ଗୁଳିମାଡ଼ରେ ଥରିଲା ମେକ୍ସିକୋର ବାର୍‌, ଆଖିବୁଜା ଫାୟାରିଂରେ ୧୦ ଜଣକ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ଆମେରିକୀୟ ଦେଶ ମେକ୍ସିକୋରେ ପୁଣି ଗୁଳିକାଣ୍ଡ । ମେକ୍ସିକୋର କ୍ବେରେଟାରୋର ଏକ ବାରରେ ହୋଇଥିବା ଆଖିବୁଜା ଗୁଳିକାଣ୍ଡରେ ପ୍ରାୟ ୧୦ ଜଣକ ମୃତ୍ୟୁ ହୋଇଛି। ଘଟଣାରେ ଏକାଧିକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ହତିଆରଧାରୀ କିଛି ଦୁର୍ବୃତ୍ତ ବାର୍‌ରେ ପଶି ସେଠାରେ ବସିଥିବା ଲୋକ ଏବଂ କର୍ମଚାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଘଟଣାର ଯାଞ୍ଚ କରୁଥିବା ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଘଟଣା ୯ ତାରିଖ ବିଳମ୍ବିତ ରାତି ଘଟିଛି। ୪ ହତିଆରଧାରୀଙ୍କ ଏକ ଗ୍ରୁପ ବାର୍‌ରେ ପଶିଥିଲେ ଏବଂ ଆଖିବୁଜା ଗୁଳିମାଡ଼ ଆରମ୍ଭ କରିଦେଇଥିଲେ, ଏଥିରେ ୧୦ ଜଣକ ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି। ଘଟଣା ପରେ ପୋଲିସ ଘଟଣାସ୍ଥଳକୁ ଘେରାବନ୍ଦୀ କରି ଯାଞ୍ଚ କରୁଛି।ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି। ତେବେ ଏପର୍ଯ୍ୟନ୍ତ ଗୁଳିମାଡ଼ର କାରଣ ଜଣାପଡ଼ିନଥିବାବେଳେ, ସହରରେ ଗତ କିଛି ଦିନରୁ ବ୍ୟାପିଥିବା ହିଂସା କାରଣରୁ ଏଭଳି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ଗତ କାଲି ମଧ୍ୟ ସିଫୁଡ ରେସ୍ତୋରାଁରେ ତିନି ଜଣକୁ ଗୁଳି ମାରି ହତ୍ୟା କରାଯାଇଥିଲା।

ଗୁଳିମାଡ଼ରେ ଥରିଲା ମେକ୍ସିକୋର ବାର୍‌, ଆଖିବୁଜା ଫାୟାରିଂରେ ୧୦ ଜଣକ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ଆମେରିକୀୟ ଦେଶ ମେକ୍ସିକୋରେ ପୁଣି ଗୁଳିକାଣ୍ଡ । ମେକ୍ସିକୋର କ୍ବେରେଟାରୋର ଏକ ବାରରେ ହୋଇଥିବା ଆଖିବୁଜା ଗୁଳିକାଣ୍ଡରେ ପ୍ରାୟ ୧୦ ଜଣକ ମୃତ୍ୟୁ ହୋଇଛି। ଘଟଣାରେ ଏକାଧିକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ହତିଆରଧାରୀ କିଛି ଦୁର୍ବୃତ୍ତ ବାର୍‌ରେ ପଶି ସେଠାରେ ବସିଥିବା ଲୋକ ଏବଂ କର୍ମଚାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। 

ଘଟଣାର ଯାଞ୍ଚ କରୁଥିବା ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଘଟଣା ୯ ତାରିଖ ବିଳମ୍ବିତ ରାତି ଘଟିଛି। ୪ ହତିଆରଧାରୀଙ୍କ ଏକ ଗ୍ରୁପ ବାର୍‌ରେ ପଶିଥିଲେ ଏବଂ ଆଖିବୁଜା ଗୁଳିମାଡ଼ ଆରମ୍ଭ କରିଦେଇଥିଲେ, ଏଥିରେ ୧୦ ଜଣକ ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି। ଘଟଣା ପରେ ପୋଲିସ ଘଟଣାସ୍ଥଳକୁ ଘେରାବନ୍ଦୀ କରି ଯାଞ୍ଚ କରୁଛି।ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି। 

ତେବେ ଏପର୍ଯ୍ୟନ୍ତ ଗୁଳିମାଡ଼ର କାରଣ ଜଣାପଡ଼ିନଥିବାବେଳେ, ସହରରେ ଗତ କିଛି ଦିନରୁ ବ୍ୟାପିଥିବା ହିଂସା କାରଣରୁ ଏଭଳି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ଗତ କାଲି ମଧ୍ୟ ସିଫୁଡ ରେସ୍ତୋରାଁରେ ତିନି ଜଣକୁ ଗୁଳି ମାରି ହତ୍ୟା କରାଯାଇଥିଲା।