୨୨୧୬ ପଦବୀ, ୨୫,୦୦୦ ଆଶାୟୀ: ଦଳାଚକଟା ସ୍ଥିତି
ମୁମ୍ବାଇ,୧୮ା୭: ଏୟାର ଇଣ୍ଡିଆ ଏୟାରପୋର୍ଟ ସର୍ଭିସେସ୍ ଲିଃର ୨,୨୧୬ ଲୋଡର ପଦବୀ ପୂରଣ ପାଇଁ ମୁମ୍ବାଇରେ ସାକ୍ଷାତ୍କାର ପରୀକ୍ଷା ବେଳେ ଦଳାଚକଟା ସ୍ଥିତି ଉପୁଜିଛି। ପରୀକ୍ଷା ଦେବା ପାଇଁ ୨୫,୦୦୦ରୁ ଅଧିକ ଆଶାୟୀ ପହଞ୍ଚତ୍ବାରୁ ପ୍ରବଳ ଠେଲାପେଲା ହୋଇଥିଲା। ଆବେଦନକାରୀମାନେ ଆପ୍ଲିକେଶନ କାଉଣ୍ଟର ପାଖରେ ପହଞ୍ଚତ୍ବା ପାଇଁ ଧସ୍ତାଧସ୍ତି ହେଉଥିବା ଦେଖାଯାଇଥିଲା। ବିନା ଖାଦ୍ୟ ପାନୀୟରେ ସେମାନଙ୍କୁ ବହୁ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲାବେଳେ ବହୁ ପ୍ରାର୍ଥୀ ଅସୁସ୍ଥ ଅନୁଭବ କରିଥିଲେ। ଏୟାର ଇଣ୍ଡିଆ ଏୟାରପୋର୍ଟ […] The post ୨୨୧୬ ପଦବୀ, ୨୫,୦୦୦ ଆଶାୟୀ: ଦଳାଚକଟା ସ୍ଥିତି appeared first on Dharitri Odia News.
ମୁମ୍ବାଇ,୧୮ା୭: ଏୟାର ଇଣ୍ଡିଆ ଏୟାରପୋର୍ଟ ସର୍ଭିସେସ୍ ଲିଃର ୨,୨୧୬ ଲୋଡର ପଦବୀ ପୂରଣ ପାଇଁ ମୁମ୍ବାଇରେ ସାକ୍ଷାତ୍କାର ପରୀକ୍ଷା ବେଳେ ଦଳାଚକଟା ସ୍ଥିତି ଉପୁଜିଛି। ପରୀକ୍ଷା ଦେବା ପାଇଁ ୨୫,୦୦୦ରୁ ଅଧିକ ଆଶାୟୀ ପହଞ୍ଚତ୍ବାରୁ ପ୍ରବଳ ଠେଲାପେଲା ହୋଇଥିଲା। ଆବେଦନକାରୀମାନେ ଆପ୍ଲିକେଶନ କାଉଣ୍ଟର ପାଖରେ ପହଞ୍ଚତ୍ବା ପାଇଁ ଧସ୍ତାଧସ୍ତି ହେଉଥିବା ଦେଖାଯାଇଥିଲା। ବିନା ଖାଦ୍ୟ ପାନୀୟରେ ସେମାନଙ୍କୁ ବହୁ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲାବେଳେ ବହୁ ପ୍ରାର୍ଥୀ ଅସୁସ୍ଥ ଅନୁଭବ କରିଥିଲେ।
ଏୟାର ଇଣ୍ଡିଆ ଏୟାରପୋର୍ଟ ସର୍ଭିସେସ୍ ଲିଃ ଦେଶର ପ୍ରମୁଖ ବିମାନବନ୍ଦରଗୁଡ଼ିକୁ ପରିଚାଳନା ସେବା ପ୍ରଦାନ କରିଥାଏ। ଏହି ଏୟାରପୋର୍ଟ ଲୋଡରମାନେ ବିମାନରେ ଲଗେଜ୍ ଲୋଡ୍, ଅନ୍ଲୋଡ୍ କରିବା ସହ ବ୍ୟାଗେଜ୍ ବେଲ୍ଟ ଏବଂ ର଼୍ୟାମ୍ପ୍ ଟ୍ରାକ୍ଟର ଚଳାଇଥାନ୍ତି। ଲଗେଜ୍, ଜିନିଷପତ୍ର ପରିଚାଳନା ଓ ଖାଦ୍ୟ ଯୋଗାଣ ପାଇଁ ପ୍ରତି ବିମାନକୁ ଅନୂ୍ୟନ ୫ ଜଣ ଲୋଡର ଆବଶ୍ୟକ ହୋଇଥାଏ। ସେମାନଙ୍କର ଦରମା ୨୦ରୁ ୨୫ ହଜାର ହୋଇଥିବାବେଳେ ଓଭରଟାଇମ୍ ସହ ଅଧିକାଂଶ ୩୦,୦୦୦ ଟଙ୍କା ପାଇଥାନ୍ତି। ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଣ୍ଡର ମାଟ୍ରିକ ହୋଇଥିବାବେଳେ ଶାରୀରିକ ଦକ୍ଷତା ଜରୁରୀ। ଏହି ପରୀକ୍ଷା ଦେବା ପାଇଁ ୪୦୦ କି.ମି.ରୁ ଅଧିକ ଦୂରରୁ ପିଲାମାନେ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଦେଖାଯାଇଥିଲା।
The post ୨୨୧୬ ପଦବୀ, ୨୫,୦୦୦ ଆଶାୟୀ: ଦଳାଚକଟା ସ୍ଥିତି appeared first on Dharitri Odia News.