ଟି-୨୦ ମହିଳା ଏସିଆ କପ ୨୦୨୪: ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

ଡାମ୍ବୁଲା: ଟି-୨୦ ମହିଳା ଏସିଆ କପ୍‌ରେ ଭାରତ ପାକିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରିଛି। ଦୁଇ ଟିମ ମଧ୍ୟରେ ଶ୍ରୀଲଙ୍କାର ରାଙ୍ଗିରି ଡାମ୍ବୁଲା କ୍ରିକେଟ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲା। ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୧୯.୨ ଓଭରରେ ୧୦ ୱିକେଟ୍ ହରାଇ ୧୦୮ ରନ୍ କରିଥିଲା। ଜବାବରେ ଭାରତ ମାତ୍ର ୩ ୱିକେଟ୍ ହରାଇ ୧୪.୧ ଓଭରରେ ଲକ୍ଷ୍ୟ ହାସଲ କରି ନେଇଛି। ଭାରତ ପକ୍ଷରୁ ଶେଫାଳୀ ବର୍ମା ୨୯ ବଲ୍‌ରେ ୪୦ ରନ୍ କରିଥିଲେ। ଯେଉଁଥିରେ ସେ ୬ଟି ଚୌକା ଓ ଗୋଟିଏ ଛକ୍କା ମାରିଥିଲେ। ଅନ୍ୟପଟେ ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ୩୧ ବଲ୍‌ରେ ସର୍ବାଧିକ ୪୫ ରନ୍ କରିଥିଲେ। ସେ ୯ଟି ଚୌକା ମାରିଥିଲେ। ସେହିପରି ଦୟାଲନ ହେମଲତା ୧୪ ର ର୍ ହରମନପ୍ରୀତ କୌର, ଜେମିମା ରୋଡ୍ରିଗ୍ଜ ୩ ରନ୍ କରି ନଟ୍‌ ଆଉଟ୍ ରହିଥିଲେ। ପାକିସ୍ତାନ ଟସ୍ ଜିତି ଦ୍ୱିତୀୟ ଓଭରରେ ୱିକେଟ୍ ହରାଇଥିଲା। ଦଳର କୌଣସି ବ୍ୟାଟର ୩୦ ରନ୍ କରିପାରି ନଥିଲେ। ଅମୀନ ସର୍ବାଧିକ ୨୫ ରନ୍ କରିଥିବା ବେଳେ ତୁବା ହସନ ଓ ଫାତିମା ସନା ଉଭୟ ୨୨ ଲେଖାଏ ରନ୍ କରିଥିଲେ। ଭାରତ ପକ୍ଷରୁ ଦିପ୍ତୀ ଶର୍ମା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ରେଣୁକା ସିଂହ, ପୂଜା ବସ୍ତ୍ରାକର ଓ ଶ୍ରେୟଙ୍କା ପାଟିଲ ୨ଟି ଲେଖାଏ ୱିକେଟ୍ ନେଇଥିଲେ। 

ଟି-୨୦ ମହିଳା ଏସିଆ କପ ୨୦୨୪: ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

ଡାମ୍ବୁଲା: ଟି-୨୦ ମହିଳା ଏସିଆ କପ୍‌ରେ ଭାରତ ପାକିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରିଛି। ଦୁଇ ଟିମ ମଧ୍ୟରେ ଶ୍ରୀଲଙ୍କାର ରାଙ୍ଗିରି ଡାମ୍ବୁଲା କ୍ରିକେଟ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲା। ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୧୯.୨ ଓଭରରେ ୧୦ ୱିକେଟ୍ ହରାଇ ୧୦୮ ରନ୍ କରିଥିଲା। ଜବାବରେ ଭାରତ ମାତ୍ର ୩ ୱିକେଟ୍ ହରାଇ ୧୪.୧ ଓଭରରେ ଲକ୍ଷ୍ୟ ହାସଲ କରି ନେଇଛି। 

ଭାରତ ପକ୍ଷରୁ ଶେଫାଳୀ ବର୍ମା ୨୯ ବଲ୍‌ରେ ୪୦ ରନ୍ କରିଥିଲେ। ଯେଉଁଥିରେ ସେ ୬ଟି ଚୌକା ଓ ଗୋଟିଏ ଛକ୍କା ମାରିଥିଲେ। ଅନ୍ୟପଟେ ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ୩୧ ବଲ୍‌ରେ ସର୍ବାଧିକ ୪୫ ରନ୍ କରିଥିଲେ। ସେ ୯ଟି ଚୌକା ମାରିଥିଲେ। ସେହିପରି ଦୟାଲନ ହେମଲତା ୧୪ ର ର୍ ହରମନପ୍ରୀତ କୌର, ଜେମିମା ରୋଡ୍ରିଗ୍ଜ ୩ ରନ୍ କରି ନଟ୍‌ ଆଉଟ୍ ରହିଥିଲେ। 

ପାକିସ୍ତାନ ଟସ୍ ଜିତି ଦ୍ୱିତୀୟ ଓଭରରେ ୱିକେଟ୍ ହରାଇଥିଲା। ଦଳର କୌଣସି ବ୍ୟାଟର ୩୦ ରନ୍ କରିପାରି ନଥିଲେ। ଅମୀନ ସର୍ବାଧିକ ୨୫ ରନ୍ କରିଥିବା ବେଳେ ତୁବା ହସନ ଓ ଫାତିମା ସନା ଉଭୟ ୨୨ ଲେଖାଏ ରନ୍ କରିଥିଲେ। ଭାରତ ପକ୍ଷରୁ ଦିପ୍ତୀ ଶର୍ମା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ରେଣୁକା ସିଂହ, ପୂଜା ବସ୍ତ୍ରାକର ଓ ଶ୍ରେୟଙ୍କା ପାଟିଲ ୨ଟି ଲେଖାଏ ୱିକେଟ୍ ନେଇଥିଲେ।