ଗୁରୁବାର ରାଶିଫଳ (୦୪-୦୪-୨୦୨୪)
ମେଷ: ଅଟକି ଥିବା କାମ ପୂରା ହେବ। ଅଚାନକ ଖୁସି ଖବର ପାଇପାରନ୍ତି। ବ୍ୟବସାୟ ଯୋଜନା ସମ୍ପର୍କରେ ଅନ୍ୟ ଆଗେ ସେୟାର କରନ୍ତୁନି। ପିଲାଙ୍କ କ୍ୟାରିୟରକୁ ନେଇ ଅଭିଭାବକ ବ୍ୟସ୍ତ ରହିବେ। ବୃଷ: ଧନପ୍ରାନ୍ତି ଯୋଗ ରହିଛି। ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ପଡ଼ୋଶୀଙ୍କ ସହ ବାଦବିବାଦ ଦେଖାଦେଇପାରେ। ଆୟ ଅନୁସାରେ ଖର୍ଚ୍ଚ ଅଧିକ ହେବ। ପରୋପକାରରେ ଦିନ ବିତିବ। ମିଥୁନ: ଘରର ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ କାର୍ଯ୍ୟ ଆରମ୍ଭ କରିେବ। ଆର୍ଥିକ ନେଣଦେଣ ସମୟରେ ସତର୍କ […]

ମେଷ: ଅଟକି ଥିବା କାମ ପୂରା ହେବ। ଅଚାନକ ଖୁସି ଖବର ପାଇପାରନ୍ତି। ବ୍ୟବସାୟ ଯୋଜନା ସମ୍ପର୍କରେ ଅନ୍ୟ ଆଗେ ସେୟାର କରନ୍ତୁନି। ପିଲାଙ୍କ କ୍ୟାରିୟରକୁ ନେଇ ଅଭିଭାବକ ବ୍ୟସ୍ତ ରହିବେ।
ବୃଷ: ଧନପ୍ରାନ୍ତି ଯୋଗ ରହିଛି। ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ପଡ଼ୋଶୀଙ୍କ ସହ ବାଦବିବାଦ ଦେଖାଦେଇପାରେ। ଆୟ ଅନୁସାରେ ଖର୍ଚ୍ଚ ଅଧିକ ହେବ। ପରୋପକାରରେ ଦିନ ବିତିବ।
ମିଥୁନ: ଘରର ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ କାର୍ଯ୍ୟ ଆରମ୍ଭ କରିେବ। ଆର୍ଥିକ ନେଣଦେଣ ସମୟରେ ସତର୍କ ରୁହନ୍ତୁ। କଳା, ସଙ୍ଗୀତ ପ୍ରତି ରୁଚି ବଢ଼ିବ। ବନ୍ଧୁ ଶତ୍ରୁ ସାଜି ପାରନ୍ତି।
କର୍କଟ: ଦୀର୍ଘ ବର୍ଷରୁ ଅଟକି ଥିବା କାମ ପୂରା ହେବ। ଉଧାର ଟଙ୍କା ପାଇବାରେ ବିଳମ୍ବ ହେବ। ଅଫିସରେ ମହିଳା ସହକର୍ମୀଙ୍କ ସହ କଳହ ଯୋଗ ରହିଛି। ପ୍ରେମ ବ୍ୟାପାରରେ ସଫଳ ହେବେ।
ସିଂହ: କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ ରହିବ। ଗୁଜବକୁ ବିଶ୍ବାସ କରନ୍ତୁନି। ସ୍ବଭାବରେ ଚିଡ଼ାପଣ ଦେଖାଦେଇପାରେ। ଆତ୍ମବିଶ୍ବାସ ସହ କାମ କରନ୍ତୁ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ।
କନ୍ୟା: କଥା କହିବା ସମୟରେ ସଂଯମତା ରକ୍ଷା କରନ୍ତୁ। ବ୍ୟବସାୟରେ ଅନ୍ୟମାନଙ୍କୁ ଭରସା କରନ୍ତୁନି। ସରକାରୀ ଚାକିରିଆଙ୍କ ପାଇଁ ଦିନଟି ବହୁତ ଭଲ। ପାରିବାରିକ କଳହ ଯୋଗୁଁ ମନ ଅଶାନ୍ତ ରହିବ।
ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଅଟକି ଥିବା ଦିଗରୁ ଟଙ୍କା ଫେରିପାଇବେ। ପରିବାର ଦାୟିତ୍ବ ବଢ଼ିବ। ମାନସମ୍ମାନ ପାଇବେ। ଯାନବାହନ କ୍ରୟ କରିପାରନ୍ତି। କ୍ରୋଧ ନିୟନ୍ତ୍ରଣ କରନ୍ତୁ।
ବିଛା: ଅଯଥା ଯୁକ୍ତି କରନ୍ତୁନି। ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ। ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବ୍ୟବସାୟରେ କ୍ଷତି ସହିବେ। ମହିଳାଙ୍କ ଦାୟିତ୍ବ ବଢ଼ିବ।
ଧନୁ: କୌଣସି କଥାକୁ ନେଇ ଚିନ୍ତା କରିବେ। ନିଜ ଲୋକ ଶତ୍ରୁ ସାଜିବେ। ହାତେ ମାପି ଚାଖଣ୍ଡେ ଚାଲିବା ଭଲ। ଆଜିର ଦିନରେ ଦାୟିତ୍ବ ବଢ଼ିବ। ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଧିକ।
ମକର: ଆଳସ୍ୟ ଅନୁଭବ କରିପାରନ୍ତି। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ। ମହିଳାମାନେ ଘର କାମରେ ବ୍ୟସ୍ତ ରହିେବ। ବ୍ୟବସାୟରେ ସମସ୍ୟା ଉପୁଜିପାରେ। ଚିଡ଼ିଚିଡ଼ାପଣ ଦେଖାଦେବ।
କୁମ୍ଭ: ଲାଗିରହିଥିବା ସମସ୍ୟାର ସମାଧାନ ହେବ। ବହି ପଢ଼ାପ୍ରତି ରୁଚି ବଢ଼ିବ। ମହିଳାମାନେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ମାନସିକ ଶାନ୍ତି ପାଇଁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ରହିେବ।
ମୀନ: ଆୟରେ ବୃଦ୍ଧି ଘଟିବ। ଶିକ୍ଷାକ୍ଷେତ୍ରରେ ସଫଳ ହେବେ। ଅବିବାହିତଙ୍କ ପାଇଁ ଉତ୍ତମ ବିବାହ ପ୍ରସ୍ତାବ ଆସିପାରେ। ରାଗ ଓ ଚିଡ଼ଚିଡ଼ା ସ୍ବଭାବ ଯୋଗୁଁ କ୍ଷତିରେ ପଡ଼ିପାରନ୍ତି।