ବୈଠକରେ କ୍ଷୋଭ ପ୍ରକାଶ କଲେ ବିଧାୟକ, କହିଲେ କାହିଁକି ଆସିନାହାନ୍ତି ଅଧିକାରୀ

ଛତ୍ରପୁର,୧୦ା୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଛତ୍ରପୁର ପଞ୍ଚାୟତ ସମିତିର ନବମ ସମିତି ବୈଠକ ସୋମବାର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ମିଳିମିଶି କାର୍ଯ୍ୟକରିବା ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ ଅଧିକାଂଶ ଲାଇନ ବିଭାଗ ଅଧିକାରୀ ଅନୁପସ୍ଥିତ ଥିବାରୁ ବିଧାୟକ କ୍ଷୋଭ ପ୍ରକାଶ କରିବା ସହ କାହିଁକି ଆସିନାହାନ୍ତି ରିପୋର୍ଟ ଦେବା ପାଇଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଆଗାମୀ […] The post ବୈଠକରେ କ୍ଷୋଭ ପ୍ରକାଶ କଲେ ବିଧାୟକ, କହିଲେ କାହିଁକି ଆସିନାହାନ୍ତି ଅଧିକାରୀ appeared first on Dharitri Odia News.

ବୈଠକରେ କ୍ଷୋଭ ପ୍ରକାଶ କଲେ ବିଧାୟକ, କହିଲେ କାହିଁକି ଆସିନାହାନ୍ତି ଅଧିକାରୀ

ଛତ୍ରପୁର,୧୦ା୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଛତ୍ରପୁର ପଞ୍ଚାୟତ ସମିତିର ନବମ ସମିତି ବୈଠକ ସୋମବାର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ମିଳିମିଶି କାର୍ଯ୍ୟକରିବା ପାଇଁ ପରାମର୍ଶ ଦେଇଥିଲେ।

ବୈଠକରେ ଅଧିକାଂଶ ଲାଇନ ବିଭାଗ ଅଧିକାରୀ ଅନୁପସ୍ଥିତ ଥିବାରୁ ବିଧାୟକ କ୍ଷୋଭ ପ୍ରକାଶ କରିବା ସହ କାହିଁକି ଆସିନାହାନ୍ତି ରିପୋର୍ଟ ଦେବା ପାଇଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଆଗାମୀ ଦିନରେ ଯଦି ସେହି ବିଭାଗର ଅଧିକାରୀ ଅନୁପସ୍ଥିତ ରୁହନ୍ତି, ତେବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି କହିଥିଲେ ।

ସମସ୍ତଙ୍କ ସହଯୋଗରେ ଛତ୍ରପୁର ବ୍ଲକ ଏକ ଆଦର୍ଶ ବ୍ଲକ ହେବ ବୋଲି ବିଧାୟକ କହିଥିଲେ। ବ୍ଲକରେ କେତେ ଟାଙ୍କି ନିର୍ମାଣ ହୋଇଛି, କେବେ ମେଗା ପ୍ରୋଜେକ୍ଟ ଆରମ୍ଭ ହେବ ସେ ନେଇ ଆରଡବ୍ଲୁଏସଏସ୍‌ ବିଭାଗକୁ ବିଧାୟକ ପ୍ରଶ୍ନ ପଚାରିଥିଲେ। ଆଗାମୀ ଗ୍ରୀଷ୍ମ ଋତୁରେ ପ୍ରତି ଗ୍ରାମରେ ପାଣିର ସୁବ୍ୟବସ୍ଥା କରି ଖରାଦାଉରୁ କିପରି ଲୋକେ ସୁରକ୍ଷିତ ରହିବେ ଓ ପ୍ରତି ଗ୍ରାମରେ ଜଳଛତ୍ର ଖୋଲିବାର ବ୍ୟବସ୍ଥା କରିବା ସହ ଏବଂ ଅନ୍ୟ ପ୍ରସଙ୍ଗ ଉପରେ ବିଧାୟକ ବିସ୍ତୃତ ଆଲୋଚନା କରିଥିଲେ।

ବ୍ଲକ ଅଧୀନ ହରିପୁର, ଆଇଆରଇ କଲୋନୀ, ଗୋବିନ୍ଦପୁର ସ୍କୁଲରେ ଶିକ୍ଷକ ଅଭାବ ଥିବା ଆଲୋଚନା ହୋଇଥିଲା। ଚିକଲଖଣ୍ଡି ସ୍କୁଲରେ ପ୍ରଧାନ ଶିକ୍ଷକ କେବେ ଆସୁ ନ ଥିବା ଅଭିଯୋଗ ହୋଇଥିଲା। ବୈଠକରେ ଉପାଧ୍ୟକ୍ଷା ଏସ.ଶାରଦା ରେଡ୍ଡୀ, ବିଡ଼ିଓ ଅଚ୍ୟୁତାନନ୍ଦ ଜାନି, ଅତିରିକ୍ତ ବିଡ଼ିଓ ମଞ୍ଚାସିନ ଥିଲେ l ଜିପିଡିଓ ବିଳାସିନି ସେନାପତି ସଭା ପରିଚାଳନା କରିଥିଲେ।

 

The post ବୈଠକରେ କ୍ଷୋଭ ପ୍ରକାଶ କଲେ ବିଧାୟକ, କହିଲେ କାହିଁକି ଆସିନାହାନ୍ତି ଅଧିକାରୀ appeared first on Dharitri Odia News.