ଟ୍ରେନରେ ୟୁକ୍ରେନ ଯିବେ ମୋଦି

ନୂଆଦିଲ୍ଲୀ,୨୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାରଠାରୁ ପୋଲାଣ୍ଡ ଏବଂ ୟୁକ୍ରେନ ଗସ୍ତରେ ଯାଉଛନ୍ତି। ସେଠାରେ ବାସ କରୁଥିବା ଭାରତୀୟ ସମାଜ ମଧ୍ୟରେ ମୋଦିଙ୍କ ଏହି ଗସ୍ତକୁ ନେଇ ବହୁତ ଉତ୍ସାହ ରହିଛି। ସେମାନେ ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ୨୧ ରୁ ୨୩ ଅଗଷ୍ଟ ମଧ୍ୟରେ ପୋଲାଣ୍ଡ ଏବଂ ୟୁକ୍ରେନ ଗସ୍ତରେ ଯିିବେ। ୪୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ […] The post ଟ୍ରେନରେ ୟୁକ୍ରେନ ଯିବେ ମୋଦି appeared first on Dharitri Odia News.

ଟ୍ରେନରେ ୟୁକ୍ରେନ ଯିବେ ମୋଦି

ନୂଆଦିଲ୍ଲୀ,୨୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାରଠାରୁ ପୋଲାଣ୍ଡ ଏବଂ ୟୁକ୍ରେନ ଗସ୍ତରେ ଯାଉଛନ୍ତି। ସେଠାରେ ବାସ କରୁଥିବା ଭାରତୀୟ ସମାଜ ମଧ୍ୟରେ ମୋଦିଙ୍କ ଏହି ଗସ୍ତକୁ ନେଇ ବହୁତ ଉତ୍ସାହ ରହିଛି। ସେମାନେ ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ୨୧ ରୁ ୨୩ ଅଗଷ୍ଟ ମଧ୍ୟରେ ପୋଲାଣ୍ଡ ଏବଂ ୟୁକ୍ରେନ ଗସ୍ତରେ ଯିିବେ। ୪୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ପୋଲାଣ୍ଡ ଗସ୍ତ କରିବେ।
ପୋଲାଣ୍ଡରେ ରହୁଥିବା ସୌରଭ ଗିଲିତୱାଲା କହିଛନ୍ତି ଯେ ମୁଁ ୭ବର୍ଷ ପୂର୍ବେ ମୁମ୍ବାଇରୁ ଏଠାକୁ ଆସିଥିଲି। ବହୁ ବର୍ଷ ଧରି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଏଠାକୁ ଆସିନାହାଁନ୍ତି। ତେଣଉ ମୋଦିଙ୍କ ଗସ୍ତକୁ ନେଇ ପ୍ରବାସୀମାନେ ବହୁତ ଉତ୍ସାହିତ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ।

ସୂଚନାଯୋଗ୍ୟ, ମୋଦି ୨୧ ଏବଂ ୨୨ ଅଗଷ୍ଟରେ ପୋଲାଣ୍ଡରେ ରହିବେ। ଏହା ପରେ ସେ ୨୩ ଅଗଷ୍ଟରେ ୟୁକ୍ରେନ ଗସ୍ତ କରିବେ। ସେ ଟ୍ରେନ ଯୋଗେ ପୋଲାଣ୍ଡରୁ କ୍ୱିଭ ଯିବେ। ଏହା ପ୍ରାୟ ୧୦ଘଣ୍ଟା ଲାଗିବ। ପ୍ରତ୍ୟାବର୍ତ୍ତନ ଯାତ୍ରା ମଧ୍ୟ ସମାନ ସମୟ ନେବାକୁ ଯାଉଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଥର ୟୁକ୍ରେନ ଗସ୍ତ ସ୍ବତନ୍ତ୍ର କାରଣ ପ୍ରଧାନମନ୍ତ୍ରୀ ମୋଦି ନିକଟରେ ରୁଷିଆ ଗସ୍ତ କରିଛନ୍ତି, ଯେଉଁଥିରେ ଆମେରିକା ସମେତ ସମଗ୍ର ୟୁରୋପ ଅସନ୍ତୋଷ ପ୍ରକାଶ କରିଛି।

The post ଟ୍ରେନରେ ୟୁକ୍ରେନ ଯିବେ ମୋଦି appeared first on Dharitri Odia News.