ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ : ପାଳନ ହେବ ପ୍ରତିଶୃତି

ଭୁବନେଶ୍ୱର : ବିଧାନସଭା ଅଧିବେଶନ ଆରମ୍ଭରେ ରାଜ୍ୟପାଳ ରଘୁବର ଦାସ ଗୃହରେ ବଡ଼ ସୂଚନା ଦେଇଛନ୍ତି। ନୂଆ ସରକାର ଗଠନ ହେବା ମାତ୍ରେ କିଛି ପ୍ରତିଶ୍ରୁତି ପୂରଣ ହୋଇଛି। ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଅସ୍ମିତା ପାଇଁ କାମ କରିବୁ। କୃଷକଙ୍କ ଉନ୍ନତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବୁ। କୃଷକଙ୍କୁ ସଶକ୍ତ କରିବା ପାଇଁ ପିଏମ୍‌ କିଷାନ ଲାଗୁ କରିବୁ। ରାଜ୍ୟରେ ଯୁବବର୍ଗଙ୍କୁ ନିଯୁକ୍ତି ସହିତ କୃଷି, ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ଦେବା ନେଇ […]

ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ : ପାଳନ ହେବ ପ୍ରତିଶୃତି
ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ : ପାଳନ ହେବ ପ୍ରତିଶୃତି

ଭୁବନେଶ୍ୱର : ବିଧାନସଭା ଅଧିବେଶନ ଆରମ୍ଭରେ ରାଜ୍ୟପାଳ ରଘୁବର ଦାସ ଗୃହରେ ବଡ଼ ସୂଚନା ଦେଇଛନ୍ତି। ନୂଆ ସରକାର ଗଠନ ହେବା ମାତ୍ରେ କିଛି ପ୍ରତିଶ୍ରୁତି ପୂରଣ ହୋଇଛି। ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଅସ୍ମିତା ପାଇଁ କାମ କରିବୁ। କୃଷକଙ୍କ ଉନ୍ନତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବୁ। କୃଷକଙ୍କୁ ସଶକ୍ତ କରିବା ପାଇଁ ପିଏମ୍‌ କିଷାନ ଲାଗୁ କରିବୁ।

ରାଜ୍ୟରେ ଯୁବବର୍ଗଙ୍କୁ ନିଯୁକ୍ତି ସହିତ କୃଷି, ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ଦେବା ନେଇ ବିଧାନସଭାରେ ବିଶେଷ ଘୋଷଣା କରିଛନ୍ତି ରାଜ୍ୟପାଳ । ଆସନ୍ତା ୨୦୨୯ ସୁଦ୍ଧା ରାଜ୍ୟରେ ୩.୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏହି କ୍ରମରେ ସାରା ରାଜ୍ୟରେ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ନିରପେକ୍ଷ ଓ ସ୍ବଚ୍ଛ ଭାବରେ ୧.୫ ଲକ୍ଷ ସରକାରୀ ନିଯୁକ୍ତି ସୁନିଶ୍ଚିତ ହେବ ଆସନ୍ତା ୨ ବର୍ଷ ମଧ୍ୟରେ ୬୫ ହଜାର ସରକାରୀ ପଦବୀ ପୂରଣ ହେବ।

ସେହିପରି ରାଜ୍ୟବାସୀଙ୍କୁ ସୁଲଭ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ମୋ ସରକାରର ଲକ୍ଷ୍ୟ। ଏଥିପାଇଁ ଆଗାମୀ ଦିନରେ ରାଜ୍ୟରେ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି ରାଜ୍ୟପାଳ ରଘୁବର ଦାସ ଆଜି ବିଧାନସଭାରେ ଅଭିଭାଷଣ ଦେବା ଅବସରରେ କହିଛନ୍ତି। ୨୦୩୦ ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆମୁକ୍ତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସେହିପରି ଜିଲା ଡାକ୍ତରଖାନାଗୁଡ଼ିକରେ ପ୍ରସୂତୀ, ଶିଶୁ ରୋଗ ବିଶେଷଜ୍ଞ ନିଶ୍ଚିତ ରୂପେ ରହିବେ। ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ଉପକେନ୍ଦ୍ର ଏବଂ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ନାଁ ‘ଆରୋଗ୍ୟ ମନ୍ଦିର’ କରାଯିବ। ପ୍ରତି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଭ୍ରାମ୍ୟମାଣ ୟୁନିଟ ରହିବ ବୋଲି କୁହାଯାଇଛି।

ସେହିପରି ଆଗାମୀ ସମୟରେ ରାଜ୍ୟରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରାଯିବ। ଏହା ସମସ୍ତ ଯୋଗ୍ୟ ଓଡ଼ିଶାବାସୀଙ୍କ ପାଇଁ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଦେବ ଏବଂ ଗର୍ଭବତୀଙ୍କୁ ପୁଷ୍ଟିକର ଆବଶ୍ୟକତା ପୂରଣ ପାଇଁ ଆର୍ଥିକ ସହାୟତା ମିଳିବ ବୋଲି ରାଜ୍ୟପାଳ କହିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ୧୦ ଲକ୍ଷ ଓ ସହରାଞ୍ଚଳରେ ୫ ଲକ୍ଷ ଘର କରିବାକୁ ଲକ୍ଷ୍ୟ ରଖାଯାଇଛି । ଅଙ୍ଗନାବାଡିକୁ ମଧ୍ୟ ୨୦୩୦ ସୁଦ୍ଧା ସକ୍ଷମ ଅଙ୍ଗନବାଡିରେ ପରିଣତ କରାଯିବ । ଏଥିସହ ସରକାରୀ ବିଦ୍ୟାଳୟରେ ‘ଏଆଇ’ର ବ୍ୟବହାର କରାଯିବ ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ ସୂଚନା ଦେଇଛନ୍ତି । ଅନ୍ୟପଟେ ଧାମରା, ପାରାଦୀପ, ଗୋପାଳପୁର ବନ୍ଦରର ଆଖପାଖ ଅଞ୍ଚଳରେ ନୂତନ ଶିଳ୍ପାଞ୍ଚଳର ବିକାଶ ହେବ । ଓଡିଆ ଚଳଚିତ୍ର ଶିଳ୍ପକୁ ଚଳଚଞ୍ଚଳ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି । ଏଥିସହ ଦୁଇ ବର୍ଷ ଭିତରେ ୬୫ ହଜାର ସରକାରୀ ପଦବୀ ପୂରଣ କରାଯିବ । ଶିଳ୍ପ କ୍ଷେତ୍ରରେ ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାରରୁ ଅଧିକ ଯୁବକ, ଯୁବତୀଙ୍କୁ ନିଯୁକ୍ତ କରାଯିବ ବୋଲି ରାଜ୍ୟପାଳ ନିଜର ଅଭିଭାଷଣରେ କହିଛନ୍ତି ।