର୍ଶାଉଛି । ଓଲିଭିୟର କଲିନ ଡୁ ବୋକେଜ ନିଲାମୀର ସଂସ୍ଥାପକ ଏବଂ ମୁଖ୍ୟ କହିଛନ୍ତି, ଭୁଲକାନ୍‌ ସବୁଠାରୁ ବଡ଼ ଏବଂ  ଏକ ପୂର୍ଣ୍ଣ ଡାୟନାସୋର, ଯିଏ ନିଜ ବର୍ଗରେ ସବୁଠୁ ଭିନ୍ନ । ଏହା ଆଜି ଯାଏରେ ସବୁଠାରୁ ପ୍ରାଚୀନ ଅନୁସନ୍ଧାନ । କଙ୍କାଳ କ୍ରେତାକୁ ଜିପିଏସ୍ ପଏଣ୍ଟ, ଖନନ ସହ ଆନୁଷ୍ଠାନିକ ରୂପେ ଡାଇନାସୋରର ନାଁ ପରିବର୍ତ୍ତନର ଅଧିକାର ସହ କପିରାଇଟ୍ ମଧ୍ୟ ଦିଆଯିବ । ପ୍ରସିଦ୍ଧ ଜୀବାଶ୍ମ ବିଜ୍ଞାନୀଙ୍କ ଦ୍ୱାରା ଭୁଲକାନ୍‌ର ଅଧ୍ୟୟନ କରାଯାଇଛି । ଏଥିରେ ଜର୍ମାନୀର ରୋଷ୍ଟକ ବିଶ୍ୱବିଦ୍ୟାଳୟର କ୍ରିଷ୍ଟିୟନ ପୋ

୧୫ କୋଟି ବର୍ଷ ପୁରୁଣା ‘ଭୁଲକାନ୍’ ଡାଇନାସୋର କଙ୍କାଳର ହେବ ବିକ୍ରି, ପ୍ୟାରିସ୍‌ରେ ଐତାହାସିକ ନିଲାମୀ

ନୂଆଦିଲ୍ଲୀ: ପୃଥିବୀରେ ୧୫ କୋଟି ବର୍ଷ ପୂର୍ବେ ବିଚରଣ କରୁଥିବା ସବୁଠାରୁ ବଡ଼ ଡାଇନାସୋରଙ୍କ ମଧ୍ୟରୁ ଗୋଟିଏ ଭୁଲକାନ୍‌ କଙ୍କାଳର ନିଲାମୀ ନଭେମ୍ୱର ୧୬ରେ ହେବ । ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଏହି ନିଲାମୀ ହେବ । ଫ୍ରାନ୍ସର ନିଲାମୀ କମ୍ପାନି କୋଲିନ ଡୁ ବୋକେଜ ଏବଂ ବାରବ୍ରୋସା ଏହି ଐତିହାସିକ ନିଲାମୀର ଘୋଷଣା କରିଛନ୍ତି । 

ଏହି ନିଲାମୀ ପାଇଁ ଜୁଲାଇରେ ପ୍ରି-ରେଜିଷ୍ଟାର ଆବେଦନ ଖୋଲିବା ପରେ ଭୁଲକାନ୍‌ର ଆନୁମାନିକ ମୂଲ୍ୟ ୧.୧ରୁ ୨.୨ କୋଟି ଆମେରିକୀୟ ଡଲାର (ପ୍ରାୟ ୯୨-୧୮୫ କୋଟି ଟଙ୍କା) ପାର କରିଛି । କଙ୍କାଳକୁ ଆମେରିକାର ବ୍ୟାୋମିଂରେ ୨୦୧୮ରେ ସନ୍ଧାନ କରାଯାଇଥିଲା । ଏହାର ମୋଟ ଉଚ୍ଚତା ୨୦.୫୦ ମିଟର । ଏହି କଙ୍କାଳର ପ୍ରାୟ ୮୦ ପ୍ରତିଶତ ହାଡ଼ ଗୋଟିଏ ଡାଇନାସୋରର ଅଟେ, ଯାହା ଏହାର ଅଦ୍ୱିତୀୟ ସଂରଚନାକୁ ଦର୍ଶାଉଛି । 

ଓଲିଭିୟର କଲିନ ଡୁ ବୋକେଜ ନିଲାମୀର ସଂସ୍ଥାପକ ଏବଂ ମୁଖ୍ୟ କହିଛନ୍ତି, ଭୁଲକାନ୍‌ ସବୁଠାରୁ ବଡ଼ ଏବଂ  ଏକ ପୂର୍ଣ୍ଣ ଡାୟନାସୋର, ଯିଏ ନିଜ ବର୍ଗରେ ସବୁଠୁ ଭିନ୍ନ । ଏହା ଆଜି ଯାଏରେ ସବୁଠାରୁ ପ୍ରାଚୀନ ଅନୁସନ୍ଧାନ । କଙ୍କାଳ କ୍ରେତାକୁ ଜିପିଏସ୍ ପଏଣ୍ଟ, ଖନନ ସହ ଆନୁଷ୍ଠାନିକ ରୂପେ ଡାଇନାସୋରର ନାଁ ପରିବର୍ତ୍ତନର ଅଧିକାର ସହ କପିରାଇଟ୍ ମଧ୍ୟ ଦିଆଯିବ । ପ୍ରସିଦ୍ଧ ଜୀବାଶ୍ମ ବିଜ୍ଞାନୀଙ୍କ ଦ୍ୱାରା ଭୁଲକାନ୍‌ର ଅଧ୍ୟୟନ କରାଯାଇଛି । ଏଥିରେ ଜର୍ମାନୀର ରୋଷ୍ଟକ ବିଶ୍ୱବିଦ୍ୟାଳୟର କ୍ରିଷ୍ଟିୟନ ପୋଥ୍ ମଧ୍ୟ ସାମିଲ ଅଛନ୍ତି । ତାଙ୍କ ବିଶ୍ଲେଷଣ ଅନୁସାରେ ଭୁଲକାନ୍‌ ଡାଇନାସୋରର, ଏପେଟୋସରସ ଏବଂ ବ୍ରୋଣ୍ଟେସରସ୍ ଉଭୟଙ୍କ ସହ ମେଳ ଖାଉଛି । କିନ୍ତୁ ଏହାର ଅଜାକ୍ସ ସହ ଏହା ଅଧିକ ମେଳ ଖାଉଛି ।