‘ଦିଲ୍ଲୀ ଚଲୋ’ ଅଭିଯାନ ପୂର୍ବରୁ ଲାଗିଲା ୧୪୪

ନୂଆଦିଲ୍ଲୀ,୧୨।୨: କୃଷକମାନେ ମଙ୍ଗଳବାରଠାରୁ ‘ଦିଲ୍ଲୀ ଚଲୋ’ ଅଭିଯାନରେ ବାହାରିବାକୁ ଥିବାବେଳେ ଏହା ପୂର୍ବରୁ ଦିଲ୍ଲୀ ପୋଲିସ ସାରା ସହରରେ ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି। ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଜାତୀୟ ରାଜଧାନୀରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ରାଲି, ଶୋଭାଯାତ୍ରା ଏବଂ ରାସ୍ତା ଅବରୋଧକୁ ବନ୍ଦ କରିବା ପାଇଁ ଏଭଳି କଟକଣା ଲାଗୁ ହୋଇଥିବା ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା କହିଛନ୍ତି। ଫସଲର ସର୍ବନିମ୍ନ […] The post ‘ଦିଲ୍ଲୀ ଚଲୋ’ ଅଭିଯାନ ପୂର୍ବରୁ ଲାଗିଲା ୧୪୪ appeared first on Dharitri Odia News.

‘ଦିଲ୍ଲୀ ଚଲୋ’ ଅଭିଯାନ ପୂର୍ବରୁ ଲାଗିଲା ୧୪୪

ନୂଆଦିଲ୍ଲୀ,୧୨।୨: କୃଷକମାନେ ମଙ୍ଗଳବାରଠାରୁ ‘ଦିଲ୍ଲୀ ଚଲୋ’ ଅଭିଯାନରେ ବାହାରିବାକୁ ଥିବାବେଳେ ଏହା ପୂର୍ବରୁ ଦିଲ୍ଲୀ ପୋଲିସ ସାରା ସହରରେ ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି। ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଜାତୀୟ ରାଜଧାନୀରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ରାଲି, ଶୋଭାଯାତ୍ରା ଏବଂ ରାସ୍ତା ଅବରୋଧକୁ ବନ୍ଦ କରିବା ପାଇଁ ଏଭଳି କଟକଣା ଲାଗୁ ହୋଇଥିବା ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା କହିଛନ୍ତି।

ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଗ୍ୟାରେଣ୍ଟି ଦାବିରେ ଉତ୍ତରପ୍ରଦେଶ, ହରିୟାଣା ଏବଂ ପଞ୍ଜାବର କୃଷକ ସଂଗଠନଗୁଡ଼ିକ ଫେବୃଆରୀ ୧୩ରୁ ଦିଲ୍ଲୀ ଚଲୋ ଡାକରା ଦେଇଥିଲେ। ଏମ୍‌ଏସ୍‌ପି ଉପରେ ଆଇନଗତ ଗ୍ୟାରେଣ୍ଟି ସର୍ତ୍ତରେ ଚାଷୀମାନେ ୨୦୨୧ରେ ଆନ୍ଦୋଳନ ପ୍ରତ୍ୟାହାର କରିନେବାକୁ ରାଜି ହୋଇଥିଲେ।

କୃଷକଙ୍କ ଦିଲ୍ଲୀ ଅଭିଯାନ ପୂର୍ବରୁ ପୋଲିସ ସୋମବାର ଗାଜିପୁର ସୀମାରେ ବ୍ୟାରିକେଡ୍‌ ଲଗାଇଥିଲା। ହରିୟାଣା ସରକାର ରାସ୍ତାରେ ତାରବାଡ଼ ଓ କଣ୍ଟା ପୋତିବାରୁ ପଞ୍ଜାବ ଏବଂ ଭାରତ ମଧ୍ୟରେ ସୀମା ସୃଷ୍ଟି କରନାହିଁ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ କହିଥିଲେ। ଦିଲ୍ଲୀରେ ମାସେ ପର୍ଯ୍ୟନ୍ତ ୧୪୪ ଧାରା ରହିଲେ, କୌଣସି ପ୍ରକାର ଆନ୍ଦୋଳନ, ରାଲି, ଶୋଭାଯାତ୍ରା କିମ୍ବା ସଭା ହୋଇପାରିବ ନାହିଁ। ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳିବ ନାହିଁ। ଦିଲ୍ଳୀକୁ କୃଷକମାନଙ୍କୁ ଆଣିବା ପାଇଁ କିମ୍ବା ହିଂସାକାଣ୍ଡ ସୃଷ୍ଟି ଉଦ୍ଦେଶ୍ୟରେ ଲାଠି, ଠେଙ୍ଗା, ଖଣ୍ଡା, ବର୍ଚ୍ଛା, ଆଗ୍ନେୟାସ୍ତ୍ର ପରିବହନ ପାଇଁ ଟ୍ରାକ୍ଟର ଟ୍ରଲି କିମ୍ବା ଅନ୍ୟ କୌଣସି ଯାନକୁ ଦିଲ୍ଲୀରେ ପ୍ରବେଶ ଅନୁମତି ମିଳିବ ନାହିଁ।

The post ‘ଦିଲ୍ଲୀ ଚଲୋ’ ଅଭିଯାନ ପୂର୍ବରୁ ଲାଗିଲା ୧୪୪ appeared first on Dharitri Odia News.