ଗୃହ-ଅର୍ଥ-ପ୍ରତିରକ୍ଷା-ବିଦେଶ ମନ୍ତ୍ରଣାଳୟ ବିଜେପି ପାଖରେ, ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ଗତକାଲି  ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଏବଂ ୭୧ ଜଣ ସାଂସଦ ମନ୍ତ୍ରୀ ପଦରେ ଶପଥ ନେଇଥିଲେ। ଏଥିରେ ୩୦ କ୍ୟାବିନେଟ୍ ମନ୍ତ୍ରୀ, ୫ ସ୍ଵତନ୍ତ୍ର ପ୍ରଭାର ଓ ୩୬ ରାଷ୍ଟ୍ରମନ୍ତ୍ରୀ ସାମିଲ। ତେବେ ସୋମବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ  କରାଯାଇଛି। ବିଜେପି ନିଜ ପାଖରେ ଗୃହ, ପ୍ରତିରକ୍ଷା, ବୈଦେଶିକ, ଅର୍ଥ, ସଡ଼କ ପରିବହନ ଓ କୃଷି ପରି ଗୁରୁତ୍ଵପୂର୍ଣ୍ଣ ବିଭାଗ ନିଜ ପାଖରେ ରଖିଛି। ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ଏହି ଖବର ପ୍ରକାଶ ପାଇଛି। କିନ୍ତୁ ସରକାରୀ ସ୍ତରରେ ବିଧିବଦ୍ଧ ଭାବେ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇ ନାହିଁ। ମୋଦୀ କ୍ୟାବିନେଟରେ ଅମିତ ଶାହଙ୍କୁ ପୁଣି ଥରେ ଗୃହ ମନ୍ତ୍ରଣାଳୟ ଦାୟିତ୍ଵ ମିଳିଥିବା ବେଳେ ରାଜନାଥ ସିଂଙ୍କୁ ପ୍ରତିରକ୍ଷା ବିଭାଗ ମିଳିଛି। ବୈଦେଶିକ ମନ୍ତ୍ରଣାଳୟ ଏସ ଜୟଶଙ୍କରଙ୍କ ପାଖରେ ରହିଛି। ସେହିପରି ନୀତିନ ଗଡ଼କରୀଙ୍କୁ ପୂର୍ବବତ ସଡ଼କ ପରିବହନ ମନ୍ତ୍ରଣାଳୟ ଦିଆଯାଇଛି। ତାଙ୍କ ଅଧିନରେ ଅଜୟ ଟମଟା ଓ ହର୍ଷ ମାଲହୋତ୍ରାଙ୍କୁ ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି। ଅଶ୍ଵିନୀ ବୈଷ୍ଣବଙ୍କୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଶିବରାଜ ସିଂହଙ୍କୁ କୃଷି ଓ ପଞ୍ଚାୟତିରାଜ, ମନୋହର ଲାଲ ଖଟ୍ଟରଙ୍କୁ ଶକ୍ତି ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ମିଳିଛି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୂର୍ବପରି ଶିକ୍ଷା,  ଚିରାଗ ପାସଓ୍ଵାନଙ୍କୁ କ୍ରୀ

ଗୃହ-ଅର୍ଥ-ପ୍ରତିରକ୍ଷା-ବିଦେଶ ମନ୍ତ୍ରଣାଳୟ ବିଜେପି ପାଖରେ, ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ଗତକାଲି  ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଏବଂ ୭୧ ଜଣ ସାଂସଦ ମନ୍ତ୍ରୀ ପଦରେ ଶପଥ ନେଇଥିଲେ। ଏଥିରେ ୩୦ କ୍ୟାବିନେଟ୍ ମନ୍ତ୍ରୀ, ୫ ସ୍ଵତନ୍ତ୍ର ପ୍ରଭାର ଓ ୩୬ ରାଷ୍ଟ୍ରମନ୍ତ୍ରୀ ସାମିଲ। ତେବେ ସୋମବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ  କରାଯାଇଛି। ବିଜେପି ନିଜ ପାଖରେ ଗୃହ, ପ୍ରତିରକ୍ଷା, ବୈଦେଶିକ, ଅର୍ଥ, ସଡ଼କ ପରିବହନ ଓ କୃଷି ପରି ଗୁରୁତ୍ଵପୂର୍ଣ୍ଣ ବିଭାଗ ନିଜ ପାଖରେ ରଖିଛି। ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ଏହି ଖବର ପ୍ରକାଶ ପାଇଛି। କିନ୍ତୁ ସରକାରୀ ସ୍ତରରେ ବିଧିବଦ୍ଧ ଭାବେ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇ ନାହିଁ। 

ମୋଦୀ କ୍ୟାବିନେଟରେ ଅମିତ ଶାହଙ୍କୁ ପୁଣି ଥରେ ଗୃହ ମନ୍ତ୍ରଣାଳୟ ଦାୟିତ୍ଵ ମିଳିଥିବା ବେଳେ ରାଜନାଥ ସିଂଙ୍କୁ ପ୍ରତିରକ୍ଷା ବିଭାଗ ମିଳିଛି। ବୈଦେଶିକ ମନ୍ତ୍ରଣାଳୟ ଏସ ଜୟଶଙ୍କରଙ୍କ ପାଖରେ ରହିଛି। ସେହିପରି ନୀତିନ ଗଡ଼କରୀଙ୍କୁ ପୂର୍ବବତ ସଡ଼କ ପରିବହନ ମନ୍ତ୍ରଣାଳୟ ଦିଆଯାଇଛି। ତାଙ୍କ ଅଧିନରେ ଅଜୟ ଟମଟା ଓ ହର୍ଷ ମାଲହୋତ୍ରାଙ୍କୁ ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି। ଅଶ୍ଵିନୀ ବୈଷ୍ଣବଙ୍କୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଶିବରାଜ ସିଂହଙ୍କୁ କୃଷି ଓ ପଞ୍ଚାୟତିରାଜ, ମନୋହର ଲାଲ ଖଟ୍ଟରଙ୍କୁ ଶକ୍ତି ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ମିଳିଛି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୂର୍ବପରି ଶିକ୍ଷା,  ଚିରାଗ ପାସଓ୍ଵାନଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ମିଳିଛି। 

କାହାକୁ ମିଳିଲା କେଉଁ ମନ୍ତ୍ରଣାଳୟ 

କ୍ୟାବିନେଟ୍

ନରେନ୍ଦ୍ର ମୋଦୀ- ପ୍ରଧାନମନ୍ତ୍ରୀ, କାର୍ମିକ, ଜନ ଅଭିଯୋଗ ଓ  ପେନସନ ମନ୍ତ୍ରଣାଳୟ, ଆଣବିକ ଶକ୍ତି, ମହାକାଶ ବିଭାଗ

ଅମିତ ଶାହ- ଗୃହ 

ରାଜନାଥ ସିଂ- ପ୍ରତିରକ୍ଷା 

ନୀତିନ ଗଡ଼କରୀ- ସଡ଼କ ଓ ପରିବହନ 

ଜେପି ନଡ୍ଡା- ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଓ ରସାୟନ 

ଶିବରାଜ ସିଂ ଚୌହାନ- କୃଷି, ଗ୍ରାମାଞ୍ଚଳ 

ନିର୍ମଳା ସୀତାରମଣ- ଅର୍ଥ 

ଏସ ଜୟଶଙ୍କର- ବୈଦେଶିକ 

ମନୋହର ଲାଲ ଖଟ୍ଟର- ଶକ୍ତି, ସହରାଞ୍ଚଳ ବିକାଶ 

ଏଚଡି କୁମାରସ୍ଵାମୀ- ଉଦ୍ୟୋଗ ଏବଂ ଇସ୍ପାତ

ପୀୟୂଷ ଗୋଏଲ- ବାଣିଜ୍ୟ ଓ ଶିଳ୍ପ  

ଧର୍ମେନ୍ଦ୍ର ପ୍ରଧାନ- ଶିକ୍ଷା  

ଜିତନରାମ ମାଂଝୀ- ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ 

ରାଜୀବ ରଞ୍ଜନ ସିଂ- ପଞ୍ଚାୟତିରାଜ, ମତ୍ସ୍ୟ ଓ ପ୍ରାଣୀ ସଂପଦ  

ସର୍ବାନନ୍ଦ ସନଓ୍ଵାଲ- ଜାହାଜ ଚଳାଚଳ 

ବୀରେନ୍ଦ୍ର କୁମାର- ସାମାଜିକ ନ୍ୟାୟ ଓ ସଶକ୍ତିକରଣ

ରାମମୋହନ ନାଇଡୁ- ବେସାମରିକ ବିମାନ ଚଳାଚଳ

ପ୍ରହ୍ଲାଦ ଯୋଶୀ- ଖାଦ୍ୟ ଏବଂ ସାଧାରଣ ବଣ୍ଟନ, ଖାଉଟି କଲ୍ୟାଣ

ଜୁଏଲ ଓରାମ- ଆଦିବାସୀ ବ୍ୟାପାର

ଗିରିରାଜ ସିଂ- ବୟନ

ଅଶ୍ଵିନୀ ବୈଷ୍ଣବ- ସୂଚନା ଏବଂ ପ୍ରସାରଣ

ଜ୍ୟୋତିରାଦିତ୍ୟ ସିନ୍ଧିଆ- ଯୋଗାଯୋଗ, ପୂର୍ବୋତର ବିକାଶ

ଭୂପେନ୍ଦର ଯାଦବ- ଜଙ୍ଗଲ ଓ ପରିବେଶ, ଜଳବାୟୁ

ଗଜେନ୍ଦ୍ର ସିଂ ଶେଖାଓ୍ଵତ- ସଂସ୍କୃତି ଓ ପର୍ଯ୍ୟଟନ

ଅର୍ଣ୍ଣପୂର୍ଣ୍ଣା ଦେବୀ- ମହିଳା ଏବଂ ଶିଶୁ ବିକାଶ 

କିରେନ ରିଜିଜୁ- ସଂସଦୀୟ ବ୍ୟାପାର, ସଂଖ୍ୟାଲଘୁ 

ହରଦୀପ ସିଂ ପୁରୀ- ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ 

ମନସୁଖ ମାଣ୍ଡଭିୟ- ଶ୍ରମ ଏବଂ ରୋଜଗାର, କ୍ରୀଡ଼ା 

ଜି କିଶନ ରେଡ୍ଡୀ- କୋଇଲା ଓ ଖଣି

ଚିରାଗ ପାସଓ୍ଵାନ- ଖାଦ୍ୟ ପ୍ରକ୍ରିୟାକରଣ

ସି ଆର ପାଟିଲ- ଜଳଶକ୍ତି

ରାଷ୍ଟ୍ରମନ୍ତ୍ରୀ(ସ୍ଵତନ୍ତ୍ର ଦାୟିତ୍ଵ)

ରାଓ ଇନ୍ଦରଜିତ ସିଂ- ପରିସଂଖ୍ୟାନ, ଯୋଜନା ସମନ୍ଵୟ, ସଂସ୍କୃତି

ଡ. ଜିତେନ୍ଦ୍ର ସିଂ- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଭୂବିଜ୍ଞାନ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ,  କାର୍ମିକ, ସାଧାରଣ ଅଭିଯୋଗ ଓ  ପେନସନ ମନ୍ତ୍ରଣାଳୟ, ଆଣବିକ ଶକ୍ତି, ମହାକାଶ ବିଭାଗ

ଅର୍ଜୁନ ରାମ ମେଘଓ୍ଵାଲ- ଆଇନ ଓ ନ୍ୟାୟ, ସଂସଦୀୟ ବ୍ୟାପାର

ଜାଧବ ପ୍ରତାପରାଓ ଗନପତରାଓ- ଆୟୂଷ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ

ଜୟନ୍ତ ଚୌଧୁରୀ- ଦକ୍ଷତା ବିକାଶ, ଉଦ୍ୟୋମିତା, ଶିକ୍ଷା

ରାଷ୍ଟ୍ରମନ୍ତ୍ରୀ

ଜିତିନ ପ୍ରସାଦ- ବାଣିଜ୍ୟ  ଓ ଶିଳ୍ପ, ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା

ଶ୍ରୀପଦ ୟେସୋ ନାଇକ- ଶକ୍ତି, ନବୀକରଣ

ପଙ୍କଜ ଚୌଧୁରୀ- ଅର୍ଥ

କ୍ରିଷ୍ଣନ ପଲ- ସମବାୟ 

ରାମଦାସ ଅଠାଓ୍ଵଲେ-  ସାମାଜିକ ନ୍ୟାୟ ଓ ସଶକ୍ତିକରଣ

ରାମନାଥ ଠାକୁର- କୃଷି ଓ କୃଷକ କଲ୍ୟାଣ

ନିତ୍ୟାନନ୍ଦ ରାୟ- ଗୃହ 

ଅନୁପ୍ରିୟା ପଟେଲ- ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ରସାୟନ ଓ ସାର

ଭି ସୋମନ୍ନା- ଜଳ ଶକ୍ତି, ରେଳ

ଚନ୍ଦ୍ର ଶେଖର ପେମ୍ମାସାନି- ଗ୍ରାମାଞ୍ଚଳ ବିକାଶ ଓ ଯୋଗାଯୋଗ

ଏସପି ସିଂ ବଘେଲ- ମତ୍ସ୍ୟ, ପଶୁପାଳନ, ଦୁଗ୍ଧ ଓ ପଞ୍ଚାୟତିରାଜ

ଶୋଭା କରନ୍ଦଲାଜେ-  ଅଣୁ, କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ, ଶ୍ରମ, ନିୟୋଜନ

କିର୍ତ୍ତିବର୍ଦ୍ଧନ ସିଂ- ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ବୈଦେଶିକ ବ୍ୟାପାର

ବିଏଲ ବର୍ମା-  ଖାଦ୍ୟ  ଓ ସାଧାରଣ ବଣ୍ଟନ,  ଖାଉଟି କଲ୍ୟାଣ, ସାମାଜିକ ନ୍ୟାୟ, ସଶକ୍ତୀକରଣ

ଶାନ୍ତନୁ ଠାକୁର- ବନ୍ଦର, ଜାହାଜ ଚଳାଚଳ 

ସୁରେଶ ଗୋପୀ- ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ପର୍ଯ୍ୟଟନ

ଏଲ ମୁରୁଗନ- ସୂଚନା ଓ ପ୍ରସାରଣ, ସଂସଦୀୟ ବ୍ୟାପାର

ଅଜୟ ଟମଟା- ସଡ଼କ ପରିବହନ ଓ ରାଜମାର୍ଗ

ବନ୍ଦୀ ସଞ୍ଜୟ କୁମାର- ଗୃହ ବ୍ୟାପାର

କମଲେଶ ପାସଓ୍ଵାନ- ଗ୍ରାମାଞ୍ଚଳ ବିକାଶ

ଭାଗିରଥ ଚୌଧୁରୀ- କୃଷି ଓ କୃଷକ କଲ୍ୟାଣ

ସତୀଶ ଚନ୍ଦ୍ର ଦୁବେ- କୋଇଲ ଓ ଖଣି

ସଞ୍ଜୟ ସେଠ- ପ୍ରତିରକ୍ଷା

ରବନୀତ ସିଂ- ଖାଦ୍ୟ ପ୍ରକ୍ରିୟାକରଣ ଓ ରେଳ

ଦୁର୍ଗାଦାସ ଉଇକେ- ଆଦିବାସୀ

ରକ୍ଷା ନିଖିଲ ଖଡ଼ସେ- ଯୁବ ଓ କ୍ରୀଡ଼ା

ସୁକାନ୍ତ ମଜୁମଦାର- ଶିକ୍ଷା ଓ ପୂର୍ବୋତର ବିକାଶ 

ସାବିତ୍ରୀ ଠାକୁର- ମହିଳା ଓ ଶିଶୁ ବିକାଶ

ତୋଖାନ ସାହୁ- ଗୃହ ଓ ସହରାଞ୍ଚଳ

ରାଜଭୂଷଣ ଚୌଧୁରୀ- ଜଳଶକ୍ତି

ଭୂପଥିରାଜୁ ଶ୍ରୀନିବାସ ବର୍ମା- ଭାରି ଶିଳ୍ପ ଓ ଇସ୍ପାତ

ହର୍ଷ ମାଲହୋତ୍ରା- କର୍ପୋରେଟ୍ ବ୍ୟାପାର, ସଡ଼କ ପରିବହନ, ରାଜମାର୍ଗ

ଏନ ଜେ ବାମ୍ଭାନିୟା- ଖାଉଟି କଲ୍ୟାଣ ଓ ଖାଦ୍ୟ ସାଧାରଣ ବଣ୍ଟନ

ମୂରଲୀଧର ମୋହଲ- ସମବାୟ, ବେସାମରିକ ବିମାନ ଚଳାଚଳ

ଜର୍ଜ କୁରିୟନ- ସଂଖ୍ୟାଲଘୁ, ମତ୍ସ୍ୟ, ପ୍ରାଣୀ ସଂପଦ

ପବିତ୍ର ମାର୍ଗେରିଟା- ବୈଦେଶିକ ବ୍ୟାପାର, ବୟନ ଶିଳ୍ପ