୫ରେ ବିପିୟୁଟିର ସମାବର୍ତ୍ତନ ସମାରୋହ: ଯୋଗଦେବେ ରାଜ୍ୟପାଳ
ରାଉରକେଲା,୩।୨(ଦିନେଶ ମିଶ୍ର): ରାଉରକେଲାସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର ଏକାଦଶ ତମ ସମାବର୍ତ୍ତନ ସମାରୋହ ଆସନ୍ତା ୫ ତାରିଖରେ ବିପିୟୁଟି ନେତାଜୀ ସୁବାଷ ବୋଷ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବିପିୟୁଟି କୁଳପତି ପ୍ରଫେସର ଅମୀୟ କୁମାର ରଥ ଯୋଗଦେଇ କହିଥିଲେ, ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମପତି ଅଧ୍ୟକ୍ଷତା କରିବେ। ବିଶିଷ୍ଟ ବୈଜ୍ଞାନିକ ଡ. ବିନୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଉତ୍ସବରେ ଯୋଗଦେବେ। ସମାବର୍ତ୍ତନ ଉତ୍ସବରେ ୟୁଜି, […] The post ୫ରେ ବିପିୟୁଟିର ସମାବର୍ତ୍ତନ ସମାରୋହ: ଯୋଗଦେବେ ରାଜ୍ୟପାଳ appeared first on Dharitri Odia News.
ରାଉରକେଲା,୩।୨(ଦିନେଶ ମିଶ୍ର): ରାଉରକେଲାସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର ଏକାଦଶ ତମ ସମାବର୍ତ୍ତନ ସମାରୋହ ଆସନ୍ତା ୫ ତାରିଖରେ ବିପିୟୁଟି ନେତାଜୀ ସୁବାଷ ବୋଷ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ।
ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବିପିୟୁଟି କୁଳପତି ପ୍ରଫେସର ଅମୀୟ କୁମାର ରଥ ଯୋଗଦେଇ କହିଥିଲେ, ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମପତି ଅଧ୍ୟକ୍ଷତା କରିବେ। ବିଶିଷ୍ଟ ବୈଜ୍ଞାନିକ ଡ. ବିନୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଉତ୍ସବରେ ଯୋଗଦେବେ। ସମାବର୍ତ୍ତନ ଉତ୍ସବରେ ୟୁଜି, ପିଜି ଓ ପିଏଚ୍ଡି ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରୀଛାତ୍ରମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯିବା ବ୍ୟବସ୍ଥା ହୋଇଛି ବୋଲି ପ୍ରଫେସର ରଥ ସୂଚନା ପ୍ରଦାନ କରିଥିଲେ।
ଏଥିସହ ବିଭିନ୍ନ ବିଭାଗର ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ସ୍ବର୍ଣ୍ଣ ପ୍ରଦକ ପ୍ରଦାନ କରାଯିବ। ୟୁଜି ଓ ପିଜି କାର୍ଯ୍ୟକ୍ରମ ପାଇଁ ୨୦୨୩-୨୪ ପର୍ଯ୍ୟନ୍ତ ମୋଟ ୨୯୨୮୩ ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବାକୁ ଥିବାବେଳେ ୧୯ ଜଣ ବିଶ୍ୱବିଦ୍ୟାଳୟ ସ୍ବର୍ଣ୍ଣ ପଦକ ପାଇବେ। ବିଶେଷ ସ୍ବର୍ଣ୍ଣ ପଦକ ୩ ଜଣଙ୍କୁ ପ୍ରଦାନ କରାଯିବ।
ସେହିଭଳି ୬୬ଜଣ ଛାତ୍ରୀଛାତ୍ରଙ୍କୁ ପିଏଚ୍ଡି ଡିଗ୍ରୀ ମଧ୍ୟ ପ୍ରଦାନ କରାଯିବ। ଇଞ୍ଜିନିୟରିଂ ବିଭାଗରେ ୩୦ ଜଣ ଓ ମାନେଜମେଣ୍ଟ ବିଭାଗରେ ୬ ଜଣଙ୍କ ସହିତ ଫାର୍ମାସୀ ବିଷୟରେ ୨୭ ଜଣ ଓ କମ୍ପ୍ୟୁଟର ଆପ୍ଲିକେସନ୍ ଓ ସାଇନ୍ସର ୩ ଜଣଙ୍କୁ ପଦକ ସହ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଏଥିସହ ବିପିୟୁଟି ଟେକ୍ କାର୍ନିଭାଲ, ବିପିୟୁଟି ରିସର୍ଚ୍ଚ କନ୍କ୍ଲେଭ ସହ ବିଭିନ୍ନ ପ୍ରୋଜେକ୍ଟ ପ୍ରଦର୍ଶନ କରାଯିବ।
୨୦୨୪-୨୫ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟ ପରିଚାଳନା କରିଥିବା ନୂତନ କାର୍ଯ୍ୟକ୍ରମ ବିପିୟୁଟି ହାକାଥନ୍ ଓ ବିପିୟୁଟି ଇଣ୍ଡଷ୍ଟ୍ରି ଏକାଡେମିକ୍ କନ୍କ୍ଲେଭର ସଫଳତା ଉପରେ ବିବରଣୀ ପ୍ରଦାନ କରାଯିବ ବୋଲି ପ୍ରଫେସର ରଥ କହିଥିଲେ। ଖବରଦାତା ସମ୍ମିଳନୀରେ ବିପିୟୁଟି ରେଜିଷ୍ଟ୍ରାର ନିଶି ପୁନମ ମିଞ୍ଜ, ଫାଇନାନ୍ସ ଅଫିସର ସେବତୀ ଦନସନା, ପିୟୁଷ ରଞ୍ଜନ ଦାସ, ମାନସ ରଞ୍ଜନ ନାୟକ, ଡ. ସୁଜିତ କୁମାର ଖୁଣ୍ଟିଆ, ମନୋରଞ୍ଜନ ମହାପାତ୍ର, ପ୍ରରମଜିତ ସିଂ, ଶିବକୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
The post ୫ରେ ବିପିୟୁଟିର ସମାବର୍ତ୍ତନ ସମାରୋହ: ଯୋଗଦେବେ ରାଜ୍ୟପାଳ appeared first on Dharitri Odia News.