ଭୂମିକାକୁ ଶାହରୁଖଙ୍କ ଖଣ୍ଡନ
ମୁମ୍ବାଇ,୧୪।୨:କାତାର ଜେଲରୁ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କ ମୁକ୍ତି ପଛରେ ବଲିଉଡ୍ ଅଭିନେତା ଶାହରୁଖ ଖାନ୍ଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ପୂର୍ବରୁ ଗୁପ୍ତଚର ବୃତ୍ତି ଅଭିଯୋଗରେ ଫାଶୀଦଣ୍ଡାଦେଶ ପାଇଥିବା ଏହି ପ୍ରାକ୍ତନ ଅଫିସରମାନଙ୍କ ମଧ୍ୟରୁ ୭ ଜଣ ସୋମବାର ଭାରତରେ ପହଞ୍ଚତ୍ଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ ପୂର୍ବରୁ ଶାହରୁଖ୍ଙ୍କ ମଧ୍ୟସ୍ଥତାରେ ସେମାନଙ୍କୁ ମୁକ୍ତ କରାଯାଇଥିବା କେତେକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ […] The post ଭୂମିକାକୁ ଶାହରୁଖଙ୍କ ଖଣ୍ଡନ appeared first on Dharitri Odia News.
ମୁମ୍ବାଇ,୧୪।୨:କାତାର ଜେଲରୁ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କ ମୁକ୍ତି ପଛରେ ବଲିଉଡ୍ ଅଭିନେତା ଶାହରୁଖ ଖାନ୍ଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ପୂର୍ବରୁ ଗୁପ୍ତଚର ବୃତ୍ତି ଅଭିଯୋଗରେ ଫାଶୀଦଣ୍ଡାଦେଶ ପାଇଥିବା ଏହି ପ୍ରାକ୍ତନ ଅଫିସରମାନଙ୍କ ମଧ୍ୟରୁ ୭ ଜଣ ସୋମବାର ଭାରତରେ ପହଞ୍ଚତ୍ଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ ପୂର୍ବରୁ ଶାହରୁଖ୍ଙ୍କ ମଧ୍ୟସ୍ଥତାରେ ସେମାନଙ୍କୁ ମୁକ୍ତ କରାଯାଇଥିବା କେତେକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏଥିରେ ଶାହରୁଖଙ୍କ ସମ୍ପୃକ୍ତି ନାହିଁ ବୋଲି ଦର୍ଶାଇବା ପାଇଁ ସରକାରଙ୍କ ପକ୍ଷରୁ ତାଙ୍କ ଉପରେ ଚାପ ପକାଯାଇଥିବା କୁହାଯାଉଛି। ଶାହରୁଖ ଏଭଳି ରିପୋର୍ଟକୁ ଖଣ୍ଡନ କରି ପ୍ରାକ୍ତନ ଅଫିସରମାନଙ୍କ ମୁକ୍ତିରେ ତାଙ୍କର ଭୂମିକା ନ ଥିବା କହିଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍ ଏକ୍ସ’ରେ ଅଭିନେତା ଏସ୍ଆର୍କେ ଉଲ୍ଲେଖ କରିଛନ୍ତି ଯେ, କାତାରରୁ ୮ ଭାରତୀୟ ମୁକ୍ତ ହେବା ପଛରେ ସେ ମଧ୍ୟସ୍ଥତା କରି ନ ଥିଲେ। ଭାରତ ସରକାରଙ୍କ ଅଧିକାରୀମାନେ ଏଥିପାଇଁ କୂଟନୈତିକ ସ୍ତରରେ ଉଦ୍ୟମ କରିଥିଲେ। ରାଜ୍ୟ ସଭାର ପୂର୍ବତନ ସଦସ୍ୟ ସୁବ୍ରମଣ୍ୟମ ସ୍ବାମୀ ପୂର୍ବତନ ନୌସେନା ଅଧିକାରୀମାନଙ୍କ ମୁକ୍ତି ପାଇଁ ସରକାର ଶାହରୁଖଙ୍କ ହସ୍ତକ୍ଷେପ ଲୋଡ଼ିଥିବା ବିଷୟ ପ୍ରଘଟ କରିବା ପରେ ଅଭିନେତା ଏହି ସଫେଇ ଦେଇଛନ୍ତି।
The post ଭୂମିକାକୁ ଶାହରୁଖଙ୍କ ଖଣ୍ଡନ appeared first on Dharitri Odia News.