ଗୃହରେ ମୋଦୀଙ୍କ ସାମ୍ନାରେ ନତମସ୍ତକ ହେଲେ ବାଚସ୍ପତି: ରାହୁଲ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ: ସଂସଦରେ ସୋମବାର ରାହୁଲ ଗାନ୍ଧୀଙ୍କର ରଣହୁଙ୍କାର। ସରକାର ହୁଅନ୍ତୁ କିମ୍ବା ସରକାରୀ କଳ କାହାକୁ ଛାଡ଼ି ନାହାନ୍ତି ରାହୁଲ। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ମଧ୍ଯ ରୋକ୍‌ଠୋକ୍ ଶୁଣାଇଛନ୍ତି ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମ୍ନାରେ ମୁଣ୍ଡ ନେଇଁବାରୁ ଓମ ବିର୍ଲାଙ୍କୁ ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ। ଶ୍ରୀ ବିର୍ଲାଲଙ୍କୁ ଟାର୍ଗେଟ୍ କରି ରାହୁଲ ପଚାରିଥିଲେ “ଆପଣ ଯେତେବେଳେ ମୋ ସହ ହାତ ମିଳାଇଲେ ସେତେବେଳେ ସିଧା ଛିଡ଼ା ହୋଇଥିଲେ। ହେଲେ ମୋଦୀ ଜୀଙ୍କ ସହ ହାତ ମିଳାଇଲା ବେଳେ ଆପଣ ଆପଣ ତାଙ୍କ ସାମ୍ନାରେ ମୁଣ୍ଡ ନଇଁଲେ।”ରାହୁଲ ଗାନ୍ଧୀଙ୍କ ପ୍ରଶ୍ନରେ ଇଣ୍ଡିଆ ଦଳ ନେତାମାନେ ଉତ୍ସାହିତ ହୋଇଥିଲେ। ଅନ୍ଯପଟେ ଏନ୍‌ଡିଏ ସାଂସଦ ଏହାକୁ ବିରୋଧ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚୌକିରୁ ଉଠିପଡ଼ି ଏହା ସିଧା ସ୍ପିକର ବିରୋଧରେ ଏକ ଅଭିଯୋଗ ବୋଲି କହିଥିଲେ।ତେବେ ରାହୁଲଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା। ସେ କହିଥିଲେ “ମାନ୍ଯବର ପ୍ରଧାନମନ୍ତ୍ରୀ ଗୃହର ନେତା। ଏବଂ ଏହା ମୋର ସଂସ୍କାର ଓ ନୈତିକତା ଯେ ମୁଁ ମୋର ବରିଷ୍ଠଙ୍କ ଓ ମୋ ସମକକ୍ଷଙ୍କ ସମ୍ମୁଖରେ ନତମସ୍ତକ ହୁଏ। ମୋର ନୈତିକତା ଏହା ଯେ ମୁଁ ବଡ଼ ଲୋକଙ୍କ ସମ୍ମୁଖରେ ନତମସ୍ତକ ହୁଏ ଓ ଆବଶ୍ଯକ ପଡ଼ିଲେ ପାଦ ଛୁଏଁ।”   ଓମ୍ ବିର୍ଲାଙ୍କ ଉତ୍ତରରେ କିନ୍ତୁ ସନ୍ତୁଷ୍ଟ ହୋଇ ନଥିଲେ ରାହୁଲ। ଜବାବରେ ସେ କହିଥିଲେ “ସ

ଗୃହରେ ମୋଦୀଙ୍କ ସାମ୍ନାରେ ନତମସ୍ତକ ହେଲେ ବାଚସ୍ପତି: ରାହୁଲ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ: ସଂସଦରେ ସୋମବାର ରାହୁଲ ଗାନ୍ଧୀଙ୍କର ରଣହୁଙ୍କାର। ସରକାର ହୁଅନ୍ତୁ କିମ୍ବା ସରକାରୀ କଳ କାହାକୁ ଛାଡ଼ି ନାହାନ୍ତି ରାହୁଲ। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ମଧ୍ଯ ରୋକ୍‌ଠୋକ୍ ଶୁଣାଇଛନ୍ତି ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମ୍ନାରେ ମୁଣ୍ଡ ନେଇଁବାରୁ ଓମ ବିର୍ଲାଙ୍କୁ ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ। 

ଶ୍ରୀ ବିର୍ଲାଲଙ୍କୁ ଟାର୍ଗେଟ୍ କରି ରାହୁଲ ପଚାରିଥିଲେ “ଆପଣ ଯେତେବେଳେ ମୋ ସହ ହାତ ମିଳାଇଲେ ସେତେବେଳେ ସିଧା ଛିଡ଼ା ହୋଇଥିଲେ। ହେଲେ ମୋଦୀ ଜୀଙ୍କ ସହ ହାତ ମିଳାଇଲା ବେଳେ ଆପଣ ଆପଣ ତାଙ୍କ ସାମ୍ନାରେ ମୁଣ୍ଡ ନଇଁଲେ।”

ରାହୁଲ ଗାନ୍ଧୀଙ୍କ ପ୍ରଶ୍ନରେ ଇଣ୍ଡିଆ ଦଳ ନେତାମାନେ ଉତ୍ସାହିତ ହୋଇଥିଲେ। ଅନ୍ଯପଟେ ଏନ୍‌ଡିଏ ସାଂସଦ ଏହାକୁ ବିରୋଧ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚୌକିରୁ ଉଠିପଡ଼ି ଏହା ସିଧା ସ୍ପିକର ବିରୋଧରେ ଏକ ଅଭିଯୋଗ ବୋଲି କହିଥିଲେ।

ତେବେ ରାହୁଲଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା। ସେ କହିଥିଲେ “ମାନ୍ଯବର ପ୍ରଧାନମନ୍ତ୍ରୀ ଗୃହର ନେତା। ଏବଂ ଏହା ମୋର ସଂସ୍କାର ଓ ନୈତିକତା ଯେ ମୁଁ ମୋର ବରିଷ୍ଠଙ୍କ ଓ ମୋ ସମକକ୍ଷଙ୍କ ସମ୍ମୁଖରେ ନତମସ୍ତକ ହୁଏ। ମୋର ନୈତିକତା ଏହା ଯେ ମୁଁ ବଡ଼ ଲୋକଙ୍କ ସମ୍ମୁଖରେ ନତମସ୍ତକ ହୁଏ ଓ ଆବଶ୍ଯକ ପଡ଼ିଲେ ପାଦ ଛୁଏଁ।”   

ଓମ୍ ବିର୍ଲାଙ୍କ ଉତ୍ତରରେ କିନ୍ତୁ ସନ୍ତୁଷ୍ଟ ହୋଇ ନଥିଲେ ରାହୁଲ। ଜବାବରେ ସେ କହିଥିଲେ “ସାର୍ ମୁଁ ଆପଣଙ୍କ ବିଚାରକୁ ସମ୍ମାନର ସହ ସ୍ୱୀକାର କରୁଛି। କିନ୍ତୁ ମୁଁ ଆପଣଙ୍କୁ କହି ରଖିବାକୁ ଚାହେଁ ଯେ ଗୃହରେ ସ୍ପିକରଙ୍କ ବ୍ଯତୀତ ଆଉ କେହି ବଡ଼ ନୁହଁନ୍ତି। ଗୃହର ସବୁ ସଦନରେ ସ୍ପିକର ହିଁ ବଡ଼। ଆମେ ସମସ୍ତେ ତାଙ୍କ ସମ୍ମୁଖରେ ନତମସ୍ତକ ହେବା ଉଚିତ୍।”

ରାହୁଲ ଗାନ୍ଧୀ କହିଥିଲେ ଯେ ଓ ସମସ୍ତ ବିରୋଧୀ ସାଂସଦ ସ୍ପିକରଙ୍କ ସମ୍ମୁଖରେ ନତମସ୍ତକ ହେଉଛୁ। ଆପଣ ସ୍କିପକର। ତେଣୁ ଆପଣ କାହା ସମ୍ମୁଖରେ ବି ନତମସ୍ତକ ହେବା ଉଚିତ୍ ନୁହେଁ। କାରଣ ଲୋକସଭା ଅଧ୍ୟକ୍ଷଙ୍କ ନିର୍ଣ୍ଣଣୟ ଶେଷ ନିଷ୍ପତ୍ତି ହୋଇଥାଏ। ଏହି ଭାବନା ସହିତ ସଦନର ସଦସ୍ଯ ହିସାବରେ ଆମ ତାଙ୍କ ଅଧୀନରେ ବୋଲି ରାହୁଲ କହିଛନ୍ତି।