ବିରଳ ମାଛ ବିକି ମାଲେମାଲ ହେଲେ ମତ୍ସ୍ୟଜୀବୀ, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ଜଳେଶ୍ବର : ମାଛ କରିଦେଲା ଲକ୍ଷପତି । ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିରଳ ତେଲିଆ ମାଛ । ଦାମିକିଆ ମାଛ ଦେଖିବା ପାଇଁ ଲାଗିଲା ଲୋକଙ୍କ ଗହଳି । କାହିଁକି ନା ଗୋଟେ ମାଛର ଓଜନ ପାଖାପାଖି ୨୦ କିଲୋରୁ ଅଧିକ । ହଁ ଆଜ୍ଞା ମାଛ ପାଇଁ ବଦଳିଗଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ । ଏହି ଦାମିକିଆ ମାଛର ନାଁ ହେଉଛି ତେଲିଆ ଭୋଳା ମାଛ । ତେବେ ମତ୍ସ୍ୟଜୀବୀଙ୍କ ଜାଲରେ ଗୋଟିଏ କି ଦୁଇଟି ନୁହେଁ ଏକାବେଳକେ […] The post ବିରଳ ମାଛ ବିକି ମାଲେମାଲ ହେଲେ ମତ୍ସ୍ୟଜୀବୀ, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ appeared first on KNews Odisha.

ଜଳେଶ୍ବର : ମାଛ କରିଦେଲା ଲକ୍ଷପତି । ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିରଳ ତେଲିଆ ମାଛ । ଦାମିକିଆ ମାଛ ଦେଖିବା ପାଇଁ ଲାଗିଲା ଲୋକଙ୍କ ଗହଳି । କାହିଁକି ନା ଗୋଟେ ମାଛର ଓଜନ ପାଖାପାଖି ୨୦ କିଲୋରୁ ଅଧିକ । ହଁ ଆଜ୍ଞା ମାଛ ପାଇଁ ବଦଳିଗଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ । ଏହି ଦାମିକିଆ ମାଛର ନାଁ ହେଉଛି ତେଲିଆ ଭୋଳା ମାଛ । ତେବେ ମତ୍ସ୍ୟଜୀବୀଙ୍କ ଜାଲରେ ଗୋଟିଏ କି ଦୁଇଟି ନୁହେଁ ଏକାବେଳକେ ୨୯ ଟି ବଡ଼ ମାଛ ପଡ଼ିଛି । ଯାହାକୁ ବିକ୍ରି କରି ମାଲେମାଲ ହୋଇଛନ୍ତି ମତ୍ସ୍ୟଜୀବୀ ।
ପଶ୍ଚିମବଙ୍ଗ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ବିରଳ ତେଲିଆ ଭୋଳା ମାଛ । ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ । ୨୯ଟି ମାଛକୁ ୩୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ସେଥିମଧ୍ୟରୁ ନନୀ ଗୋପାଳ ନାମକ ଏକ ଟ୍ରଲରର ଜାଲରେ ୨୯ ଟି ତେଲିଆ ଭୋଳା ମାଛ ଧରା ପଡ଼ିଥିଲା । ଏହି ମାଛକୁ ଦୀଘା ମୁହାଣ ନିକଟରେ ଥିବା ମତ୍ସ୍ୟ ନିଲାମ କେନ୍ଦ୍ରକୁ ନିଆଯାଇଥିଲା । ଯାହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ଗହଳି ଲାଗିଥିଲା । ପ୍ରତ୍ୟେକଟି ମାଛର ଓଜନ ୨୦ କିଲୋରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ମୋଟ ୨୯ଟି ମାଛକୁ ୩୩ ଲକ୍ଷ ଟଙ୍କାରେ ଏକ କମ୍ପାନୀ କିଣି ନେଇଥିବା ସୂଚନା ମିଳିଛି । ଏହି ମାଛରୁ ବିଭିନ୍ନ ପ୍ରକାର ଜଟିଳ ରୋଗର ଔଷଧ ଏବଂ ପ୍ରସାଧନ ସାମଗ୍ରୀ ତିଆରି ହୋଇଥାଏ । ତେବେ ଏହି ମାଛ ବିଦେଶକୁ ମଧ୍ୟ ରପ୍ତାନି କରାଯାଏ । ସେଥିପାଇଁ ବଜାରରେ ଏହି ମାଛର ଚାହିଦା ଅଧିକ ଥାଏ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି ।
ଏହି ମାଛ ଏତେ ଟଙ୍କାରେ ବିକ୍ରି ହେବା ପରେ ବଢ଼ିଛି ଚର୍ଚ୍ଚା । ଏହି ତେଲିଆ ମାଛ ଭାଗ୍ୟରେ ଥିଲେ ଜାଲରେ ପଡେ । ତେବେ ଦାମୀ ମାଛ ବିକି ବେଶ୍ ଖୁସି ଅଛନ୍ତି ମତ୍ସ୍ୟଜୀବୀ ।
Also Read: କୁଇଣ୍ଟାଲ କୁଇଣ୍ଟାଲ ଇଲିସି ମାଛ ଧରିଲେ ମତ୍ସ୍ୟଜୀବୀ, ଶସ୍ତା ହୋଇପାରେ ଦାମ
The post ବିରଳ ମାଛ ବିକି ମାଲେମାଲ ହେଲେ ମତ୍ସ୍ୟଜୀବୀ, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ appeared first on KNews Odisha.