ଗୃହରେ କୃଷି ମନ୍ତ୍ରୀଙ୍କ ଉତ୍ତର, ଜୈବିକ ଚାଷ ଦ୍ୱାରା ମାଟି ଉର୍ବରତା ବଢୁଛି

ଭୁବନେଶ୍ୱର ୦୪।୦୯ : ବିଧାନସଭା ଅଧିବେଶନ । ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ବିଧାୟକ ଦିବ୍ୟଶଙ୍କର ମିଶ୍ର ଗୃହରେ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତର ଦେଇ କୃଷି ମନ୍ତ୍ରୀଙ୍କ କହିଛନ୍ତି ଯେ, ସରକାର ଚାହୁଁଛନ୍ତି ସମସ୍ତେ ଜୈବିକ ଚାଷ କରନ୍ତୁ। ରାସାୟନିକ ସାର ପ୍ରୟୋଗ ଦ୍ୱାରା ଅମଳ ବଢୁଛି ବୋଲି ଭାବିବାଟା ଭୁଲ୍‌ । ଏହା ପ୍ରୟୋଗ ଦ୍ୱାରା ଖାଦ୍ୟ ଶସ୍ୟ ବୃଦ୍ଧି ହୋଇପାରେ , ଜୈବିକ ଚାଷ ଦ୍ୱାରା ମାଟି ଉର୍ବରତା ବଢୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ,  ମାଛ, ଚିକେନ ଓ ଅନ୍ୟ ସାମଗ୍ରୀରେ ରାସାୟନିକ ଖାଦ୍ୟ ବ୍ୟବହାର ଦ୍ୱାରା ମେଦ ବହୁଳତା ସହ କ୍ୟାନ୍ସର କେଶ୍‌ ବୃଦ୍ଧି ପାଉଛି | ତେଣୁ ସମସ୍ତଙ୍କୁ ଅପିଲ କରୁଛି ସମସ୍ତେ ଜୈବିକ ଚାଷ ପଦ୍ଧତିକୁ ଆପଣାନ୍ତୁ । ବର୍ତ୍ତମାନ ରାଜ୍ୟରେ ଦୁଇଟା ପ୍ରକ୍ରିୟାରେ ଜୈବିକ ଚାଷ କରାଯାଉଛି | ପରମ୍ପରାଗତ ଏବଂ ପ୍ରାକୃତିକ କୃଷି ଜୈବିକ ପଦ୍ଧତିରେ ଚାଷ କରାଯାଉଛି | ପରମ୍ପରାଗତ କୃଷି ଯୋଜନାରେ ୧୦ଟି ଜିଲ୍ଲା ଏବଂ ପ୍ରାକୃତିକ କୃଷି ଯୋଜନାରେ ୧୫ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି | ରାଜ୍ୟରେ ୨୦୧୮-୧୯ରୁ ଜୈବିକ କୃଷି ପଦ୍ଧତିରେ କୃଷି କରିବା ପାଇଁ ନିଷ୍ପତି ନିଆଯାଇଥିଲା | ଏବେ ଯେଉଁମାନେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି । ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିଦେଶ ପଠାଇବାକୁ ଯୋଜନା କରଯାଉଛି | ଢେଙ୍କାନାଳରୁ ଆମ୍ବ, ପୋଟଳ | ଆଜି ପାଟଣାଗଡ଼ରୁ ନିଜେ ଚାଷ କରିଥିବା ଡ୍ରାଗ

ଗୃହରେ କୃଷି ମନ୍ତ୍ରୀଙ୍କ ଉତ୍ତର, ଜୈବିକ ଚାଷ ଦ୍ୱାରା ମାଟି ଉର୍ବରତା ବଢୁଛି

ଭୁବନେଶ୍ୱର ୦୪।୦୯ : ବିଧାନସଭା ଅଧିବେଶନ । ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ବିଧାୟକ ଦିବ୍ୟଶଙ୍କର ମିଶ୍ର ଗୃହରେ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତର ଦେଇ କୃଷି ମନ୍ତ୍ରୀଙ୍କ କହିଛନ୍ତି ଯେ, ସରକାର ଚାହୁଁଛନ୍ତି ସମସ୍ତେ ଜୈବିକ ଚାଷ କରନ୍ତୁ। ରାସାୟନିକ ସାର ପ୍ରୟୋଗ ଦ୍ୱାରା ଅମଳ ବଢୁଛି ବୋଲି ଭାବିବାଟା ଭୁଲ୍‌ । ଏହା ପ୍ରୟୋଗ ଦ୍ୱାରା ଖାଦ୍ୟ ଶସ୍ୟ ବୃଦ୍ଧି ହୋଇପାରେ , ଜୈବିକ ଚାଷ ଦ୍ୱାରା ମାଟି ଉର୍ବରତା ବଢୁଛି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ,  ମାଛ, ଚିକେନ ଓ ଅନ୍ୟ ସାମଗ୍ରୀରେ ରାସାୟନିକ ଖାଦ୍ୟ ବ୍ୟବହାର ଦ୍ୱାରା ମେଦ ବହୁଳତା ସହ କ୍ୟାନ୍ସର କେଶ୍‌ ବୃଦ୍ଧି ପାଉଛି | ତେଣୁ ସମସ୍ତଙ୍କୁ ଅପିଲ କରୁଛି ସମସ୍ତେ ଜୈବିକ ଚାଷ ପଦ୍ଧତିକୁ ଆପଣାନ୍ତୁ । ବର୍ତ୍ତମାନ ରାଜ୍ୟରେ ଦୁଇଟା ପ୍ରକ୍ରିୟାରେ ଜୈବିକ ଚାଷ କରାଯାଉଛି | ପରମ୍ପରାଗତ ଏବଂ ପ୍ରାକୃତିକ କୃଷି ଜୈବିକ ପଦ୍ଧତିରେ ଚାଷ କରାଯାଉଛି | ପରମ୍ପରାଗତ କୃଷି ଯୋଜନାରେ ୧୦ଟି ଜିଲ୍ଲା ଏବଂ ପ୍ରାକୃତିକ କୃଷି ଯୋଜନାରେ ୧୫ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି | ରାଜ୍ୟରେ ୨୦୧୮-୧୯ରୁ ଜୈବିକ କୃଷି ପଦ୍ଧତିରେ କୃଷି କରିବା ପାଇଁ ନିଷ୍ପତି ନିଆଯାଇଥିଲା | ଏବେ ଯେଉଁମାନେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି । ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିଦେଶ ପଠାଇବାକୁ ଯୋଜନା କରଯାଉଛି | ଢେଙ୍କାନାଳରୁ ଆମ୍ବ, ପୋଟଳ | ଆଜି ପାଟଣାଗଡ଼ରୁ ନିଜେ ଚାଷ କରିଥିବା ଡ୍ରାଗନ ଫ୍ରୁଟକୁ ଦୁବାଇ ପଠାଇଥିବା ଗୃହରେ କହିଛନ୍ତି କୃଷି ମନ୍ତ୍ରୀ ।