ଘର ଉପରେ ପଡ଼ିଲା ଗଛ, ଆଉ ତା’ ପରେ…
ମାଥିଲି,୨୧ା୭(ସୁବାସ ଚନ୍ଦ୍ର ଖୁଡୁପିଆ): ମାଲକାନଗିରି ଜିଲା ମାଥିଲି ବ୍ଲକ ମେକା ପଞ୍ଚାୟତ ଦାମାପଡ଼ାର ସୁବାସ ଅନୁଗୁଳିଆଙ୍କ ଘର ଉପରେ ଏକ ବିରାଟ ଗଛ ଉପୁଡ଼ି ପଡ଼ିଛି। ଲଗାଣ ବର୍ଷାରେ ଗଛଟି ଘର ଉପରେ ପଡ଼ିଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ପରିବାର ଲୋକେ। ରାତିରେ ଗଛଟି ଘର ଉପରେ ପଡିଯିବାରୁ ପରିବାର ଲୋକେ ଭୟଭୀତ ହୋଇ ବାହାରେ ଆଶ୍ରୟ ନେଇଥିଲେ। ତେବେ ସୁବାସଙ୍କ ପରିବାର ଲୋକେ ହନ୍ତସନ୍ତ ହେଉଥିବାରୁ ତାଙ୍କୁ ସାହାଯ୍ୟ ଯୋଗାଇବା ନିମନ୍ତେ ମେକା ସରପଞ୍ଚ ରଞ୍ଜିତା […] The post ଘର ଉପରେ ପଡ଼ିଲା ଗଛ, ଆଉ ତା’ ପରେ… appeared first on Dharitri Odia News.
ମାଥିଲି,୨୧ା୭(ସୁବାସ ଚନ୍ଦ୍ର ଖୁଡୁପିଆ): ମାଲକାନଗିରି ଜିଲା ମାଥିଲି ବ୍ଲକ ମେକା ପଞ୍ଚାୟତ ଦାମାପଡ଼ାର ସୁବାସ ଅନୁଗୁଳିଆଙ୍କ ଘର ଉପରେ ଏକ ବିରାଟ ଗଛ ଉପୁଡ଼ି ପଡ଼ିଛି। ଲଗାଣ ବର୍ଷାରେ ଗଛଟି ଘର ଉପରେ ପଡ଼ିଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ପରିବାର ଲୋକେ। ରାତିରେ ଗଛଟି ଘର ଉପରେ ପଡିଯିବାରୁ ପରିବାର ଲୋକେ ଭୟଭୀତ ହୋଇ ବାହାରେ ଆଶ୍ରୟ ନେଇଥିଲେ। ତେବେ ସୁବାସଙ୍କ ପରିବାର ଲୋକେ ହନ୍ତସନ୍ତ ହେଉଥିବାରୁ ତାଙ୍କୁ ସାହାଯ୍ୟ ଯୋଗାଇବା ନିମନ୍ତେ ମେକା ସରପଞ୍ଚ ରଞ୍ଜିତା ପୂଜାରୀଙ୍କୁ ଗ୍ରାମବାସୀ ଜଣାଇଛନ୍ତି। ସରପଞ୍ଚ ରଞ୍ଜିତା ପୂଜାରୀ ଅଗ୍ନିଶମ ବିଭାଗକୁ ଖବର ଦେବାସହ ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତୁରନ୍ତ ସହଯୋଗର ହାତ ବଢ଼ାଇଥିବାରୁ ସରପଞ୍ଚ ପୂଜାରୀଙ୍କୁ ପ୍ରଶଂସା କରିବା ସହିତ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି l ବର୍ଷା ପାଣି ଯୋଗୁ ଲୋକେ ବହୁତ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଷୀମାନେ ମଧ୍ୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବ୍ଳକର ବିଭିନ୍ନ ପଞ୍ଚାୟତରେ ପାଣି ଭର୍ତ୍ତି ହୋଇ ଚାଷ ଜମିର ହିଡ଼ ଭାଙ୍ଗି ଯାଇଛି । କ୍ଷତିଗ୍ରସ୍ତଚାଷୀଙ୍କ ପ୍ରତି ସରକାର ଦୃଷ୍ଟି ଦେବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଲୋକେ ଦାବି କରିଛନ୍ତି।
The post ଘର ଉପରେ ପଡ଼ିଲା ଗଛ, ଆଉ ତା’ ପରେ… appeared first on Dharitri Odia News.