ବୃଦ୍ଧଙ୍କୁ ଧକ୍କା ଦେଲା କାର୍‌

ଛତ୍ରପୁର,୧୬।୫(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ଠାରେ ଏକ କାର ଧକ୍କାରେ ବୃଦ୍ଧ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ୨ଟା ସମୟରେ ଏକ କାର ଧକ୍କାରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି। ଆହତ ବୃଦ୍ଧ ଜଣକ ହେଲେ କଣମଣା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ। ଗୋପାଳପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା (ନମ୍ବର ଓଡି୦୨ ସିଏଲ ୫୯୧୧) ଏକ କାର ବ୍ରହ୍ମପୁରରୁ କଣମଣା ଅଭିମୁଖେ ଯାଉଥିବା ପୂର୍ଣ୍ଣଚନ୍ଦ୍ରଙ୍କୁ ଧକ୍କା ଦେଇଥିଲେ। ଫଳରେ ବୃଦ୍ଧ ଜଣକ […] The post ବୃଦ୍ଧଙ୍କୁ ଧକ୍କା ଦେଲା କାର୍‌ appeared first on Dharitri Odia News.

ବୃଦ୍ଧଙ୍କୁ ଧକ୍କା ଦେଲା କାର୍‌

ଛତ୍ରପୁର,୧୬।୫(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ଠାରେ ଏକ କାର ଧକ୍କାରେ ବୃଦ୍ଧ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ୨ଟା ସମୟରେ ଏକ କାର ଧକ୍କାରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି। ଆହତ ବୃଦ୍ଧ ଜଣକ ହେଲେ କଣମଣା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ। ଗୋପାଳପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା (ନମ୍ବର ଓଡି୦୨ ସିଏଲ ୫୯୧୧) ଏକ କାର ବ୍ରହ୍ମପୁରରୁ କଣମଣା ଅଭିମୁଖେ ଯାଉଥିବା ପୂର୍ଣ୍ଣଚନ୍ଦ୍ରଙ୍କୁ ଧକ୍କା ଦେଇଥିଲେ। ଫଳରେ ବୃଦ୍ଧ ଜଣକ ରାସ୍ତାରେ ପଡି ଯାଇଥିଲେ। ଘଟଣାର ଖବର ପାଇ ଏନଏଚ ପାଟ୍ରୋଲିଙ୍ଗ ଗାଡିର ଏସପିଓ ନୀଳାଞ୍ଚଳ ସେଠୀ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲକୁ ଆଣିଥିଲେl

The post ବୃଦ୍ଧଙ୍କୁ ଧକ୍କା ଦେଲା କାର୍‌ appeared first on Dharitri Odia News.