ଗୃହରେ ଚିକିଟି ମଦ ମୃତ୍ୟୁ ତାତି, ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ

ଭୁବନେଶ୍ବର ୨୩/୮: ମଦ ମୃତ୍ୟୁକୁ ନେଇ ସରକାର କୌଣସି ସତ୍ୟ କି ତଥ୍ୟ ଲୁଚାଇ ନାହାନ୍ତି । ବିରୋଧୀଙ୍କ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ । ଚିକିଟି ମଦ ମୃତ୍ୟୁ ମାମଲାରେ ଗୃହରେ ଉତ୍ତର ରଖି ଏପରି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗତ ୧୯ରେ ବିଷାକ୍ତ ମଦ ପିଇ ପେଟ ଯନ୍ତ୍ରଣା ହେବାକୁ ୧୯ ଜଣ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏବେ ୪ ଜଣ ଆଇସିୟୁରେ ,୨ ଜଣ ଭେଣ୍ଟିଲେଟରରେ ଓ ୭ ଜଣ ୱାର୍ଡରେ ଅଛନ୍ତି । ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛି । ୨୧ ତାରିଖରେ ଲୋକନାଥ ବେହେରା ଓ ଜୁଡା ବେହେରାଙ୍କର ମୃତ୍ୟୁ ହୋଇଛି । ଅବକାରୀ ବିଭାଗ ଚଢାଉ କରି ୨୦ ଲିଟର ମଦ ଜବତ କରିଛି । ୬ ଜଣଙ୍କୁ ଗିରଫ କରାଯାଇଛି । ୨ ଜଣ ଅଟକ ଅଛନ୍ତି । ଜବତ ହୋଇଥିବା ମଦ ସାମ୍ପଲ ଓ ମୃତକଙ୍କ ଭିସେରା ରିପୋର୍ଟ ଫରେନସିକ୍‌ ଲ୍ୟାବ ପଠାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ । ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ବି ସୁରୁଖୁରୁରେ ଚାଲିପାରୁନି ଗୃହ । ପ୍ରଶ୍ନକାଳ ଆରମ୍ଭରୁ ପୋଡିୟମ ପାଖକୁ ଯାଇ ହୋହଲ୍ଲା କରିଛନ୍ତି ବିରୋଧୀ । ଚିକିଟି ମଦମୃତ୍ୟୁ ଘଟଣାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହଙ୍ଗାମା କରିଥିଲେ ବିରୋଧୀ । ବାଧ୍ୟ ହୋଇ ଗୃହକୁ ୧୧ଟା ୩୦ ଯାଏ ମୁଲତବି ରଖିଥିଲେ ବାଚସ୍ପତି । 

ଗୃହରେ ଚିକିଟି ମଦ ମୃତ୍ୟୁ ତାତି, ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ

ଭୁବନେଶ୍ବର ୨୩/୮: ମଦ ମୃତ୍ୟୁକୁ ନେଇ ସରକାର କୌଣସି ସତ୍ୟ କି ତଥ୍ୟ ଲୁଚାଇ ନାହାନ୍ତି । ବିରୋଧୀଙ୍କ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ । ଚିକିଟି ମଦ ମୃତ୍ୟୁ ମାମଲାରେ ଗୃହରେ ଉତ୍ତର ରଖି ଏପରି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗତ ୧୯ରେ ବିଷାକ୍ତ ମଦ ପିଇ ପେଟ ଯନ୍ତ୍ରଣା ହେବାକୁ ୧୯ ଜଣ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏବେ ୪ ଜଣ ଆଇସିୟୁରେ ,୨ ଜଣ ଭେଣ୍ଟିଲେଟରରେ ଓ ୭ ଜଣ ୱାର୍ଡରେ ଅଛନ୍ତି । 

ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛି । ୨୧ ତାରିଖରେ ଲୋକନାଥ ବେହେରା ଓ ଜୁଡା ବେହେରାଙ୍କର ମୃତ୍ୟୁ ହୋଇଛି । ଅବକାରୀ ବିଭାଗ ଚଢାଉ କରି ୨୦ ଲିଟର ମଦ ଜବତ କରିଛି । ୬ ଜଣଙ୍କୁ ଗିରଫ କରାଯାଇଛି । ୨ ଜଣ ଅଟକ ଅଛନ୍ତି । ଜବତ ହୋଇଥିବା ମଦ ସାମ୍ପଲ ଓ ମୃତକଙ୍କ ଭିସେରା ରିପୋର୍ଟ ଫରେନସିକ୍‌ ଲ୍ୟାବ ପଠାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ । 

ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ବି ସୁରୁଖୁରୁରେ ଚାଲିପାରୁନି ଗୃହ । ପ୍ରଶ୍ନକାଳ ଆରମ୍ଭରୁ ପୋଡିୟମ ପାଖକୁ ଯାଇ ହୋହଲ୍ଲା କରିଛନ୍ତି ବିରୋଧୀ । ଚିକିଟି ମଦମୃତ୍ୟୁ ଘଟଣାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହଙ୍ଗାମା କରିଥିଲେ ବିରୋଧୀ । ବାଧ୍ୟ ହୋଇ ଗୃହକୁ ୧୧ଟା ୩୦ ଯାଏ ମୁଲତବି ରଖିଥିଲେ ବାଚସ୍ପତି ।