ଗୃହକର୍ତ୍ତାଙ୍କୁ ହତ୍ୟା ଘଟଣାରେ ୩ କୋର୍ଟ ଚାଲାଣ

କୋକସରା,୧୦ା୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ମୁନୁଗାପଦର ଗ୍ରାମରେ ଗତ ୭ ତାରିଖ ରାତିରେ ଗୃହକର୍ତ୍ତା ଯଦୁ ଦଳପତି (୫୦)ଙ୍କୁ ହତ୍ୟା ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୃତ ଯଦୁଙ୍କ ସ୍ତ୍ରୀ ରୁକ୍ମଣୀ ଦଳପତି (୫୦), ସାନପୁଅ ଫକୀର ଦଳପତି (୨୦) ଓ ଜ୍ୱାଇଁ କ୍ଷୀରସିନ୍ଧୁ ନାଗ(୩୭)। ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ ବେହେରା ଏକ […] The post ଗୃହକର୍ତ୍ତାଙ୍କୁ ହତ୍ୟା ଘଟଣାରେ ୩ କୋର୍ଟ ଚାଲାଣ appeared first on Dharitri Odia News.

ଗୃହକର୍ତ୍ତାଙ୍କୁ ହତ୍ୟା ଘଟଣାରେ ୩ କୋର୍ଟ ଚାଲାଣ

କୋକସରା,୧୦ା୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ମୁନୁଗାପଦର ଗ୍ରାମରେ ଗତ ୭ ତାରିଖ ରାତିରେ ଗୃହକର୍ତ୍ତା ଯଦୁ ଦଳପତି (୫୦)ଙ୍କୁ ହତ୍ୟା ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୃତ ଯଦୁଙ୍କ ସ୍ତ୍ରୀ ରୁକ୍ମଣୀ ଦଳପତି (୫୦), ସାନପୁଅ ଫକୀର ଦଳପତି (୨୦) ଓ ଜ୍ୱାଇଁ କ୍ଷୀରସିନ୍ଧୁ ନାଗ(୩୭)।

ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ ବେହେରା ଏକ ଖବରଦାତା ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ଯଦୁ ଅଧିକାଂଶ ସମୟରେ ନିଶା ସେବନ କରି ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ଗଣ୍ଡଗୋଳ କରୁଥିଲେ। ଘଟଣା ଦିନ ସେ ମଦ ପିଇ ସ୍ତ୍ରୀଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିଲେ। ଏହାଦେଖି ବଡପୁଅ ଧନେଶ୍ୱର ଦଳପତି (୩୦) ଓ ସାନପୁଅ ଫକୀର ତାଙ୍କୁ ରଶିରେ ବାନ୍ଧି ଏକ ଠେଙ୍ଗାରେ ମୁଣ୍ଡକୁ ପ୍ରହାର କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ପରେ ଦୁଇପୁଅ ଧୋବେନ ଚଞ୍ଚରାରେ ରହୁଥିବା ଯଦୁଙ୍କ ଜ୍ୱାଇଁ କ୍ଷୀରସିନ୍ଧୁଙ୍କୁ ଡକାଇ ପ୍ରମାଣ ନଷ୍ଟ ପାଇଁ ବାଡ଼ି ପଟେ ଗାତ ଖୋଳି ଯଦୁଙ୍କ ମୃତଦେହ ପୋତି ଦେଇଥିଲେ। ଘଟଣା ପରଠାରୁ ବଡ଼ପୁଅ ଧନେଶ୍ୱର ଫେରାର ହୋଇଯାଇଛନ୍ତି। ଆମପାଣି ପୋଲିସ ଏକ ମାମଲା (ନଂ.୮/୨୫) ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଥାନା ଆଇଆଇସି ବିଜୟଲକ୍ଷ୍ମୀ ହିକ୍କା ସୂଚନା ଦେଇଛନ୍ତି।

The post ଗୃହକର୍ତ୍ତାଙ୍କୁ ହତ୍ୟା ଘଟଣାରେ ୩ କୋର୍ଟ ଚାଲାଣ appeared first on Dharitri Odia News.