ଗୁରୁବାର ଓଡ଼ିଶାର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା; IMDର ପୂର୍ବାନୁମାନ

ଭୁବନେଶ୍ୱର,୧୯।୩: ବୁଧବାର ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ ଗୁରୁବାର (ମାର୍ଚ୍ଚ ୨୦) ଓଡ଼ିଶାର ଅନେକ ଜିଲାରେ ଝଡ଼ବର୍ଷା ହୋଇପାରେ। ଭଦ୍ରକ, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହିତ ବଜ୍ରପାତ ଏବଂ କୁଆପଥର ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ସମ୍ବଲପୁର, ଦେବଗଡ଼, ବୌଦ୍ଧ, ଅନୁଗୁଳ ଏବଂ ଯାଜପୁର […] The post ଗୁରୁବାର ଓଡ଼ିଶାର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା; IMDର ପୂର୍ବାନୁମାନ appeared first on Dharitri Odia News.

ଗୁରୁବାର ଓଡ଼ିଶାର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା; IMDର ପୂର୍ବାନୁମାନ

ଭୁବନେଶ୍ୱର,୧୯।୩: ବୁଧବାର ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ ଗୁରୁବାର (ମାର୍ଚ୍ଚ ୨୦) ଓଡ଼ିଶାର ଅନେକ ଜିଲାରେ ଝଡ଼ବର୍ଷା ହୋଇପାରେ।

ଭଦ୍ରକ, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହିତ ବଜ୍ରପାତ ଏବଂ କୁଆପଥର ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି।

ସମ୍ବଲପୁର, ଦେବଗଡ଼, ବୌଦ୍ଧ, ଅନୁଗୁଳ ଏବଂ ଯାଜପୁର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଏବଂ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକ ପାଇଁ ଏକ ୟେଲୋ ୱାର୍ନିଂ ଜାରି କରିଛି।

ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତ ସମୟରେ ସୁରକ୍ଷିତ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ପନିପରିବା ଏବଂ ଫସଲକୁ କୁଆପଥର ବୃଷ୍ଟିରୁ ରକ୍ଷା କରିବା ପାଇଁ ଜାଲ ବ୍ୟବହାର କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି।

ତେବେ ଆଗାମୀ ୨ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା)ରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ ଏବଂ ତା’ପରେ ଓଡ଼ିଶାର ଜିଲାଗୁଡ଼ିକରେ ୩-୪° ସେଲସିୟସ୍ ହ୍ରାସ ପାଇବ।

The post ଗୁରୁବାର ଓଡ଼ିଶାର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା; IMDର ପୂର୍ବାନୁମାନ appeared first on Dharitri Odia News.