ସିରିଜ ଦୁର୍ଘଟଣା ଘଟାଇଲା ମୋ’ ବସ୍: ୪ ଆହତ
ଭୁବନେଶ୍ୱର,୨୩ା୧: ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ପୂର୍ବାହ୍ନରେ ସିରିଜ୍ ଦୁର୍ଘଟଣା ଘଟାଇଛି ମୋ ବସ୍। ରାଜମହଲ-ମାଷ୍ଟରକ୍ୟାଣ୍ଟିନ ଛକ ମଝିରେ ଗୋଟିଏ ମୋ ବସ୍କୁ ଆଉ ଏକ ମୋ ବସ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ହୋଇଛି।। ଆଜି ସକାଳେ ଇଭି ମୋ ବସ୍ଟି ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଯାଉଥିଲା। ତା’ପଛରେ ଅନ୍ୟ ଗାଡ଼ିଗୁଡ଼ିକ ଥିଲା। ହଠାତ୍ ଟ୍ରାଫିକ ପୋଷ୍ଟ ନିକଟରେ ଇଭି ମୋ ବସ୍ଟି ହଠାତ୍ ବ୍ରେକ ମାରିଥିଲା। ଫଳରେ ତା’ପଛରେ ଥିବା ଅନ୍ୟ ମୋ ବସ୍ଟି ଇଭି ମୋ […] The post ସିରିଜ ଦୁର୍ଘଟଣା ଘଟାଇଲା ମୋ’ ବସ୍: ୪ ଆହତ appeared first on Dharitri Odia News.
ଭୁବନେଶ୍ୱର,୨୩ା୧: ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ପୂର୍ବାହ୍ନରେ ସିରିଜ୍ ଦୁର୍ଘଟଣା ଘଟାଇଛି ମୋ ବସ୍। ରାଜମହଲ-ମାଷ୍ଟରକ୍ୟାଣ୍ଟିନ ଛକ ମଝିରେ ଗୋଟିଏ ମୋ ବସ୍କୁ ଆଉ ଏକ ମୋ ବସ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ହୋଇଛି।।
ଆଜି ସକାଳେ ଇଭି ମୋ ବସ୍ଟି ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଯାଉଥିଲା। ତା’ପଛରେ ଅନ୍ୟ ଗାଡ଼ିଗୁଡ଼ିକ ଥିଲା। ହଠାତ୍ ଟ୍ରାଫିକ ପୋଷ୍ଟ ନିକଟରେ ଇଭି ମୋ ବସ୍ଟି ହଠାତ୍ ବ୍ରେକ ମାରିଥିଲା। ଫଳରେ ତା’ପଛରେ ଥିବା ଅନ୍ୟ ମୋ ବସ୍ଟି ଇଭି ମୋ ବସ୍କୁ ଧକ୍କା ଦେଇଥିଲା। ପରେ ମୋ ବସରେ ପଛରେ ଥିବା ୨ଟି କାରକୁ ଧକ୍କା ଦେଇଥିଲା। ଏହି ମୋ ବସ୍ ଧକ୍କାରେ ୩ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ଉତ୍ତ୍ୟେକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ମୋ’ ବସ୍ ଦୁଇଟିକୁ ଡିପୋକୁ ନେଇଛି।
The post ସିରିଜ ଦୁର୍ଘଟଣା ଘଟାଇଲା ମୋ’ ବସ୍: ୪ ଆହତ appeared first on Dharitri Odia News.