ଗୁଳିକାଣ୍ଡ ପରେ ଟ୍ରମ୍ପ ମାଲାମାଲ, ଗୋଟିଏ ଦିନରେ ସେୟାରରୁ ଆୟ କଲେ ୨ ବିଲିୟନ ଡଲାର

ନୂଆଦିଲ୍ଲୀ ୧୫।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଶନିବାର ପେନସିଲଭାନିଆ ବଟଲରରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତ ଚଳାଇଥିବା ଗୁଳି ଟ୍ରମ୍ପଙ୍କ କାନରେ ଘଷି ହୋଇଯାଇଛି। ଫଳରେ ଟ୍ରମ୍ପ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ ଅଛି। ତାଙ୍କ ଉପରକୁ ଗୁଳି ଚଳାଇଥିବା ଦୁର୍ବୃତ୍ତ ପ୍ରାଣ ହରାଇଛି। ତେବେ ଆକ୍ରମଣ ପରେ ତାଙ୍କ ମିଡିଆ କମ୍ପାନୀ ସେୟାର ମୂଲ୍ୟ ଅଚାନକ ବୃଦ୍ଧି ହେବା ଯୋଗୁ ଟ୍ରମ୍ପ ଏବେ ମାଲାମାଲ। ଆକ୍ରମଣ ପରେ ଟ୍ରମ୍ପଙ୍କ ସୋସିଆଲ ମିଡିଆ କମ୍ପାନୀ ଭାଲ୍ୟୁ ସୋମବାର ବୃଦ୍ଧି ହୋଇଛି। ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲଜି ଗ୍ରୁପର ସେୟାର ମୂଲ୍ୟ ପ୍ରି ମାର୍କେଟିଂ ଟ୍ରେଡିଂରେ ୫୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। କମ୍ପାନୀର ସ୍ଥାପନା ପରଠାରୁ ଏହା ଏପର୍ଯ୍ୟନ୍ତର ସବୁଠୁ ଅଧିକ ସିଙ୍ଗଲ ଡେ ବୃଦ୍ଧି ବୋଲି କୁହାଯାଇଛି। ଏହା ଛଡା ଟ୍ରୁଥ ସୋସିଆଲରେ ଟ୍ରମ୍ପଙ୍କ ମୁଖ୍ୟ ସେୟାରର ଭାଲ୍ୟୁ ଦ୍ରୁତ ବଢିବାରେ ଲାଗିଛି। ଏବେ କା ମୂଲ୍ୟରେ ଟ୍ରମ୍ପ ମିଡିଆରେ ପୂର୍ବତନ ରାଷ୍ଟ୍ରପତିଙ୍କ ୧୧୪୭.୫ ଲକ୍ଷ ସେୟାରର ଭାଲ୍ୟୁ ପାଖାପାଖି ୫.୬ ବିଲିୟନ ଡଲାର ହୋଇଯାଇଛି। ଏହା ଶୁକ୍ରବାରର ୩.୫ ବିଲିୟନ ଡଲାର ସ୍ତରଠାରୁ ବେଶ୍ ଉଚ୍ଚା। ଟିକର ସିମ୍ବଲ ଡିଜେଟି ଅନୁସାରେ ଟ୍ରେଡିଂ ବେଳେ ଟ୍ରମ୍ପ ମିଡିଆର କମ୍ ରେଭିନ୍ୟୁ ଗେନ ସତ୍ତ୍ୱେ ଜୋରଦାର ଭାଲ୍ୟୁଏସନ ହାସଲ କରିଛି ଓ ଟ୍ରୁଥ

ଗୁଳିକାଣ୍ଡ ପରେ ଟ୍ରମ୍ପ ମାଲାମାଲ, ଗୋଟିଏ ଦିନରେ ସେୟାରରୁ ଆୟ କଲେ ୨ ବିଲିୟନ ଡଲାର

ନୂଆଦିଲ୍ଲୀ ୧୫।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଶନିବାର ପେନସିଲଭାନିଆ ବଟଲରରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତ ଚଳାଇଥିବା ଗୁଳି ଟ୍ରମ୍ପଙ୍କ କାନରେ ଘଷି ହୋଇଯାଇଛି। ଫଳରେ ଟ୍ରମ୍ପ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ ଅଛି। ତାଙ୍କ ଉପରକୁ ଗୁଳି ଚଳାଇଥିବା ଦୁର୍ବୃତ୍ତ ପ୍ରାଣ ହରାଇଛି। ତେବେ ଆକ୍ରମଣ ପରେ ତାଙ୍କ ମିଡିଆ କମ୍ପାନୀ ସେୟାର ମୂଲ୍ୟ ଅଚାନକ ବୃଦ୍ଧି ହେବା ଯୋଗୁ ଟ୍ରମ୍ପ ଏବେ ମାଲାମାଲ। 

ଆକ୍ରମଣ ପରେ ଟ୍ରମ୍ପଙ୍କ ସୋସିଆଲ ମିଡିଆ କମ୍ପାନୀ ଭାଲ୍ୟୁ ସୋମବାର ବୃଦ୍ଧି ହୋଇଛି। ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲଜି ଗ୍ରୁପର ସେୟାର ମୂଲ୍ୟ ପ୍ରି ମାର୍କେଟିଂ ଟ୍ରେଡିଂରେ ୫୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। କମ୍ପାନୀର ସ୍ଥାପନା ପରଠାରୁ ଏହା ଏପର୍ଯ୍ୟନ୍ତର ସବୁଠୁ ଅଧିକ ସିଙ୍ଗଲ ଡେ ବୃଦ୍ଧି ବୋଲି କୁହାଯାଇଛି। ଏହା ଛଡା ଟ୍ରୁଥ ସୋସିଆଲରେ ଟ୍ରମ୍ପଙ୍କ ମୁଖ୍ୟ ସେୟାରର ଭାଲ୍ୟୁ ଦ୍ରୁତ ବଢିବାରେ ଲାଗିଛି। ଏବେ କା ମୂଲ୍ୟରେ ଟ୍ରମ୍ପ ମିଡିଆରେ ପୂର୍ବତନ ରାଷ୍ଟ୍ରପତିଙ୍କ ୧୧୪୭.୫ ଲକ୍ଷ ସେୟାରର ଭାଲ୍ୟୁ ପାଖାପାଖି ୫.୬ ବିଲିୟନ ଡଲାର ହୋଇଯାଇଛି। ଏହା ଶୁକ୍ରବାରର ୩.୫ ବିଲିୟନ ଡଲାର ସ୍ତରଠାରୁ ବେଶ୍ ଉଚ୍ଚା। 

ଟିକର ସିମ୍ବଲ ଡିଜେଟି ଅନୁସାରେ ଟ୍ରେଡିଂ ବେଳେ ଟ୍ରମ୍ପ ମିଡିଆର କମ୍ ରେଭିନ୍ୟୁ ଗେନ ସତ୍ତ୍ୱେ ଜୋରଦାର ଭାଲ୍ୟୁଏସନ ହାସଲ କରିଛି ଓ ଟ୍ରୁଥ ସୋସିଆଲ ମିଡିଆରେ ଏବେବି ଏକ ଛୋଟ ପ୍ଲେୟାର ହୋଇ ରହିଛି। ଏଥିରେ ଏକ୍ସପର୍ଟ କହିଛନ୍ତି ଯେ ଟ୍ରମ୍ପ ମିଡିଆ ଏକ ମେମେ ଷ୍ଟକ୍। ଏହାର କାରବାର ଫଣ୍ଡାମେଣ୍ଟାଲରେ ନୁହେଁ ମୋମେଣ୍ଟମରେ ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ ଟ୍ରମ୍ପ କ୍ରିପ୍ଟୋ କରେନ୍ସୀର ସମର୍ଥକ। ତାଙ୍କ ଉପରେ ଆକ୍ରମଣ ପରେ ସବୁଠୁ ଅଧିକ କାରବାର କରୁଥିବା କ୍ରେଫ୍ଟୋ କରେନ୍ସୀ ବିଟ୍ କଏନ ୨.୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ଏହାର ଦର ୫୯,୮୪୯.୮୪ ଡଲାର ପର୍ଯ୍ୟନ୍ତ ବଢି ଯାଇଛି।