ଜାନୁଆରୀ ୧୯ରେ ହେବ OSSTET ପରୀକ୍ଷା ,ୱେବସାଇଟରେ ଉପଲବ୍ଧ ହେଲା ଆଡମିଟ କାର୍ଡ

ଭୁବନେଶ୍ୱର : ଜାନୁଆରୀ ୧୯ ରେ ହେବ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା (OSSTET) ପରୀକ୍ଷା I ଏଥିପାଇଁ ଆଜିଠାରୁ ୱେବସାଇଟରେ ଉପଲବ୍ଧ ହେଲା ଆଡମିଟ କାର୍ଡ । ୱେବସାଇଟ୍‌ www.bseodisha.ac.inରେ ଲଗ ଇନ କରି ଆଡମିଟ କାର୍ଡ ଡାଉନଲୋଡ଼ କରିପାରିବେ I OSSTET ହେଉଛି ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା । ରାଜ୍ୟରେ ୪୭ ହଜାର ୭୮୪ ପରୀକ୍ଷାର୍ଥୀ ୧୬୫ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ଯାଉଛନ୍ତି । ବିଏସ୍‌ଇ […]

ଜାନୁଆରୀ ୧୯ରେ ହେବ OSSTET ପରୀକ୍ଷା ,ୱେବସାଇଟରେ ଉପଲବ୍ଧ ହେଲା ଆଡମିଟ କାର୍ଡ
ଜାନୁଆରୀ ୧୯ରେ ହେବ OSSTET ପରୀକ୍ଷା ,ୱେବସାଇଟରେ ଉପଲବ୍ଧ ହେଲା ଆଡମିଟ କାର୍ଡ

ଭୁବନେଶ୍ୱର : ଜାନୁଆରୀ ୧୯ ରେ ହେବ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା (OSSTET) ପରୀକ୍ଷା I ଏଥିପାଇଁ ଆଜିଠାରୁ ୱେବସାଇଟରେ ଉପଲବ୍ଧ ହେଲା ଆଡମିଟ କାର୍ଡ । ୱେବସାଇଟ୍‌ www.bseodisha.ac.inରେ ଲଗ ଇନ କରି ଆଡମିଟ କାର୍ଡ ଡାଉନଲୋଡ଼ କରିପାରିବେ I

OSSTET ହେଉଛି ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା । ରାଜ୍ୟରେ ୪୭ ହଜାର ୭୮୪ ପରୀକ୍ଷାର୍ଥୀ ୧୬୫ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ଯାଉଛନ୍ତି ।

ବିଏସ୍‌ଇ ଦ୍ବାରା ପରିଚାଳିତ ଏହି ପରୀକ୍ଷାର ପ୍ରଥମ ପେପର୍‌ ପୂର୍ବାହ୍ନ ୯ଟାରେ ଆରମ୍ଭ ହୋଇ ଦିନ ୧୧.୩୦ରେ ଶେଷ ହେବ I ସେହିପରି ଦ୍ୱିତୀୟ ପେପର ଅପରାହ୍ନ ୧.୩୦ରୁ ଆରମ୍ଭ ହୋଇ ୪ ଟାରେ ଶେଷ ହେବ I ବୋର୍ଡ ୱେବ୍‌ସାଇଟ୍‌ରେ ନିଜ ପଞ୍ଜୀକରଣ ନମ୍ବର କିମ୍ବା ଇମେଲ୍‌ ଆଇଡି ଦ୍ୱାରା ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ପରୀକ୍ଷାର୍ଥୀ ନିଜ ଜିଲ୍ଲାରେ ପରୀକ୍ଷା ଦେଇପାରିବେ ନାହିଁ ବୋଲି ଗତ ୧୬ ତାରିଖରେ ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଥିଲା।