ପୁନେରେ ବ୍ୟାପୁଛି ଗମ୍ଭୀର ରୋଗ, ଏହି ଅଞ୍ଚଳରେ ୮୦% ମାମଲା, ଜାଣନ୍ତୁ ରୋଗର ଲକ୍ଷଣ
ପୁନେ: ମହାରାଷ୍ଟ୍ର ପୁନେରେ ଗୁଲେନ୍ ବେରୀ ସିଣ୍ଡ୍ରୋମ(Guillain Barre Syndrome) ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବୃଦ୍ଧି କରିଛିା ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗରେ ୧୦୧ ଜଣ ଆକ୍ରାନ୍ତ ହୋଇଥିବା ମାମଲା ସାମ୍ନାକୁ ଆସିଛିା ପୁନେ ନଗର ନିଗମ(୮୧), ପିମ୍ପରି ଚିଞ୍ଚୱଡ଼(୧୪) ଏବଂ ଅନ୍ୟ ସ୍ଥାନରୁ(୬) ମାମଲା ଦେଖାଦେଇଛିା କେତେ ପ୍ରଭାବିତ: ଗୁଲେନ୍ ବେରୀ ସିଣ୍ଡ୍ରୋମରେ ପ୍ରାୟ ୬୮ ଜଣ ପୁରୁଷ ଏବଂ ୩୩ ମହିଳା ସାମିଲ ଅଛନ୍ତିା ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ୧୭ ଜଣ ଭେଣ୍ଟିଲେଟରରେ […]

ପୁନେ: ମହାରାଷ୍ଟ୍ର ପୁନେରେ ଗୁଲେନ୍ ବେରୀ ସିଣ୍ଡ୍ରୋମ(Guillain Barre Syndrome) ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବୃଦ୍ଧି କରିଛିା ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗରେ ୧୦୧ ଜଣ ଆକ୍ରାନ୍ତ ହୋଇଥିବା ମାମଲା ସାମ୍ନାକୁ ଆସିଛିା
ପୁନେ ନଗର ନିଗମ(୮୧), ପିମ୍ପରି ଚିଞ୍ଚୱଡ଼(୧୪) ଏବଂ ଅନ୍ୟ ସ୍ଥାନରୁ(୬) ମାମଲା ଦେଖାଦେଇଛିା
କେତେ ପ୍ରଭାବିତ: ଗୁଲେନ୍ ବେରୀ ସିଣ୍ଡ୍ରୋମରେ ପ୍ରାୟ ୬୮ ଜଣ ପୁରୁଷ ଏବଂ ୩୩ ମହିଳା ସାମିଲ ଅଛନ୍ତିା ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ୧୭ ଜଣ ଭେଣ୍ଟିଲେଟରରେ ଅଛନ୍ତିା
ଏହି ରୋଗରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନ।।
ଏହା ସଂକ୍ରାମକ ରୋଗ ହୋଇନଥିଲେ ମଧ୍ୟ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।
କ’ଣ କହିଛି ସ୍ୱାସ୍ଥ୍ୟ ବିଭାଗ?
ସୋମବାର ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରକାଶ ରାଓ ଅବିତକର ବଡ଼ ଖୁଲାସା କରି କହିଛନ୍ତି କି ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୮୦% ଯେଉଁମାନେ ସିଂଘଗଡ଼ ରୋଡ଼ ସ୍ଥିତ ନାନ୍ଦେଡ଼ ଗାଁ ପାଖର ବାସିନ୍ଦ।। ଯେଉଁଠାରେ ଏକ କୂଅ ଅବସ୍ଥିତା
ସାମ୍ପଲ ଯାଞ୍ଚ୍: ପ୍ରଦୂଷିତ ପାଣିରୁ ଏହି ରୋଗ ବ୍ୟାପିଥାଇପାରେ ବୋଲି ଅନେକ ଲୋକ ଚିନ୍ତା ପ୍ରକାଶ କରିଛନ୍ତିା
କୂଅର ଆଖପାଖ ଅଞ୍ଚଳ ତଥା ନାନ୍ଦେଡ଼ ଗାଁରେ ଜଳ ନିଷ୍କାସନର ଯାଞ୍ଚ୍ କରିବା ନେଇ ମନ୍ତ୍ରୀ ନଗର ନିଗମଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା
ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉକ୍ତ ଅଞ୍ଚଳରେ ଜଳ ସ୍ରୋତର ସାମ୍ପଲ ସହ ଘର ଘର ଯାଇ ଲୋକଙ୍କ ରକ୍ତ ନମୁନା ମଧ୍ୟ ଯାଞ୍ଚ୍ କରାଯାଉଛିା