ନିଯୁକ୍ତି ସୁଯୋଗ: ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ବିଭାଗରେ ବାହାରିଲା ୫୦୦ରୁ ଅଧିକ ନୂଆ ପଦବୀ
ଭୁବନେଶ୍ୱର,୯।୪: ଓଡ଼ିଶା ସରକାରଙ୍କ ନ୍ୟାୟ ବିଭାଗ ଅଧୀନରେ ଥିବା ଡାଇରେକ୍ଟୋରେଟ ଅଫ ପବ୍ଲିକ ପ୍ରୋସିକ୍ୟୁସନ (ଡିପିପି) ପାଇଁ ୨୬୭ଟି ନୂଆ ପଦବୀ ବାହାରିଛି। ଏନେଇ BNSS ଧାରା ୨୦ ଅନୁସାରେ ପଦବୀ ସୃଷ୍ଟି ନେଇ ଓଡ଼ିଶାର ଗୃହ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ଏହି ୨୬୭ଟି ପଦବୀ ମଧ୍ୟରେ ସହକାରୀ ପବ୍ଲିକ ପ୍ରୋସିକ୍ୟୁଟର, କ୍ଲାର୍କ, ସ୍କିଲ୍ଡ ଷ୍ଟାଫ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ପଦ ସାମିଲ ରହିଛି। ଏହା ଦ୍ୱାରା ରାଜ୍ୟର ବିଭିନ୍ନ ଜିଲାରେ ପବ୍ଲିକ […] The post ନିଯୁକ୍ତି ସୁଯୋଗ: ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ବିଭାଗରେ ବାହାରିଲା ୫୦୦ରୁ ଅଧିକ ନୂଆ ପଦବୀ appeared first on Dharitri Odia News.
ଭୁବନେଶ୍ୱର,୯।୪: ଓଡ଼ିଶା ସରକାରଙ୍କ ନ୍ୟାୟ ବିଭାଗ ଅଧୀନରେ ଥିବା ଡାଇରେକ୍ଟୋରେଟ ଅଫ ପବ୍ଲିକ ପ୍ରୋସିକ୍ୟୁସନ (ଡିପିପି) ପାଇଁ ୨୬୭ଟି ନୂଆ ପଦବୀ ବାହାରିଛି। ଏନେଇ BNSS ଧାରା ୨୦ ଅନୁସାରେ ପଦବୀ ସୃଷ୍ଟି ନେଇ ଓଡ଼ିଶାର ଗୃହ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।
ଏହି ୨୬୭ଟି ପଦବୀ ମଧ୍ୟରେ ସହକାରୀ ପବ୍ଲିକ ପ୍ରୋସିକ୍ୟୁଟର, କ୍ଲାର୍କ, ସ୍କିଲ୍ଡ ଷ୍ଟାଫ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ପଦ ସାମିଲ ରହିଛି। ଏହା ଦ୍ୱାରା ରାଜ୍ୟର ବିଭିନ୍ନ ଜିଲାରେ ପବ୍ଲିକ ପ୍ରୋସିକ୍ୟୁସନ ବିଭାଗର କାର୍ଯ୍ୟକ୍ଷମତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ପଦବୀଗୁଡ଼ିକ ପୂରଣ ହେଲେ ମାମଲାର ଶୁଣାଣି ଓ ନ୍ୟାୟ ପ୍ରଦାନରେ ବିଳମ୍ବ ହ୍ରାସ ପାଇବ ଏବଂ ନାଗରିକମାନଙ୍କୁ ତୁରନ୍ତ ନ୍ୟାୟ ମିଳିବାରେ ସହାୟତା ମିଳିବ। ସେହିପରି ଷ୍ଟେଟ ଫୋରେନସିକ ସାଇନ୍ସ ସର୍ଭିସ ସଂସ୍ଥା ପାଇଁ ୨୪୭ ନୂଆ ପଦବୀ ବାହାରିଛି। ୨୪୭ ନୂଆ ପଦବୀ ସୃଷ୍ଟି ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
The post ନିଯୁକ୍ତି ସୁଯୋଗ: ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ବିଭାଗରେ ବାହାରିଲା ୫୦୦ରୁ ଅଧିକ ନୂଆ ପଦବୀ appeared first on Dharitri Odia News.