ବିଭିନ୍ନ ଦାବି ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା
ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ):ସୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡ଼ା ଏବଂ ବେଲଗୁଣ୍ଠାରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାତିରେ ମଶାଲ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା। ନାରୀ ସୁରକ୍ଷା ଓ ନାରୀ ନିର୍ଯାତନା ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏଥିସହ ବର୍ଦ୍ଧିତ ଗ୍ୟାସ ଦର ପ୍ରତ୍ୟାହାର ସମେତ ପ୍ରମୁଖ ଦାବି ନେଇ ଏହି ଶୋଭାଯାତ୍ରା ହୋଇଥିଲା । ଗଞ୍ଜାମ ଜିଲା କଂଗ୍ରେସ କମିଟି ପଶ୍ଚିମ ର ଆହ୍ବାନ କ୍ରମେ ଏହି ଶୋଭାଯାତ୍ରା ହୋଇଥିଲା। ଦଳୀୟ କର୍ମୀମାନେ ମଶାଲ ଧରି ସହରର […] The post ବିଭିନ୍ନ ଦାବି ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା appeared first on Dharitri Odia News.
ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ):ସୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡ଼ା ଏବଂ ବେଲଗୁଣ୍ଠାରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାତିରେ ମଶାଲ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା। ନାରୀ ସୁରକ୍ଷା ଓ ନାରୀ ନିର୍ଯାତନା ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏଥିସହ ବର୍ଦ୍ଧିତ ଗ୍ୟାସ ଦର ପ୍ରତ୍ୟାହାର ସମେତ ପ୍ରମୁଖ ଦାବି ନେଇ ଏହି ଶୋଭାଯାତ୍ରା ହୋଇଥିଲା । ଗଞ୍ଜାମ ଜିଲା କଂଗ୍ରେସ କମିଟି ପଶ୍ଚିମ ର ଆହ୍ବାନ କ୍ରମେ ଏହି ଶୋଭାଯାତ୍ରା ହୋଇଥିଲା। ଦଳୀୟ କର୍ମୀମାନେ ମଶାଲ ଧରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ସହ ରାଜ୍ୟ ଓ କେନ୍ଦ୍ରର ଭାଜପା ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ଆନ୍ଦୋଳନର ନେତୃତ୍ୱ କଂଗ୍ରେସ ବିଧାୟକ ପ୍ରାର୍ଥୀ ହରେକୃଷ୍ଟ ରଥ, ଜଗନ୍ନାଥପ୍ରସାଦ ପୁର୍ବତନ ବ୍ଲକ କଂଗ୍ରେସ ସଭାପତି ବିଦ୍ୟାଧର ପ୍ରଧାନ ପ୍ରମୁଖ ନେଇଥିଲେ । ଆମ ମା’- ଆମ ସମ୍ମାନ, ଆମ ଗର୍ବ ଓ ଆମ ପରିବାର ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ବିଗତ କିଛି ମାସ ମଧ୍ୟରେ ରାଜ୍ୟରେ ୬୦ ହଜାରରୁ ଉର୍ଦ୍ଧ ନାରୀ, ଶିଶୁ, ନାବାଳିକା ନିଖୋଜ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଖୋଜି ବାହାର କରିବା ଦାବି ନେଇ ଆନ୍ଦୋଳନ ହୋଇଥିଲା। ସରକାର ନିଖୋଜ ସମସ୍ତଙ୍କୁ ତୁରନ୍ତ ଖୋଜି ବାହାର କରନ୍ତୁ, ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।
The post ବିଭିନ୍ନ ଦାବି ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା appeared first on Dharitri Odia News.