ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍
ମୁମ୍ବାଇ,୧୮।୪: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ଏହି ସମ୍ପତ୍ତିରେ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ନାମରେ ମୁମ୍ବାଇର ଜୁହୁରେ ଥିବା ଏକ ଫ୍ଲାଟ୍ ମଧ୍ୟ ରହିଛି। ମହାରାଷ୍ଟ୍ର ପୋଲିସ ଏବଂ ଦିଲ୍ଲୀ ପୋଲିସ ଦ୍ୱାରା ରୁଜୁ କରାଯାଇଥିବା ଏଫ୍ଆଇଆର୍ ଆଧାରରେ ଯାଞ୍ଚ ଆରମ୍ଭ ହୋଇଛି। ପୁରା ମାମଲାଟି ଏଭଳି। ଶିଳ୍ପାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ […] The post ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍ appeared first on Dharitri Odia News.
ମୁମ୍ବାଇ,୧୮।୪: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ଏହି ସମ୍ପତ୍ତିରେ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ନାମରେ ମୁମ୍ବାଇର ଜୁହୁରେ ଥିବା ଏକ ଫ୍ଲାଟ୍ ମଧ୍ୟ ରହିଛି। ମହାରାଷ୍ଟ୍ର ପୋଲିସ ଏବଂ ଦିଲ୍ଲୀ ପୋଲିସ ଦ୍ୱାରା ରୁଜୁ କରାଯାଇଥିବା ଏଫ୍ଆଇଆର୍ ଆଧାରରେ ଯାଞ୍ଚ ଆରମ୍ଭ ହୋଇଛି।
ପୁରା ମାମଲାଟି ଏଭଳି। ଶିଳ୍ପାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ୯୭ କୋଟିର ସମ୍ପତ୍ତି ଇଡି ଗୁରୁବାର ଜବତ କରିନେଇଛି। ସେଥିରେ ଶିଳ୍ପାଙ୍କ ଫ୍ଲାଟ୍ ସହ ପୁଣେରେ ଥିବା ଅନ୍ୟ ସମ୍ପତ୍ତି ରହିଛି। ଏହାଛଡ଼ା ଏକ ବଙ୍ଗଳା ଏବଂ କୁନ୍ଦ୍ରାଙ୍କ ନାମରେ ଥିବା ଇକ୍ୱୁଟି ଶେୟାର ମଧ୍ୟ ଥିବା ଇଡି କହିଛି।
ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ତାଜା ବୟାନ ମୁତାବକ, ଇଡି ମୁମ୍ବାଇର ଜୋନାଲ କାର୍ଯ୍ୟାଳୟ(ପିଏମ୍ଏଲ୍ଏ),୨୦୦୨ର ନିୟମ ଅନୁଯାୟୀ କୁନ୍ଦ୍ରାଙ୍କ ଚଳଅଚଳ ସମ୍ପତ୍ତିକୁ ଅସ୍ଥାୟୀ ଭାବେ ଜବତ କରିନିଆଯାଇଛି। କୁନ୍ଦ୍ରା ଅନ୍ୟ ଲୋକଙ୍କ ସହ ମିଶି ଜନତାଙ୍କଠାରୁ ବିଟ୍କଏନ୍ ଭାବେ ପ୍ରତି ମାସରେ ୧୦%ର ରିଟର୍ନକୁ ନେଇ ମିଥ୍ୟ ପ୍ରତିଶ୍ରୁତି ଦେଇ ଟଙ୍କା ହଡ଼ପ କରିଛନ୍ତି। ଯାଞ୍ଚରେ ଜଣାପଡ଼ିଛି ଯେ ୟୁକ୍ରେନ୍ରେ ବିଟ୍କଏନ ମାଇନିଂ ଫାର୍ମ ସ୍ଥାପନ କରିବା ଲାଗି ବିଟକଏନ୍ ଘୋଟାଲାର ମାଷ୍ଟରମାଇଣ୍ଡ ଏବଂ ପ୍ରମୋଟର ଅମିତ ଭରଦ୍ୱାଜଙ୍କଠାରୁ ତାଙ୍କୁ ୨୮୫ ବିଟକଏନ୍ ମିଳିଛି।
The post ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍ appeared first on Dharitri Odia News.