ବାଲେଶ୍ବରରେ ହଟିଲା କର୍ଫ୍ୟୁ, ଉଚ୍ଛେଦ ପାଇଁ ଲଗାଯାଇଥିଲା କଟକଣା
ବାଲେଶ୍ଵର: ହଟିଲା ବାଲେଶ୍ବରରେ କର୍ଫ୍ୟୁ। ରେଲୱେର ତୃତୀୟ ଲାଇନ ସମ୍ପ୍ରସାରଣ ପାଇଁ ସୁରକ୍ଷା ଦୃଷ୍ଟିରୁ ଲଗାଯାଇଥିବା କର୍ଫ୍ୟୁକୁ ସବ୍ ଡିଭିଜିନାଲ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ହଟାଯାଇଛି। ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୧ ଓ ୧୨ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଇଥିଲେ। ସୂଚନାଥାଉକି, ରେଳ ଲାଇନ ସଂପ୍ରସାରଣ ପାଇଁ ବାଲେଶ୍ବର ସହରର ଅରଡ଼ ବଜାର ଓ ଏହାର ଆଖପାଖ ଅଞ୍ଚଳରେ ବସ୍ତି ଉଚ୍ଛେଦ କରାଯାଉଛି। ଉଚ୍ଛେଦ ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ତଥା ସୁରକ୍ଷା ଦୃଷ୍ଟିରେ ରଖି କର୍ଫ୍ୟୁ ଜାରି ହୋଇଥିଲା। ଶନିବାର ସକାଳ ୪ଟାରୁ ରବିବାର ରାତି ୧୦ ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯାଇଥିଲା। ଅବଶ୍ୟ ଶନିବାର ସକାଳେ ପ୍ରଶାସନର ଉଚ୍ଛେଦ ଆରମ୍ଭ ହେବାବେଳକୁ ଅନେକ ଅନ୍ୟତ୍ର ଚାଲିଯାଇଥିଲେବି କିଛି ମହିଳାମାନେ ଆଗକୁ ଆସି ଜେସିବିକୁ ଅଟକାଇଥିଲେ । ଏହା ପରେ ବାଲେଶ୍ବର ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ।
ବାଲେଶ୍ଵର: ହଟିଲା ବାଲେଶ୍ବରରେ କର୍ଫ୍ୟୁ। ରେଲୱେର ତୃତୀୟ ଲାଇନ ସମ୍ପ୍ରସାରଣ ପାଇଁ ସୁରକ୍ଷା ଦୃଷ୍ଟିରୁ ଲଗାଯାଇଥିବା କର୍ଫ୍ୟୁକୁ ସବ୍ ଡିଭିଜିନାଲ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ହଟାଯାଇଛି। ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୧ ଓ ୧୨ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଇଥିଲେ।
ସୂଚନାଥାଉକି, ରେଳ ଲାଇନ ସଂପ୍ରସାରଣ ପାଇଁ ବାଲେଶ୍ବର ସହରର ଅରଡ଼ ବଜାର ଓ ଏହାର ଆଖପାଖ ଅଞ୍ଚଳରେ ବସ୍ତି ଉଚ୍ଛେଦ କରାଯାଉଛି। ଉଚ୍ଛେଦ ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ତଥା ସୁରକ୍ଷା ଦୃଷ୍ଟିରେ ରଖି କର୍ଫ୍ୟୁ ଜାରି ହୋଇଥିଲା। ଶନିବାର ସକାଳ ୪ଟାରୁ ରବିବାର ରାତି ୧୦ ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯାଇଥିଲା।
ଅବଶ୍ୟ ଶନିବାର ସକାଳେ ପ୍ରଶାସନର ଉଚ୍ଛେଦ ଆରମ୍ଭ ହେବାବେଳକୁ ଅନେକ ଅନ୍ୟତ୍ର ଚାଲିଯାଇଥିଲେବି କିଛି ମହିଳାମାନେ ଆଗକୁ ଆସି ଜେସିବିକୁ ଅଟକାଇଥିଲେ । ଏହା ପରେ ବାଲେଶ୍ବର ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ।