ରତ୍ନଭଣ୍ଡାର ଭିତରେ କ’ଣ ସବୁ ରହିଛି, ରହସ୍ୟ ଖୋଲିଲେ ସେବାୟତ, କହିଲେ ଭିତରେ ୫ଟି…

ଭୁବନେଶ୍ୱର,୧୫।୭: ଦୀର୍ଘ ୪୬ବର୍ଷ ପରେ ରବିବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି। ତେବେ ରତ୍ନଭଣ୍ଡାର ଭିତରେ କ’ଣ ରହିଛି ତାକୁ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି। ଏହି ସମୟରେ ସେବାୟତ ଦୁର୍ଗାଚରଣ ଦାସ ମହାପାତ୍ର ରତ୍ନଭଣ୍ଡାର ଭିତରେ କ’ଣ ଅଛି, ପୂରା କାହାଣୀ କହିଛନ୍ତି। ସେ କହିଛନ୍ତି, ରତ୍ନଭଣ୍ଡାର ଭିତରେ ବହୁତ ଆଲମିରା, ସିନ୍ଧୁକ ରହିଛି । ଏହାକୁ ନେଇ ବେଶୀ କିଛି କହିହେବ ନାହିଁ।ସେଠି ଆମକୁ ସୁଡ଼ଙ୍ଗ ଥିଲା ଭଳି ମନେ ହେଲା ନାହିଁ। […] The post ରତ୍ନଭଣ୍ଡାର ଭିତରେ କ’ଣ ସବୁ ରହିଛି, ରହସ୍ୟ ଖୋଲିଲେ ସେବାୟତ, କହିଲେ ଭିତରେ ୫ଟି… appeared first on Dharitri Odia News.

ରତ୍ନଭଣ୍ଡାର ଭିତରେ କ’ଣ ସବୁ ରହିଛି, ରହସ୍ୟ ଖୋଲିଲେ ସେବାୟତ, କହିଲେ ଭିତରେ ୫ଟି…

ଭୁବନେଶ୍ୱର,୧୫।୭: ଦୀର୍ଘ ୪୬ବର୍ଷ ପରେ ରବିବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି। ତେବେ ରତ୍ନଭଣ୍ଡାର ଭିତରେ କ’ଣ ରହିଛି ତାକୁ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି। ଏହି ସମୟରେ ସେବାୟତ ଦୁର୍ଗାଚରଣ ଦାସ ମହାପାତ୍ର ରତ୍ନଭଣ୍ଡାର ଭିତରେ କ’ଣ ଅଛି, ପୂରା କାହାଣୀ କହିଛନ୍ତି।

ସେ କହିଛନ୍ତି, ରତ୍ନଭଣ୍ଡାର ଭିତରେ ବହୁତ ଆଲମିରା, ସିନ୍ଧୁକ ରହିଛି । ଏହାକୁ ନେଇ ବେଶୀ କିଛି କହିହେବ ନାହିଁ।ସେଠି ଆମକୁ ସୁଡ଼ଙ୍ଗ ଥିଲା ଭଳି ମନେ ହେଲା ନାହିଁ। ଟର୍ଚ୍ଚ ପକେଇ ଭିତର ରତ୍ନଭଣ୍ଡାରର ଚାରିପାଖ ଦେଖିଲୁ। ଏତିକିବେଳେ ପ୍ରଥମେ ନଜର ପଡିଥିଲା କୋଠରୀ ଭିତରେ ଥିବା ଏକ ଠଣା ଉପରେ। ଯେଉଁଥିରେ ଏକାଧିକ ଛୋଟଛୋଟ ଦେବାଦେବୀଙ୍କ ମୂର୍ତ୍ତି ରହିଥିଲା । ଦୀର୍ଘଦିନ ଧରି ମୂର୍ତ୍ତିଗୁଡିକ ରହିଥିବାରୁ ମଳିନ ପଡି କଳା ହୋଇଯାଇଥିଲା । ଭିତର ଭଣ୍ଡାରରେ ଥିବା ସିନ୍ଦୁକଗୁଡିକ ମଧ୍ୟ ବ୍ରିଟିସ ଅମଳର ସିନ୍ଦୁକ ପର ଦେଖାଯାଉଥିଲା। କିନ୍ତୁ ସେଗୁଡିକୁ କମିଟି ସଦସ୍ୟ ହାତ ମାରିନାହାନ୍ତି।

ସେହିପରି ଶ୍ରୀମନ୍ଦିର ବୈଷିୟିକ କମିଟି ସହ ପ୍ରାୟ ୨୫ ବର୍ଷ ଧରି ଜଡିତ ଜଣେ ଅଧିକାରୀ ଭିତର ରତ୍ନଭଣ୍ଡାର ବାବଦରେ ବର୍ଣ୍ଣନା କରିଛନ୍ତି। ତାଙ୍କ ସୂଚନା ଅନୁସାରେ, ଭିତର ରତ୍ନଭଣ୍ଡାରର ଲମ୍ବ ଏବଂ ଓସାର ପ୍ରାୟ ୧୫ ଫୁଟ। ଏହାର ଉଚ୍ଚତା ପ୍ରାୟ ୫୦ରୁ ୫୫ ଫୁଟ ହେବ। ଭିତର ଭଣ୍ଡାରରେ ୫ଟି ଆଲମାରୀ ଓ ୪ଟି ସିନ୍ଦୁକ ରହିଛି। ଗୋଟିଏ ଆଲମାରୀ ଓ ଗୋଟିଏ ସିନ୍ଦୁକ ଲୁହାରେ ତିଆରି ବୋଲି ଜଣାପଡୁଛି।

The post ରତ୍ନଭଣ୍ଡାର ଭିତରେ କ’ଣ ସବୁ ରହିଛି, ରହସ୍ୟ ଖୋଲିଲେ ସେବାୟତ, କହିଲେ ଭିତରେ ୫ଟି… appeared first on Dharitri Odia News.