ଗୁଳି ମାଡ କରି ଦୋକାନରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ସମ୍ବଲପୁର : ଥମୁନି ଲୁଟେରାଙ୍କ ଉତ୍ପାତ। ଦିନ ଦ୍ୱିପ୍ରହରରେ ଗୁଳି ମାଡ କରି ସୁନା ଦୋକାନରୁ ଦୁର୍ବୃତ୍ତ ଲୁଟ୍‌‌ କରିବା ସହ ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଶୁକ୍ରବାର ଧନୁପାଲୀ ଥାନା ଗୋବିନ୍ଦପଲାରେ ଘଟିଛି। ଗୋବିନ୍ଦପଲାରେ ଥିବା ଏକ ସୁନା ଦୋକାନରେ ପଶି ଗୁଳି ମାଡ କରି ଦୁର୍ବୃତ୍ତ ସୁନାଗହଣା ଲୁଟ୍‌‌ କରିଛନ୍ତି। କେତେ ଟଙ୍କାର ସୁନା ଗହଣା ଲୁଟ୍‌‌ ହୋଇଛି, ତାହା ଅସ୍ପଷ୍ଟ ରହିଛି। ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି […]

ଗୁଳି ମାଡ କରି ଦୋକାନରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ସମ୍ବଲପୁର : ଥମୁନି ଲୁଟେରାଙ୍କ ଉତ୍ପାତ। ଦିନ ଦ୍ୱିପ୍ରହରରେ ଗୁଳି ମାଡ କରି ସୁନା ଦୋକାନରୁ ଦୁର୍ବୃତ୍ତ ଲୁଟ୍‌‌ କରିବା ସହ ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଶୁକ୍ରବାର ଧନୁପାଲୀ ଥାନା ଗୋବିନ୍ଦପଲାରେ ଘଟିଛି। ଗୋବିନ୍ଦପଲାରେ ଥିବା ଏକ ସୁନା ଦୋକାନରେ ପଶି ଗୁଳି ମାଡ କରି ଦୁର୍ବୃତ୍ତ ସୁନାଗହଣା ଲୁଟ୍‌‌ କରିଛନ୍ତି। କେତେ ଟଙ୍କାର ସୁନା ଗହଣା ଲୁଟ୍‌‌ ହୋଇଛି, ତାହା ଅସ୍ପଷ୍ଟ ରହିଛି। ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ୩ଟି ବାଇକ୍‌‌ରେ ୬ ଜଣ ଦୁର୍ବୃତ୍ତ ଆସି ଲୁଟ୍‌‌ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଦୋକାନ ମାଲିକଙ୍କ ଦେହରେ ଗୁଳି ବାଜି ଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣା ସ୍ଥଳରେ ଦୋକାନରେ ଓ ଦୋକାନ ବାହାରେ ମଧ୍ୟ ଅନେକ ସିସିଟିଭି ଥିବାରୁ ତଦନ୍ତରେ ସହାୟକ ହେବ ବୋଲି କୁହାଯାଉଛି। ଦୋକାନ ମାଲିକଙ୍କ ଦେହରେ ଗୁଳି ବାଜି ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।